• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Administrative Negligence

ବଦଳୁଛି ଢାଞ୍ଚା ମୁକୁଳୁଛି ବ୍ୟବସ୍ଥା
Odisha Politics: ବଦଳୁଛି ଢାଞ୍ଚା; ଅମଲାତାନ୍ତ୍ରିକ କବ୍‌ଜାରୁ ମୁକୁଳୁଛି ବନ୍ଧା ପଡ଼ିଥିବା ଗଣତାନ୍ତ୍ରିକ ବ୍ୟବସ୍ଥା

ବର୍ତ୍ତମାନ ସରକାରଙ୍କ ସମୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀ ଓ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମାନଙ୍କ କାର୍ଯ୍ୟଶୈଳୀକୁ ତୁଳନା କଲେ ଏକ ବିକଳ ଚିତ୍ର ସାମ୍ନାକୁ ଆସେ । ନବୀନ ବହୁ ବର୍ଷ ଧରି ତାଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । କୌଣସି ମନ୍ତ୍ରୀମାନେ ଲୋକମାନଙ୍କର ଅଭିଯୋଗ ଶୁଣାଣୀ କରିବା ସ୍ଥିତିରେ ନଥିଲେ । ମନ୍ତ୍ରୀମାନଙ୍କ ସ୍ୱାଧିନତା ଓ ସ୍ୱତନ୍ତ୍ରତା ତଥା ଆତ୍ମସମ୍ମାନ କିଛି ଅହଙ୍କାରୀ ଅମଲାମାନଙ୍କ ନିକଟରେ ବନ୍ଧା ପଡିଥିଲା ।

ଇତିହାସର ଆଇନାରେ ମୋହନ ଓ ନବୀନ
Image of Naveen and Mohan: ଚଳନ୍ତି ଇତିହାସର ଆଇନାରେ ମୋହନ ଓ ନବୀନ – କାହା ଛବି କିଭଳି ଦୃଶ୍ୟମାନ ?

୨୦୦୦ ମସିହା ଜାନୁୟାରୀ ମାସରେ ବିଜୟ ମହାପାତ୍ରଙ୍କୁ ଦଳରୁ ନବୀନ ବହିଷ୍କାର କଲା ପରେ ନଳିନୀ ମହାନ୍ତି ସରକାରକୁ ଏକ ପ୍ରକାର ପରିଚଳନା କରୁଥିଲେ । ତାଙ୍କ ପରେ ପ୍ୟାରୀମୋହନ ମହାପାତ୍ରଙ୍କ ବିଜେଡିରେ ଧୀରେ ପ୍ରବେଶ ଘଟିଲା ଏବଂ ଧୀରେ ଧୀରେ ରାଜନୈତିକ ବ୍ୟକ୍ତିମାନଙ୍କ ସ୍ୱର ଧିମା ହେବା ସହିତ ଅମଲା ବା ବ୍ୟୁରୋକ୍ରାଟମାନଙ୍କ ପାଖରେ କ୍ଷମତା ଅଧିକ ଭାବେ ଠୁଳ ହେବାରେ ଲାଗିଲା ।