Advertisment

Suicide Note Before Killing: କଳାଯାଦୁର କଳାକାରନାମା… ମାରିବା ପୂର୍ବରୁ ଲେଖାଉଥିଲା ସୁଇସାଇଡ୍ ନୋଟ୍

ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।

author-image
Puspanjali Panda
ଅଦ୍ୟତନ ହୋଇଛି
‍ଭୟଙ୍କର ହତ୍ୟା

‍ଭୟଙ୍କର ହତ୍ୟା

ପୁଲିସ ରେକର୍ଡ ଅନୁଯାୟୀ ସଡ଼କ ଦୁର୍ଘଟଣାରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଯାଏ। କିନ୍ତୁ ଏହି ମୃତ୍ୟୁ ପଛରେ ଯୋଜନାବଦ୍ଧ ହତ୍ୟା ଷଡ଼ଯନ୍ତ୍ର ଥିବା ସାନ ଭାଇ ସନ୍ଦେହ କରନ୍ତି। ଯେତେବେଳେ ପୁଲିସ ଏହି ମାମଲା ଫାଇଲ୍ ବନ୍ଦ କରିଦିଏ ସାନ ଭାଇ ନିଜେ ପୁଲିସ ଭଳି ଏହି ମାମଲାର ତଦନ୍ତ ଆରମ୍ଭ କରନ୍ତି। ଏହି ମାମଲାରେ ଯେଉଁ ତଥ୍ୟ ସାମନାକୁ ସେ ଆଣିଲେ ସେଥିରେ ସାରା ଗୁଜୁରାଟରେ ହଇଚଇ ସୃଷ୍ଟି ହୋଗଲା। ବଡ଼ ଭାଇଙ୍କୁ ଜଣେ ସିରିଏଲ୍ କିଲର୍ ତଥା ତାନ୍ତ୍ରିକ ହତ୍ୟା କରିଥିଲା। ଏହି ସିରିଏଲ୍ କିଲର୍ ଗୁଜୁରାଟରେ ଏଭଳି ୧୨ଟି ଜଘନ୍ୟ ହତ୍ୟାକାଣ୍ଡ କରିଥିବା ଯେତେବେଳେ ପୁଲିସ ଜାଣିଲା ହୋସ୍ ଉଡ଼ିଯାଇଥିଲା।

Advertisment

ବିବେକ୍ ଗୋହିଲଙ୍କ ହତ୍ୟାରୁ କଳାଯାଦୁର କାହାଣୀ ପର୍ଦ୍ଦାଫସ

ଗୁଜୁରାଟର ଅହମ୍ମଦାବାଦରେ ବିବେକ ଗୋହିଲ୍ ନାମକ ଜଣେ ଯୁବକ ରୁହନ୍ତି। ୨୦୨୧ ଅଗଷ୍ଟ ୨୩ରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୁଏ। ଅହମ୍ମଦାବାଦର ଅସଲାଲିରେ ତାଙ୍କ ଶବ ମିଳିଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିବାରୁ ମୃତ୍ୟୁ ହୋଇଥିବା ବେଳେ ଶରୀରରେ କେମିକାଲ୍ ଥିବା ସଂକ୍ରାନ୍ତରେ ଉଲ୍ଲେଖ ଥିଲା। ଗୋଟିଏ ପଟେ ପୁଲିସ ଏହାକୁ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ଦାବି କରିଥିଲା। ଅନ୍ୟପଟେ ଗୋହିଲଙ୍କ ସାନ ଭାଇ ୨୪ ବର୍ଷୀୟ ଜିଗର ଗୋହିଲ ଏହି ଘଟଣାକୁ ନେଇ ସନ୍ଦେହ କରିଥିଲେ।

ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ପୁଲିସ ସାମନାରେ ବାରମ୍ବାର କହିଥିଲେ ମଧ୍ୟ ପୁଲିସ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲା। ତାଙ୍କ ଭାଇ ନିଶା ସେବନ କରୁନଥିବା ବେଳେ କେମିକାଲ୍ କିଭଳି ଶରୀରରୁ ମିଳିଲା, ତାକୁ ନେଇ ସନ୍ଦେହ କରିଥିଲେ। ବିବେକଙ୍କ ମୃତ୍ୟୁ ଘଟଣା ମାସ ମାସ ବିତିଗଲା। ମୃତ ବିବେକଙ୍କ ଜୁନରୁ ଅଗଷ୍ଟ ଯାଏ ସମସ୍ତ କଲ୍ ଡିଟେଲ୍ ଜିଗର କାଢ଼ିଥିଲେ। ବଡ଼ ଭାଇଙ୍କ ସମସ୍ତ ସାଙ୍ଗ ସହିତ ସେ କଥା ହେଲେ। କିଛି ମାସ ପରେ ଜଣେ ସନ୍ଦେହଜନକ ଚେହେରା ସାମନାକୁ ଆସିଥିଲା। ବିବେକ ମୃତ୍ୟୁର ଦୁଇ ମାସ ପୂର୍ବରୁ ସେହି ଚେହେରା ତାଙ୍କ ସହିତ ବାରମ୍ବାର ଯୋଗାଯୋଗରେ ଥିଲା। ସେ ହେଉଛି ଜଣେ ତାନ୍ତ୍ରୀକ ନଭଲସିଂହ ଚାଭଡ଼ା(୪୨)। ଜିଗରଙ୍କ ପରିବାରର ସେ ଦୂର ସମ୍ପର୍କୀୟ ଥିଲା। କିନ୍ତୁ ନଭଲସିଂହ କେବେ ଜିଗରକୁ ଦେଖିନଥିଲା। ଜିଗର ଏହି ନଭଲସିଂହକୁ ନେଇ ସନ୍ଦେହ କରିଥିଲେ। ନଭଲସିଂହକୁ ସ୍କାନରରେ ଆଣିଥିଲେ। 

Advertisment

ଡ୍ରାଇଭର ହେଇ ସିରିଏଲ୍ କିଲରକୁ ଧରିଲେନଭଲସିଂହ ବାବାଦରେ ତଥ୍ୟ ହାସଲ କରିବାକୁ ଲାଗିଲା ଜିଗର। ନଭଲସିଂହ ନିକଟରେ ଏକ କାର ଥିଲା। ଏହା ଗାଡ଼଼ିକୁ ନିଜେ ବ୍ୟକ୍ତିଗତ କାମରେ ଲଗାଇବା ସହିତ କ୍ୟାବ୍ ଭାବେ ବି ବ୍ୟବହାର କରୁଥିଲା। ନଭଲସିଂହକୁ ଜିଗର ଭେଟିବା ପରେ ନିଜକୁ ଗାଡ଼ି ଡ୍ରାଇଭର ପରିଚୟ ଦେଇଥିଲେ। ନଭଲସିଂହଙ୍କ ଗାଡ଼ି ରାତିରେ ଚଲାଇବାକୁ କହିଥିଲେ। ନଭଲସିଂହ ରାଜି ହେବା ପରେ ତା ଗାଡ଼ିକୁ ଜିଗର ଚଲାଇବାକୁ ଆରମ୍ଭ କରିଥିଲେ।

କ୍ରମାଗତ ଭାବେ ନଭଲସିଂହର ଭରସା ବଢ଼ିଲା। ନଭଲସିଂହ ଜଣେ ତାନ୍ତ୍ରିକ ସହିତ ୟ୍ୟୁଟୁବର ଥିଲା। ତନ୍ତ୍ର ମନ୍ତ୍ର ଭିଡିଓ ସେ ୟୁଟ୍ୟୁବରେ ସେୟାର କରୁଥିଲା। ଜିଗର ୭ ମାସ କାଳ ତା ଗାଡ଼ି ଡ୍ରାଇଭର ହୋଇ ରହିବା ଭିତରେ ଗୋପନରେ ଭାଇର ହତ୍ୟାକାଣ୍ଡ ପର୍ଦ୍ଦାଫାସ କରିବାକୁ ଲାଗିଥିଲେ। ନଭଲସିଂହ ତନ୍ତ୍ରମନ୍ତ୍ର ନାଁରେ ବଡ଼ ବଡ଼ ବ୍ୟବସାୟୀ ଓ ଶିଳ୍ପପତିଙ୍କ ଟଙ୍କା ସମେତ ସୁନା ଦୁଇ ଗୁଣା କରିଦେଉଥିବା ସମ୍ପର୍କରେ ଜିଗରଙ୍କୁ କହିଥିଲା। କିନ୍ତୁ ଏସବୁ ଦୁଇ ଗୁଣା ବଦଳରେ ଲୋକଙ୍କୁ ସେ ଠକୁଥିବା ସମ୍ପର୍କରେ ମଧ୍ୟ ବିଶ୍ବାସରରେ ଜିଗରଙ୍କ ଆଗରେ ନଭଲସିଂହ କହିଦେଇଥିଲା।

କେମିତି ଧରାପଡ଼ିଲା ସିରିଏଲ୍ କିଲର୍

ସେଦିନ ଥାଏ ୨୦୨୪ ଡିସେମ୍ବର ୩। ଜିଗର କାରରେ ନଭଲସିଂହ ଚାଭଡ଼ାକୁ ଧରି ଅହମ୍ମଦାବାଦର ଅନ୍ଧାର ରାସ୍ତାରେ ଯାଉଥିଲେ। ସେଦିନ ରାତିରେ ଅଭିଜିତ ସିଂହ ରାଜପୁତ ନାଁରେ ଜଣେ ବ୍ୟବସାୟୀ ଟଙ୍କା ଡବଲ କରିବାକୁ ତା ନିକଟକୁ ଏକ ନିକାଞ୍ଚନ ସ୍ଥାନକୁ ଆସୁଥିବା ସମ୍ପର୍କରେ ଜିଗରଙ୍କୁ କହିଥିଲା। ଘଟଣା ସ୍ଥଳରେ ପହଞ୍ଚିବା ପରେ ନଭଲସିଂହ ଗାଡ଼ିର ଡିକିରୁ ଏକ ମଦ ବୋତଲ ଓ କେମିକାଲ୍ କାଢ଼ି ଜିଗରକୁ ଦେଖାଇଥିଲା। ଏହାକୁ ମିଶାଇ କୌଣସି ବ୍ୟକ୍ତିକୁ ଯଦି ପିଇବାକୁ ଦିଆଯାଏ ତେବେ ମାତ୍ର ୧୫ ମିନିଟ ଭିତରେ ହୃଦଘାତରେ ମୃତ୍ୟୁ ହେବା ସମ୍ପର୍କରେ ଜିଗରକୁ କହିଥିଲା। ଏମିତିକି ଶବ ବ୍ୟବଚ୍ଛେଦ ରିପୋର୍ଟ ହୃଦଘାତ ଆସିବ ବୋଲି କହିଥିଲା।

ସେ ଏଭଳି ଅନେକ ଲୋକଙ୍କୁ ହତ୍ୟା କରିଥିବା କହିଥିଲା। ଗଲା ୩ ବର୍ଷ ତଳେ ଜଣେ ବ୍ୟକ୍ତିଙ୍କୁ ମାରି ରାସ୍ତାରେ ଫିଙ୍ଗିଦେଇଥିବା ସମ୍ପର୍କରେ ମଧ୍ୟ କହିଥିଲା। କିଛି ସମୟ ପରେ ରାସ୍ତାରେ ଆସୁଥିବା ଏକ ଗାଡ଼ି ତାଙ୍କ ଉପରେ ଚଢ଼ିଯାଇଥିଲା। ଜିଗର ଏହି ଘଟଣାରୁ ହିଁ ଭାଇର ହତ୍ୟାକାରୀକୁ ଚିହ୍ନଟ କରିସାରିଥିଲା। ଏହି ଠକ ତାନ୍ତ୍ରିକ ହିଁ ଭାଇର ହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲା। କିଛି ସମୟ ଭିତରେ ରାଜପୁତ ନାମଧାରୀ ବ୍ୟବସାୟୀଙ୍କ ହତ୍ୟା ହେବାକୁ ଯାଉଥିବା ବେଳେ ଜିଗର ତାଙ୍କୁ ବଞ୍ଚାଇବାକୁ ତୁରନ୍ତ ଅହମଦାବାଦର ସରଖେଜ ପୁଲିସକୁ ମ୍ୟାସେଜ୍ କରିଥିଲା।

ବଡ଼ ଭାଇଙ୍କ ହତ୍ୟାକାଣ୍ଡ ପରେ ପୁଲିସ ସହିତ ଯେହେତୁ ଜିଗରଙ୍କ ପୂର୍ବ ପରିଚିତ ସେହି ଆଧାରରେ ପୁଲିସ ତାଙ୍କ କଥାକୁ ବିଶ୍ବାସକୁ ନେଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନଭଲସିଂହକୁ କାବୁ କରିନେଇଥିଲା। ପୁଲିସ ନଭଲସିଂହକୁ ଜେରା ପରେ ସେ ୧୨ ହତ୍ୟାକାଣ୍ଡ କରିଥିବା ସ୍ବୀକାର କରିଥିଲା। ଡିସେମ୍ବର ୧୦ ତାରିଖ ଯାଏ ପୁଲିସ ଜିମାରେ ଆସିଥିବା ନଭଲସିଂହ ହଠାତ ୮ ଡିସେମ୍ବରରେ ଦିନ ପ୍ରାୟ ୧୦ଟା ବେଳେ ପୁଲିସ ହେପାଜତରେ ଅସୁସ୍ଥ ହୋଇପଡ଼ିଥିଲା। ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ତା ବ୍ୟବଚ୍ଛେଦ ରିପୋର୍ଟରେ ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତର ଦର୍ଶାଇଥିଲେ। ୧୦ ବର୍ଷରେ ୧୨ ଜଣଙ୍କ ହତ୍ୟା ଯେଉଁଭଳି ଶୈଳୀରେ ନଭଲସିଂହ କରିଥିଲା, ନିଜର ମୃତ୍ୟୁ ମଧ୍ୟ ସମାନ ଶୈଳୀରେ ହୋଇଥିଲା। ସେହି କେମିକାଲ୍ ସେବନ କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଏ।

 ଘର ଭିତରେ ତିନି ମୁଣ୍ଡ ଖାଇଲା ତନ୍ତ୍ର ବିଦ୍ୟା

ସୁରେନ୍ଦ୍ରନଗରର ନଭଲସିଂହର ଘରେ ତା ବାପା, ମା, ଜେଜେ ବାପା, ଜେଜେ ମା ରହୁଥିଲେ। ଆଜକୁ ୧୦ ବର୍ଷ ତଳେ ଜଣେ ତାନ୍ତ୍ରିକ ସଂସ୍ପର୍ଶରେ ଆସି ତନ୍ତ୍ର ଶିକ୍ଷା ନେଇଥିଲା। ନିୟମିତ କ୍ରାଇମ ପେଟ୍ରୋଲ ଦେଖୁଥିଲା। ତନ୍ତ୍ର ମନ୍ତ୍ର ବିଦ୍ୟା ନାଁରେ ଲୋକଙ୍କୁ କେମିତି ଲୁଟିହୁଏ, ସେକଥା ବି ଶିଖୁଥିଲା। ଜଣେ ତାନ୍ତ୍ରିକଙ୍କ ସଂସ୍ପର୍ଶରେ ଆସିବା ପରେ ଘର ଭିତରେ ପୂଜା ପାଠ କରିବା ଆରମ୍ଭ କରିଦେଇଥିଲା। ଏହାକୁ ନେଇ ଘରେ ପାଟିତୁଣ୍ଡ ହେଉଥିଲା। ଘରେ ସମସ୍ତେ ତାକୁ ବିରୋଧ କରୁଥିଲେ। ଏହାରି ଭିତରେ ନଭଲସିଂହର ତନ୍ତ୍ର ବିଦ୍ୟା ଆଗେଇ ଚାଲିଥାଏ। ତେବେ ସେ ଟଙ୍କା ଓ ସୁନା ଡବଲ କରିଦେବାକୁ ନେଇ ପ୍ରଚାରପ୍ରସାର କରିଥିଲା।

ଯେଉଁମାନେ ଟଙ୍କା ନେଇ ଆସୁଥିଲେ ସେମାନଙ୍କୁ ପ୍ରସାଦ, ଚା, ମଦରେ ସୋଡିୟମ୍ ନାଇଟ୍ରାଇଟ୍ ମିଶାଇ ହତ୍ୟା କରିବା ପରେ ଟଙ୍କା ଲୁଟିନେଉଥିଲା। ଏହି କେମିକାଲ୍ ସାଧାରଣତଃ ଡ୍ରାଏ ଓ୍ଵାସ ସମୟରେ କପଡ଼ାରେ ବ୍ୟବହାର ହୁଏ। ଡ୍ରାଏ ଓ୍ଵାସ୍ ଦୋକାନ ଦେଇଥିବା ଜଣେ ବନ୍ଧୁଙ୍କ ମାଧ୍ୟମରେ ଏହି କେମିକାଲ୍ ସେ ସଂଗ୍ରହ କରୁଥିଲା। ଏହି କେମିକାଲ୍ ପ୍ରକୃତରେ କାମ କରୁଛି କି ନାହିଁ, ପରୀକ୍ଷାମୂଳକ ଭାବେ ୨୦୧୦ରେ ନିଜ ଜେଜେ ମା ମଙ୍ଗୁ ଭାନିଆଙ୍କ ଉପରେ ସେ ଏହାକୁ ପ୍ରୟୋଗ କରିଥିଲା।

ଜେଜେ ମାଙ୍କ ପାଣିରେ ମିଶେଇ ପିଇବାକୁ ଦେଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଜେଜେ ମା ଅସୁସ୍ଥ ଥିବାରୁ ଚିକିତ୍ସା ବାବଦ ଔଷଧ କହି ଏହି କେମିକାଲ୍ ମିଶା ପାଣି ପେଇଦେଇଥିଲା। ୯ ମାସ ତଳେ ମା ସରୋଜ ଚାଭଡ଼ାଙ୍କୁ ବି କେମିକାଲ ଦେଇଥିଲା। ସେ ମଧ୍ୟ ଅସୁସ୍ଥ ଥିବା ବେଳେ ତାଙ୍କୁ ଔଷଧ ଖାଇବାକୁ କହି ଏହି କେମିକାଲ୍ ମିଶା ପାଣି ଦେଇଥିଲା। ଜାନୁଆରିରେ ମାମୁ ସୁର ଚାଭଡ଼ାଙ୍କୁ ବି କେମିକାଲ୍ ଦେଇଥିଲା। ଘର ଭିତରେ ଏହିଭଳି ତିନି ଜଣଙ୍କୁ କେମିକାଲ୍ ଦେଇ ହତ୍ୟା କରିଥିଲା।

ହତ୍ୟାକାଣ୍ଡ ପୂର୍ବରୁ ସୁଇସାଡ୍ ନୋଟ୍ ଲେଖୁଥିଲେ ମୃତକ

ନଭଲ ସିଂହର ଅପରାଧିକ କାର୍ଯ୍ୟକଳାପ ଗୁଜୁରାଟର ବିଭିନ୍ନ ସ୍ଥାନରେ ବ୍ୟାପିଥିଲା। ସେ ଅହମ୍ମଦାବାଦରେ ଗୋଟିଏ ହତ୍ୟା କରିଥିବା ବେଳେ ନିଜ ଘର ସୁରେନ୍ଦ୍ରନାଗାରେ ଛଅଟି (ନିଜ ପରିବାରରୁ ତିନୋଟି), ରାଜକୋଟରେ ତିନୋଟି ଏବଂ ୱାଙ୍କାନେର(ମୋରବି ଜିଲ୍ଲା) ଏବଂ ଅଞ୍ଜାର(କଚ୍ଛ ଜିଲ୍ଲା)ରେ ହତ୍ୟା କରିଥିଲା। ନଭଲ ସିଂହ ପୀଡ଼ିତମାନଙ୍କୁ ଆତ୍ମହତ୍ୟା ନୋଟ ଲେଖିବାକୁ ବାଧ୍ୟ କରୁଥିଲା।

ଯେଉଁମାନଙ୍କୁ ହତ୍ୟା କରୁଥିଲା ଏହା ପୂର୍ବରୁ ସୁଇସାଇଡ ନୋଟ ଲେଖିବାକୁ ବାଧ୍ୟ କରୁଥିଲା। ଟଙ୍କା ଓ ସୁନା ଡବଲ କରିବାକୁ ଆସୁଥିବା ବ୍ୟକ୍ତିଙ୍କୁ ଏହା ତନ୍ତ୍ରପୂଜାର ଗୁପ୍ତ ରୀତିର ଅଂଶ ବୋଲି କହି ସୁଇସାଇଡ୍ ନୋଟ୍ ଲେଖାଉଥିଲା। ଏହି କାରଣରୁ ପୁଲିସ ମାମଲାଗୁଡ଼ିକୁ ଆଗକୁ ବଢାଇ ନଥିଲା ଏବଂ କ୍ଲୋଜର୍ ରିପୋର୍ଟ ଦାଖଲ କରିଥିଲା। ସେ ତାଙ୍କ ପୀଡ଼ିତମାନଙ୍କୁ ପାଣିରେ ସୋଡିୟମ୍ ନାଇଟ୍ରାଇଟ୍ ମିଶାଇ ହତ୍ୟା କରୁଥିଲା। ସୁରେନ୍ଦ୍ରନଗରର ୱାଧୱାନରେ ଏକ ମନ୍ଦିର ଥିଲା, ଯେଉଁଠାରେ ସେ କଳାଯାଦୁ ଅଭ୍ୟାସ କରୁଥିଲା ବୋଲି ଜଣାପଡ଼ିଛି।

Murder Crimes Against Women Chemical Weapons
Advertisment
Advertisment