• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଆପଣଙ୍କ ମୋବାଇଲରେ ପ୍ରାୟତଃ ସକାଳୁ ନୋଟିଫିକେସନ୍ ବାର୍ ରେ ଗୋଟିଏ ଅପଡେଟ ଦେଖାଉଥିବ " ଆପଣଙ୍କ ସହରର ଏୟାର କ୍ବାଲିଟି ଇଣ୍ଡେକ୍ସ ବା ବାୟୁମଣ୍ଡଳର ଗୁଣବତ୍ତା ସୂଚକାଙ୍କ ୨୦୦/୨୧୦ ରହିଛି, ବାୟୁର ଗୁଣବତ୍ତା ଗୁରୁତର, ଘରୁ ବାହାରକୁ କମ୍ ବାହାରନ୍ତୁ।” ପୂର୍ବରୁ ଶୀତ ଋତୁ ଆସିଲେ ରାଜଧାନୀ ଦିଲ୍ଲୀ ଏବଂ ତା'ର ଆଖପାଖକୁ ନେଇ ଏହି ବାୟୁପ୍ରଦୂଷଣ ଏବଂ ତା' ସମ୍ବନ୍ଧିତ ଏହି ଶବ୍ଦ ଗୁଡିକ ଆମେ ଶୁଣୁଥିଲେ। ସେହି ସବୁ ଅଞ୍ଚଳରେ ପ୍ରଦୂଷଣ କାରଣରୁ ଲୋକଙ୍କ ଭିତରେ ଶ୍ବାସ ଜନିତ ବେମାରୀ ହଠାତ୍ ବଢି ଯାଉଥିଲା, ନିଶ୍ବାସ-ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା, ରାସ୍ତା-ଘାଟ ଦିଶୁନଥିଲା, ସ୍କୁଲ୍ ଏବଂ କାର୍ଯ୍ୟାଳୟ ଗୁଡିକରେ ଛୁଟି ଘୋଷଣା ଏବଂ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ପଡୁଥିଲା। କିନ୍ତୁ ଏବେ ଭୁବନେଶ୍ୱର ତଥା ଦେଶର ଅନ୍ୟ ଅନେକ ଛୋଟ-ବଡ ସହରରେ ଅନୁରୂପ ବାୟୁମଣ୍ଡଳ ପ୍ରଦୂଷଣ ଦେଖା ଯାଉଛି। ଉପଲବ୍ଧ ରିପୋର୍ଟ ଅନୁସାରେ ଭୁବନେଶ୍ଵର ବାୟୁମଣ୍ଡଳରେ ପି ଏମ୍ ୨.୫ର ମାତ୍ରା ୩୫.୬ ମାଇକ୍ରୋଗ୍ରାମ୍ ରହୁଛି, ଯାହାକି ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଦ୍ବାରା ଜାରୀ ମାତ୍ରା ଠାରୁ ୭ଗୁଣ ଅଧିକ କ୍ଷତିକାରକ।

ବାୟୁପ୍ରଦୂଷଣ କାରଣରୁ ଦେଖାଯାଉଥିବା ସ୍ବାସ୍ଥ୍ୟଗତ ସମସ୍ୟା:

ଉଭୟ ପି ଏମ୍ ୧୦ ଓ ୨.୫ ଆମ ଶ୍ବାସ ନଳୀରେ ପ୍ରବେଶ କରି ପାରନ୍ତି। କିନ୍ତୁ ପି ଏମ୍ ୨.୫କୁ ଏଇଥିପାଇଁ ଅଧିକ ମହତ୍ତ୍ଵ ଦିଆଯାଏ ଯେ, ଏହି ଆକାର ବା ସାଇଜର ପାର୍ଟିକୁଲେଟ୍ ମ୍ୟାଟର ଆମ ଶ୍ବାସ ତନ୍ତ୍ରର ସବୁଠାରୁ ଶେଷ ଏବଂ ଆକାରରେ ଛୋଟ ଅ°ଶ, ଆଲଭିଓଲି ପର୍ଯ୍ୟନ୍ତ ପହଞ୍ଚି ଆମ ରକ୍ତରେ ପ୍ରବେଶ କରିପାରେ।

ଏହି ବାୟୁପ୍ରଦୂଷଣ କାରଣରୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ:

- ନାକରୁ ପାଣି ଗଡିବା

- ଛିଙ୍କ

- ଗଳା ଦରଜ ଓ ଗତଗତ ହେବା

- କାଶ

- ଜ୍ବର

- ଆଖି କୁଣ୍ଡେଇ ହେବା ଓ ଲାଲ୍ ପଡିବା

- କେଶ ଓ ଚର୍ମ ରୁକ୍ଷ ହେବା

- ଚର୍ମ କୁଣ୍ଡେଇ ହୋଇ ଫଳିଯିବା

- ବ୍ରୋଙ୍କାଇଟିସ୍

- ନିଶ୍ୱାସପ୍ରଶ୍ବାସରେ କଷ୍ଟ ହେବା

- ବ୍ରୋଙ୍କିଆଲ୍ ଆସ୍ଥମା, ସିଓପିଡି

ପି ଏମ୍ ୨.୫ ଫୁସଫୁସ ଏବଂ ହୃଦୟ ଉଭୟ ପାଇଁ କ୍ଷତିକାରକ ବା ପ୍ରାଣଘାତକ ମଧ୍ୟ ହୋଇପାରେ। ଏହା ଦ୍ବାରା ନିମୋନିଆ, ଫୁସଫୁସର ସ°କ୍ରମଣ, ଫୁସଫୁସ କର୍କଟ, ହୃଦରୋଗ ଏବଂ ମସ୍ତିଷ୍କରେ ରକ୍ତସ୍ରାବର ଆଶଙ୍କା ଖୁବ୍ ବେଶି ବଢିଯାଏ। ଏହି ସବୁ ସମସ୍ୟା ବଢିଯାଏ ତଥା ନିମୋନିଆ, ଫୁସଫୁସର ସ°କ୍ରମଣ ଆଦି କାରଣରୁ ହସ୍ପିଟାଲରେ ଦାଖଲ ହେବା ବଢିଯାଏ।

ରକ୍ତରେ ପ୍ରବେଶ କରି ରକ୍ତନଳୀର ପ୍ରିମ୍ୟାଚ୍ୟୋର୍ ଏଜି° ଏବଂ ଷ୍ଟେନୋସିସ୍ କରାଏ (ରକ୍ତନଳୀ ସ°କୀର୍ଣ୍ଣ ହେବା), ହୃଦରୋଗ ଏବଂ ହାମୋରେଜିକ୍ ଷ୍ଟ୍ରୋକ୍ ର ଆଶଙ୍କା ବଢିଯାଏ।

ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଶ୍ବାସ ଜନିତ ସମସ୍ୟା ଦେଖାଯାଏ।

ପି ଏମ୍ ୨.୫ କ’ଣ : ପି ଏମ୍ ବା ପାର୍ଟିକୁଲେଟ୍ ମ୍ୟାଟର୍ କେବଳ ଗୋଟିଏ ପ୍ରଦୂଷଣକାରୀ ତତ୍ତ୍ୱ ନୁହେଁ, ଏହା ଅନେକ ଗୁଡିଏ ରାସାୟନିକ ଦ୍ରବ୍ୟ, କଠିନ ଏବଂ ଏରୋସଲ୍ ପଦାର୍ଥର ସମ୍ମିଶ୍ରଣ, ଶୁଖିଲା କଠିନ କଣିକା (କାଠ, କୋଇଲା, ପଥର କ୍ରସି°, ସିମେଣ୍ଟ କାମରୁ ସୃଷ୍ଟି), କ୍ଷୁଦ୍ର ତରଳ ପଦାର୍ଥ କଣିକା, ତରଳ ଆବରଣ ଯୁକ୍ତ କଠିନ ପଦାର୍ଥ କଣିକା, ଏ ସବୁର ସମ୍ମିଶ୍ରିତ କମ୍ପ୍ଲେକ୍ସ ପ୍ରଦୂଷଣକାରୀ ତତ୍ତ୍ୱ। ପାର୍ଟିକୁଲେଟ୍ ମ୍ୟାଟର ଯାହାର ଆୟତନ ୨.୫ ମାଇକ୍ରୋମିଟର ଠାରୁ ଛୋଟ ତାକୁ ପି ଏମ୍ ୨.୫ କୁହାଯାଏ (ମାନବ କେଶର ମୋଟେଇ ୫୦-୭୦ ମାଇକ୍ରୋମିଟର)। ପି ଏମ୍୧୦ (ପାର୍ଟିକୁଲେଟ୍ ମ୍ୟାଟର ଯାହାର ଆୟତନ ୧୦ ମାଇକ୍ରୋମିଟର ଠାରୁ ଛୋଟ)।

ଏ କ୍ବୁ ଆଇ (AQI ବା Air Quality Index) କ’ଣ:

ଏ କ୍ବୁ ଆଇକୁ ଆମ ଦେଶର ସରକାରୀ ସ°ସ୍ଥା 'ନାକ୍ସ' (ନ୍ୟାସନାଲ ଆମ୍ବିଏଣ୍ଟ ଏୟାର କ୍ବାଲିଟି ଷ୍ଟାଣ୍ଡାର୍ଡସ୍) ମାପିଥାଏ। ଏ କ୍ବୁ ଆଇ ମାପିବା ପାଇଁ ବାୟୁମଣ୍ଡଳରେ ଆଠଟି ପ୍ରଦୂଷଣକାରୀ ପଦାର୍ଥର ପରିମାଣକୁ ହିସାବକୁ ନିଆଯାଏ: କାର୍ବନ୍ ମନୋକ୍ସାଇଡ୍, ନାଇଟ୍ରୋଜେନ୍ ଡାଇଅକ୍ସାଡ୍, ସଲଫର୍ ଡାଇଅକ୍ସାଇଡ୍, ଓଜନ୍, ଆମୋନିଆ, ଲେଡ୍, ପି ଏମ୍୧୦, ପି ଏମ୍୨.୫।

ଗୋଟିଏ ସ୍ଥାନର ବାୟୁପ୍ରଦୂଷଣର ମାତ୍ରା ବା ଏ କ୍ବୁ ଆଇ ମାପିବା ପାଇଁ ଉକ୍ତ ସ୍ଥାନର ବାୟୁମଣ୍ଡଳରେ ଏମ୍୨.୫ କିମ୍ବା ପି ଏମ୍୧୦ ଛଡା ଆଉ ଯେକୌଣସି ଦୁଇଟି ପ୍ରଦୂଷଣକାରୀ ତତ୍ତ୍ୱର ପରିମାଣକୁ ଆକଳନ କରି ସେହି ଦେଶର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ପରିମାଣ, ସ୍ତର ଏବଂ ପରିମାପକ ଫର୍ମୁଲା ଦ୍ବାରା ହିସାବ କରି ସୂଚକାଙ୍କ ଜାରି କରାଯାଏ।

ଏ କ୍ବୁ ଆଇର ମହତ୍ତ୍ଵ : ଏ କ୍ବୁ ଆଇ ସୂଚକାଙ୍କ ସବୁବେଳେ ୦ -୫୦୦ ହୋଇଥାଏ। ଏହି ସୂଚକାଙ୍କ ଅଧିକ ହେବା ଅର୍ଥ ବାୟୁମଣ୍ଡଳରେ ପି ଏମ୍ ୨.୫ ଏବଂ ପି ଏମ୍ ୧୦ର ମାତ୍ରା ଅଧିକ ହେବା। ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ଅନୁସାରେ ଆମେ ନିଶ୍ବାସପ୍ରଶ୍ବାସ ନେଉଥିବା ବାୟୁମଣ୍ଡଳରେ ପ୍ରତି କ୍ବୁବିକ୍ ମିଟର୍ ବାୟୁରେ ୨୪ ଘଣ୍ଟା ମଧ୍ୟରେ ପି ଏମ୍ ୨.୫ର ମାତ୍ରା ସର୍ବାଧିକ ୫ ମାଇକ୍ରୋଗ୍ରାମ୍ ଏବଂ ପି ଏମ୍ ୧୦ର ମାତ୍ରା ୧୫ ମାଇକ୍ରୋଗ୍ରାମ୍ ଠାରୁ ଅଧିକ ହେବା ଅନୁଚିତ।

ଏ କ୍ବୁ ଆଇ ୦ -୫୦ ମଧ୍ୟରେ ଅର୍ଥ ସମ୍ପୂର୍ଣ୍ଣ ସୁସ୍ଥ ବାୟୁମଣ୍ଡଳ ଅଟେ, ଏଥିରେ ଅତ୍ୟନ୍ତ କମ୍ ମାତ୍ରାରେ ପ୍ରଦୂଷଣକାରୀ ତତ୍ତ୍ୱ ରହିଥାନ୍ତି।

୫୧- ୧୦୦ର ଅର୍ଥ ବାୟୁମଣ୍ଡଳରେ ଗୋଟିଏ ଗ୍ରହଣୀୟ ମାତ୍ରାରେ ପ୍ରଦୂଷଣ ରହିଛି, ଅତ୍ୟଧିକ ସେନ୍ସିଟିଭ୍ ଲୋକଙ୍କ କ୍ଷେତ୍ରରେ ଆଶଙ୍କାକୁ ଛାଡିଦେଲେ ଏହାର ସ୍ବାସ୍ଥ୍ୟ ଉପରେ ସାଧାରଣତଃ କୁପ୍ରଭାବ ନଥାଏ।

୧୦୧-୧୫୦ର ଅର୍ଥ ମୋଡେରେଟ୍ ପ୍ରଦୂଷଣ ସହ ସେନ୍ସିଟିଭ୍ ବା ଯେଉଁ ମାନଙ୍କର ଆଲର୍ଜିକ୍ କଣ୍ଡିସନ୍ ଥାଏ ସେମାନଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ/ ଶ୍ବାସଗତ ସମସ୍ୟା ଦେଖାଯାଏ କିନ୍ତୁ ସର୍ବସାଧାରଣ ପ୍ରଭାବିତ ହେବାର ଆଶଙ୍କା କମ୍ ଥାଏ।

୧୫୧ -୨୦୦ ମଧ୍ୟରେ ସର୍ବସାଧାରଣଙ୍କ ଠାରେ ସାମାନ୍ୟ ସ୍ୟାସ୍ଥ୍ୟ ସମସ୍ୟା ଦେଖାଯିବା ସହ ସେନ୍ସିଟିଭ୍ ଗ୍ରୁପ୍ ଠାରେ ନିମୋନିଆ ଆଦି ପରି ଭୟଙ୍କର ସ୍ୟାସ୍ଥ୍ୟ ସମସ୍ୟା ଦେଖାଯାଏ।

୨୦୧ -୩୦୦ ମଧ୍ୟରେ ସର୍ବସାଧାରଣଙ୍କ ଠାରେ ଭୟଙ୍କର ସ୍ୟାସ୍ଥ୍ୟ ସମସ୍ୟା ଦେଖାଯାଏ।

୩୦୦ -୫୦୦ ସର୍ବସାଧାରଣଙ୍କ ପାଇଁ ପ୍ରାଣଘାତକ ହୋଇ ପାରେ।

ନିୟନ୍ତ୍ରଣର ଦାୟିତ୍ୱ:

ଆମର ନିତିଦିନିଆ ଜୀବନରେ ଅତି ଛୋଟ ଛୋଟ ପରିବର୍ତ୍ତନ, ଯେମିତିକି ନିଜ ଗାଡିର କମ୍ ବ୍ୟବହାର କରି, ସାର୍ବଜନୀନ ପରିବହନର ବ୍ୟବହାର କରିବା, ସ୍ମୋକି° ପରିତ୍ୟାଗ, ପ୍ଲାଷ୍ଟିକର ବ୍ୟବହାର କମେଇବା ଓ ତାକୁ ବାହାରେ ନଜଳାଇବା, ଆବର୍ଜନାକୁ ସୀମିତ ରଖି ପୁନଃ-ବ୍ୟବହାର ଉପରେ ଜୋର୍ ଦେବା, ଏୟାର କଣ୍ଡିସନର ଏବଂ ରେଫ୍ରିଜିରେଟର ବ୍ୟବହାର ନିୟନ୍ତ୍ରଣ କରିବା, ରୋଷେଇଘର ଚିମିନି ସଫା ରଖିବା

ଫସିଲ୍ ଫ୍ୟୁଲ୍ ର ବ୍ୟବହାରକୁ କମ୍ କରି ଅକ୍ଷୟ ଶକ୍ତିର ଉତ୍ସ ଯଥା ସୌରଶକ୍ତି ଏବଂ ପବନ ଶକ୍ତିର ବ୍ୟବହାର କରିବା

ଅର୍ନାମେଣ୍ଟାଲ୍ ପ୍ଲାଣ୍ଟସ ଉପରେ ବେଶି ଜୋର୍ ନଦେଇ ଦୀର୍ଘସ୍ଥାୟୀ ସବୁଜ ଏବଂ ଫଳ ବୃକ୍ଷ ଲଗାଇବା, ବର୍ଷା ଦିନେ ଆଖପାଖର ବୁଦା, ଜଙ୍ଗଲିଆ ଅଞ୍ଚଳରେ ସିଡ୍-ବଲ୍ସ ବିଞ୍ଚିବା, ଇଣ୍ଡିଜେନସ୍ ବୃକ୍ଷ ରୋପଣ ଉପରେ ଜୋର୍ ଦିବା।

OTV is now on Whatsapp

Join and get latest news update delivered to you via whatsapp

Join Now