ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି ।
ଏଥର ସାବାଡ୍ ହେବେ ସାହୁ ଭାଉଜ ! ଉତୁରିବ ନିଶାଙ୍କ ଅଶ୍ଲୀଳ ନିଶା ! ରାନୀଙ୍କୁ ମନା ହେବ ଖଣ୍ଡଗିରି ! ଯାତ୍ରାମଞ୍ଚକୁ ଭଲ ପାଉଥିବା ଭଦ୍ର ଦର୍ଶକଙ୍କ ପାଇଁ ଏବେ ଏଭଳି ଆଶା ସଞ୍ଚାର ହୋଇଛି ।
ଖଣ୍ଡଗିରି ମେଳାରେ ଭାଗ ନେଇପାରିବେନି ଆଇଟମ୍ ଡ୍ୟାନସର୍ ସାହୁ ଭାଉଜ ଓ ନିଶା ମହାରଣା । ଅଶ୍ଲୀଳ ନୃତ୍ୟକୁ ଦିଆଯିବନି ଅନୁମତି ।
ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର।
ଯେଉଁଠି ଲୋକଙ୍କୁ ଚିକିତ୍ସା କରୁଛନ୍ତି କିଛି ବାବା, ସେଇଠି ବୈଦ୍ୟଙ୍କ ପାଖରେ ବି ଚିକିତ୍ସିତ ହେଉଛନ୍ତି ଆଉ କିଛି ସାଧୁ। ଭୁବନେଶ୍ୱର ଖଣ୍ଡଗିରି ମେଳାର ଗୋଟିଏ ବୋତଲ ମନ୍ତ୍ର ଫୁଙ୍କା ପାଣି ପିଇଦେଲେ, କୁଆଡ଼େ ଭଲ ହୋଇଯାଉଛି କ୍ୟାନ୍ସର ଓ ଡାଇବେଟିସ୍ ଭଳି ବେମାରୀ।
ରାଜଧାନୀରେ ଜମୁଛି ଖଣ୍ଡଗିରି ମେଳା। ସନ୍ଧ୍ୟା ହେଲେ କୁମ୍ଭ ମେଳାରେ ଲାଗୁଛି ଜବରଦସ୍ତ ଭିଡ। ସାଧୁ ସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପରିବେଶ। ଆଉ ମାଘ ମେଳାକୁ ଆସିଥିବା ନାଗା ବାବାଙ୍କ ପାଖରେ ଆଶୀର୍ବାଦ ପାଇଁ ଲାଗୁଛି ଭକ୍ତ ଭିଡ। କିଏ ମନର କଥା ଜଣାଉଛି ତ କିଏ ଦୁରାରୋଗର ଦୂରୀକରଣ ପାଇଁ ନେହୁରା ହେଉଛି ତ ଆଉ କିଏ ବାବାଙ୍କ ଠାରୁ ବିଭୂତି ନେଇ ଫେରୁଛି।
ହର ହର ମହାଦେବ ଧ୍ୱନୀରେ କମ୍ପୁଛି ଖଣ୍ଡଗିରି ପାଦଦେଶ । ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା । ଦୂରଦୂରାନ୍ତରୁ ଛୁଟିଆସିଛନ୍ତି ନାଗାବାବା, ସାଧୁସନ୍ଥ ଓ ଶ୍ରଦ୍ଧାଳୁ ।
ଏଥର ୬ଟି ପେଣ୍ଡାଲରେ ନାମୀଦାମୀ ୧୨ ଯାତ୍ରାପାର୍ଟି ମଞ୍ଚସ୍ଥ କରିବେ.. ମନଇଚ୍ଛା ଯାତ୍ରା ଟିକଟ ଦାମ ଲଗାଇ ପାରିବେନି କମିଟି.. ଟିକଟର ଦାମ ସ୍ଥିର ହୋଇଛି..
ଖଣ୍ଡଗିରିରେ ଦୁଲୁକିବ ଯାତ୍ରା ପେଣ୍ଡାଲ। ୧୮ ତାରିଖରୁ ନାମୀଦାମୀ ୧୨ଟି ଯାତ୍ରା ପାର୍ଟି ନିଜ ନିଜର ଯାତ୍ରା ମଞ୍ଚସ୍ଥ କରିବେ। ଏ ନେଇ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ଯାତ୍ରାରେ ରେକର୍ଡ ଡ୍ୟାନ୍ସ, ମେଲୋଡି କାର୍ଯ୍ୟକ୍ରମରେ ଶାଳୀନତା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ।
ତପୋଭୂମୀ ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଛି ପ୍ରସିଦ୍ଧ ମାଘ ମେଳା। ଯେଉଁଠି ଭଳିକି ଭଳି ସାଧୁ ସନ୍ଥଙ୍କ ସମାଗମ ହୋଇଛି। ହୋମଯଜ୍ଞ ଓ ନାମ ସଂକୀର୍ତ୍ତନରେ ଚଉଦିଗ କମ୍ପୁଛି।
ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ।
ଆପତ୍ତି ଉଠାଇଲେ କଳାକାର, ଯାତ୍ରା ଆୟୋଜକଙ୍କ ସ୍ୱାଗତ ।
ଅଶାଳୀନ ନୃତ୍ୟ ପରିବେଷଣ ନକରିବାକୁ ଯାତ୍ରା କମିଟିଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏସ୍ଓପି ଜାରି କରିଛି। ସାମାଜିକ ଓ ଧାର୍ମିକ ଭାବନା ଯେପରି କ୍ଷୂର୍ଣ୍ଣ ନହେବ ତା’ ଉପରେ ଧ୍ୟାନ ଦେବା ଲାଗି ଏହି ଏସ୍ଓପିରେ କୁହାଯାଇଛି।
ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ।
ଖଣ୍ଡଗିରି ମେଳାକୁ କାଶୀ, ଉଜ୍ଜୟିନୀ, ଗୁଜରାଟରୁ ବହୁ ନାଗା ବାବା ଆସିଛନ୍ତି।
ଇତିହାସ, ଭୁଗୋଳ, ଅର୍ଥନୀତି, ଆୟୁର୍ବେଦ। ଏ ସବୁଥିରେ ସେ ଅଧ୍ୟୟନ କରିଛନ୍ତି। ଆଉ ସନ୍ୟାସ ହୋଇ ଯାଇଛନ୍ତି। ଦେଖନ୍ତୁ ଓଟିଭି ସୋସିଆଲ୍ ମିଡିଆରେ ଡାକ୍ତର ବାବାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର