କୁହାଯାଏ, ଏଇଠି ଶେଷ ହୋଇଥିଲା ମହାଭାରତ ଲେଖା, ଏଇଠି ମଧ୍ୟ ଘଟିଥିଲା ଏହି ମହାଯୁଦ୍ଧର ଶେଷ ଘଟଣା। ଜାଗାଟି ଏବେ ଅଛି ଆମରି ରାଜ୍ୟର ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ନିକଟରେ। ପ୍ରତିବର୍ଷ ପରି ଆଜିଠାରୁ ଏଠାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ବ୍ୟାସ ସରୋବର ମେଳା।
ଓଡ଼ିଶାର କେଉଁ କେଉଁ ସ୍ଥାନରେ ହୁଏ ମାଘ ସପ୍ତମୀ ମେଳା, କେଉଁଠି ହୁଏ ମାଘବୁଡ଼? କେମିତି ହୋଇଥିଲା ଖଣ୍ଡଗିରିର ନାମକରଣ? ମାଘ ମାସରେ କେଉଁ ଦେବତାଙ୍କର ପୂଜା କରାଯାଏ?
କୋଟି କୋଟି ଭକ୍ତ, କିଲୋମିଟର କିଲୋମିଟର ମେଳା, ସାଧୁସନ୍ଥରେ ଭର୍ତ୍ତି ଅଂଚଳ। ଦେଖନ୍ତୁ ଆଜି ତ୍ରିବେଣୀ ସଙ୍ଗମର କିଛି ରୋଚକ ଦୃଶ୍ୟ।
କଥା ରହିଛି ବାତ୍ସଲ୍ୟ ମମତାରେ ପଡି ଶ୍ରୀକୃଷ୍ଣ ଦୁର୍ବଳ ହୋଇଥିବାର ଅନୁଭବ କରିଥିଲେ ମା ଯଶୋଦା ।ନଖାଇ ନପିଇ ପୁଅର ଏମିତି ହୋଇଥିବା ଅନୁମାନ କରିଥିଲେ ମା ।ଖାସ ସେଇଥିପାଇଁ ନିଜ ହାତରେ ନାନାଦି ସୁସ୍ୱାଦୁ ତଥା ପୁଷ୍ଟିକର ଖାଦ୍ୟ ରାନ୍ଧି କୋଳରେ ବସାଇ ଶ୍ରୀକୃଷ୍ଣଙ୍କୁ ଭୁଞ୍ଜାଇ ଦେଇଥିଲେ ଯଶୋମତି ।ଏବଂ ସେହି ବାତ୍ସଲ୍ୟ ମମତାର ସ୍ମୃତି ହେଉଛି ଏହି ବ୍ୟଞ୍ଜନ ଦ୍ଵାଦଶୀ।ଯଦିଓ ଅନ୍ୟ ଏକ କଥା ରହିଛି ଯେ ଗୋଚରଣ ବେଳେ ଶ୍ରୀକୃଷ୍ଣଙ୍କୁ ଭୋକ ଲାଗିଥିଲା ଯାହାକୁ ଦିବ୍ୟ ଚକ୍ଷୁ ରେ ଦେଖି ପାରିଥିଲେ ରାଧାରାଣୀ ।