ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।
ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।
ଗରିବ ଖଟିଖିଆ ଲୋକଙ୍କୁ ପୋଲିସ୍ ବାବୁଙ୍କ ନାଲି ଆଖି। ଜୟପୁର ଟାଉନଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଲୋକଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ଥିବା ୭ଟି ମେଗା ଜଳବିଦ୍ୟୁତ କେନ୍ଦ୍ରର ମୋଟ ଉତ୍ପାଦନ କ୍ଷମତା ୨୦୯୯. ୫ ମେଗାୱାଟ୍ । କିନ୍ତୁ ଜୁନ୍ ୨୧ରେ ଏସବୁରୁ ଉତ୍ପାଦନ ହୋଇଛି ମାତ୍ର ୯୪.୫୪ ମେଗାୱାଟ୍, ଯାହାକି ମୋଟ୍ କ୍ଷମତାର ୫ ପ୍ରତିଶତରୁ ବି କମ୍ ।
କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି।
ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।
ସମସ୍ତ ରୀତିନୀତି ଓ କୂଳ କୁଟୁମ୍ବଙ୍କ ଉପସ୍ଥିତିରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି ।
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ସିଲପଡ଼ା ଗାଁରେ ବଜ୍ରାଘାତ କାରଣରୁ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ ।
ମହଙ୍ଗା ପଡ଼ିଲା ପୋଲିସ୍କୁ ମରଣାନ୍ତକ ଆକ୍ରମଣ। ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ ହୋଇ ପଡ଼ିଛି।
ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ। ଶେଷରେ ଗାଁ ଲୋକେ ନିଜ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚାନ୍ଦା ଆଦାୟ କରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗାଁ ବିଦ୍ୟାଳୟକୁ ମରାମତି କରିଛନ୍ତି।
କୋରାପୁଟ ସମେତ, ପଟାଙ୍ଗି, ସେମିଳିଗୁଡ଼ା, ନନ୍ଦପୁର, ନାରାୟଣପାଟଣାରେ ଆଜି ଏଭଳି ନିର୍ଧୁୁମ ବର୍ଷା ଲାଗି ରହିଛି ।
ଟ୍ରେଲର-ବସ୍ ଧକ୍କା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ଓ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଭାରସାମ୍ୟ ହରାଇ ଗାଡ଼ିଟି କଲଭର୍ଟ ତଳକୁ ଓଲଟି ପଡ଼ିଥିଲା । ଏଥିରେ ୩୫ ବର୍ଷୀୟ ରାଇମିତି ଭୂମିଆଙ୍କ ମୃତ୍ୟୁ ହୋଇଛି ।
କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍ ଫୋର୍ସ ମୂତୟନ।
ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୁରା ପୋଲିସ୍ ଟିମ୍ ପହଞ୍ଚିଥିଲା ।
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ୨୨ ବର୍ଷ ଭିତରେ ମହାନଦୀ ଉପରେ ପ୍ରକଳ୍ପ ନେଇ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି ।
ମାଲକାନଗିରିର ଭଡ଼ା ଘର, ସୁନାବେଡ଼ାର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଏବଂ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ଚଢାଉ କରିଛି ।
ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି।
ଚଇତି ପରବ ପାଳନ ବେଳେ ଗଡ଼ିଲା ମୁଣ୍ଡ। ସାମାନ୍ୟ ବଚସାକୁ ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।
ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି ।
ପୂର୍ବ ଭଳି ସବୁ କିଛି ପ୍ରତିଶ୍ରୁତିରେ ରହିବ ନା ଫଳପ୍ରଦ ହେବ ତାହା ଏବେ ଆଶା ଓ ଆଶଙ୍କାରେ ।
ବୁଲିବାକୁ ନଛାଡ଼ିବାରୁ ନିରାଶ ହୋଇ ଗଛରେ ଓଢ଼ଣି ଲଗାଇ ଝୁଲି ପଡ଼ିଲେ ଯୁବତୀ । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଥିବା ପୋଲିସର ସୂଚନା ।