Advertisment

ବାନ୍ତି କରିବା ବାହାନାରେ ଥାନାରୁ ଚମ୍ପଟ ମାରିଲା ହତ୍ୟାକାରୀ

ବାନ୍ତି କରିବା ଆଳରେ କନଷ୍ଟେବଲ୍‌କୁ ଚକ୍‌ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା।

author-image
Rajalaxmi Sahoo
Murder Accused Absconding From Police Station In Koraput

Murder Accused Absconding From Police Station In Koraput

କନଷ୍ଟେବଲ୍‌କୁ ଚକ୍‌ମା ଦେଖାଇ ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ। କୋରାପୁଟ ସଦର ଥାନାରେ ଏଭଳି କିଛି ଘଟଣା ଘଟିଛି। ଫେରାର ଅଭିଯୁକ୍ତକୁ ଧରିବା ଲାଗି ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଜାରି ରହିଛି। ଫେରାର ଅଭିଯୁକ୍ତର ନାଁ ପର୍ଶୁରାମ ପରଜା।

Advertisment

ସୂଚନା ଅନୁସାରେ, କୋଟା ଗାଁର ଜଣେ ନାବାଳକଙ୍କୁ ହତ୍ୟା ଅଭିଯୋଗରେ କୋରାପୁଟ ସଦର ଥାନାରେ ପର୍ଶୁରାମ ପରଜାଙ୍କୁ ପୋଲିସ୍ ଅଟକ ରଖିଥିଲା। ବାନ୍ତି କରିବା ଆଳରେ ପର୍ଶୁରାମ ଥାନା ବାହାରକୁ ଆସି ସେଠୁ ଜଙ୍ଗଲ ଭିତରକୁ ଦୌଡ଼ି ପଲାଇଥିଲା। ତାଙ୍କୁ ଜଗିବାକୁ ଜଣେ କନେଷ୍ଟବଲ ଥିଲେ। ହେଲେ କନଷ୍ଟେବଲ୍‌ଙ୍କୁ ଚକ୍‌ମା ଦେଖାଇ ସେ ଫେରାର ହୋଇଯାଇଛନ୍ତି। 

ଅଭିଯୁକ୍ତକୁ ଜଗିବାକୁ ଜଣେ କନେଷ୍ଟବଲ ଥିଲେ। ଏହା ସତ୍ତ୍ୱେ କିପରି ଅଭିଯୁକ୍ତ ଫେରାର ହେଲା, ସେନେଇ ପ୍ରଶ୍ନବାଚୀ ସୃଟି ହୋଇଛି। ପର୍ଶୁରାମକୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସୂଚନାଥାଉ କି, ଗତ ଶନିବାର ଦିନ ସଦର ଥାନା ଅଞ୍ଚଳରେ ନାବାଳକଙ୍କୁ ହତ୍ୟା କରି ନଦୀରେ ଫୋପାଡ଼ି ଦେବା ମାମଲାରେ ତାଙ୍କୁ ପୋଲିସ୍ ଧରିଥିଲା। 

Advertisment
Accused Absconding
Advertisment
Advertisment