• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ମୃତ୍ୟୁ କେତେବେଳେ ଆସିବ କେହି କହିପାରିବେ ନାହିଁ । ବେଳା ଖରାପ ଥିଲେ ଘରେ ଥାଇ ବି ଅଚାନକ ଦୁର୍ଘଟଣା ଘଟି ମୃତ୍ୟୁ ହେବ । ଠିକ୍‌ ଏମିତି କିଛି ଘଟିଛି ବୈପରୀଗୁଡ଼ା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ ମଳିପଦର ସାବେରୀ ନଦୀକୂଳରେ ଥିବା ଜଙ୍ଗଲରେ ।

କିଛି ଲୋକ ନିତିଦିନ ଭଳି ଗତ ମଙ୍ଗଳବାର ମଧ୍ୟ ଜଙ୍ଗଲକୁ ଯାଇଥିଲେ । କାରଣ ଜଙ୍ଗଲରୁ ସେମାନେ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି । ଆଉ ତାକୁ ବଜାରରେ ବିକ୍ରି କରି ନିଜର ପେଟ ପୋଷିଥାନ୍ତି । ପୁରା ପରିବାର ମଧ୍ୟ ତାଙ୍କର ଏହି ରୋଜଗାର ଉପରେ ନିର୍ଭର କରିଥାଏ । ହେଲେ ଆଜି ସେମାନେ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍‌ ଅଘଟଣ ଘଟିଥିଲା । ଆଉ ସେମାନେ ଘରକୁ ପେରିପାରିନଥିଲେ । ଯେଉଁଠି ଆଶ୍ରୟ ନେଇଥିଲେ ସେଠାରେ ହିଁ ତାଙ୍କର ଜୀବନ ଚାଲିଗଲା ।

ପୁରା ଘଟଣାଟି ହେଲା, କିଛି ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍‌ ପ୍ରବଳ ବର୍ଷା ଆସିଥିଲା । ବର୍ଷାରୁ ରକ୍ଷା ପାଇବା ପାଇଁ ସେମାନେ ଏକ ପଥର ଗୁମ୍ଫା ମଧ୍ୟରେ ଆଶ୍ରୟ ନେଇଥିଲେ । ଆଉ ଯେଉଁ ଗୁମ୍ଫାରେ ଆଶ୍ରୟ ନେଇଥିଲେ, ସେଠାରେ ବର୍ଷା କାରଣରୁ ପଥର ଧସିଥିଲା । ଫଳରେ ଆଶ୍ରୟ ନେଇଥିବା ଦୁଇ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ମୃତ ୨ ବ୍ୟକ୍ତି ହେଲେ ହଳଦୀକୁଣ୍ଡ ଗ୍ରାମର ଜୟଦେବ ଧାରୁଆ ଓ ତ୍ରିଲୋଚନ ଧାରୁଆ । ସେମାନେ ଦୁରୁଆ ସମ୍ପ୍ରଦାୟର ଆଦିବାସୀ ଲୋକ ବୋଲି ସୂଚନା ରହିଛି l ଜଙ୍ଗଲ ଜାତଦ୍ରବ୍ୟ ସଂଗ୍ରହ କରବା ସେମାନଙ୍କ ନିତିଦିନିଆ କାମ । ସେହି ସାମଗ୍ରୀକୁ ବଜାରରେ ବିକ୍ରି କରି ପରିବାର ଚଳାନ୍ତି ।

ମଙ୍ଗଳବାର ସେମାନେ ଜଙ୍ଗଲକୁ ଯାଇଥିବା ବେଳେ ଆଉ ଫେରିନଥିଲେ । ବୁଧବାର ମାଳିପଦର ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ସବେରୀ ନଦୀ କୁଳକୁ ଯାଇଥିବା ବେଳେ ସେମାନେ ଏହି ଦୃଶ୍ୟ ଦେଖିଥିଲେ । ଗୁମ୍ଫା ମଧ୍ୟରେ ପଥର ଧସି ୨ ଜଣଙ୍କ ମରଶରୀର ଫସି ରହିଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି ।