Advertisment

Book Inauguration: ସଂଗ୍ରାମ ମହାରଣାଙ୍କର 'ଋତୁପର୍ଣ୍ଣା'ର ଶୁଭ ଉନ୍ମୋଚନ

ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମୀଠାରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି l

author-image
Santosh Kumar Sahoo
ଅଦ୍ୟତନ ହୋଇଛି
'ଋତୁପର୍ଣ୍ଣା'ର ଶୁଭ ଉନ୍ମୋଚନ

'ଋତୁପର୍ଣ୍ଣା'ର ଶୁଭ ଉନ୍ମୋଚନ

ଭୁବନେଶ୍ବରର ବର୍ଷା ପବ୍ଲିକେଶନ୍ ପକ୍ଷରୁ ଯୁବକବି ସଂଗ୍ରାମ ମହାରଣାଙ୍କର ପ୍ରଥମ କବିତା ସଂକଳନ 'ଋତୁପର୍ଣ୍ଣା' ଉନ୍ମୋଚିତ ହୋଇଛି। ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମୀଠାରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି l ଏଥିପାଇଁ ଏକ ସ୍ବତନ୍ତ୍ର ପୁସ୍ତକ ଉନ୍ମୋଚନ ଉତ୍ସବର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଖ୍ୟାତ ପ୍ରାବନ୍ଧିକ ତଥା କେନ୍ଦ୍ର ସାହିତ୍ୟ ଏକାଡେମୀ ପ୍ରାପ୍ତ ଲେଖକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲ ଯୁବକବି ସଂଗ୍ରାମଙ୍କୁ ଶୁଭେଛା ଜଣାଇବା ସହ ଓଡ଼ିଆ କବିତାର ବର୍ଣ୍ଣାଢ୍ୟ ବିଭବର ଦାୟିତ୍ଵ ନେବାକୁ ଆହ୍ଵାନ କରିଥିଲେl

Advertisment

ଅଧିକ ପଢ଼ନ୍ତୁ: ୱକ୍‌ଫ ବିଲକୁ ନେଇ ବିଜେଡି ଦି’ ଫାଳ, ସପକ୍ଷରେ ଭୋଟ୍‌ ଦେଲେ ସସ୍ମିତ

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଡ଼ ଅଜୟ ସ୍ୱାଇଁ କହିଥିଲେ, କବିତାର ପ୍ରବହମାନ ଲାଳିତ୍ୟକୁ ସଂଗ୍ରାମ ସୁନ୍ଦର ଭାବେ ଉପଲବ୍ଧି କରିଛନ୍ତି l ତାଙ୍କ କବିତାର ଧାରା ଗାଁଠାରୁ ସହର ଯାଏଁ ପ୍ରଲମ୍ବିତ। ଅନେକ କବିତାରେ ତାଙ୍କ ଗାଁର ସ୍ମୃତି ରହିଛି।

ସେହିପରି ମୁଖ୍ୟବକ୍ତାଭାବେ ଯୋଗ ଦେଇ ବରିଷ୍ଠ କଥାକାର ଭୀମ ପୃଷ୍ଟି କହିଲେ ଯେ, ଓଡ଼ିଆ କାବ୍ୟଜଗତରେ 'ଋତୁପର୍ଣ୍ଣା' ଏକ ସ୍ମରଣୀୟ ଦୃଷ୍ଟାନ୍ତ ହେବ। ଯୁବପିଢ଼ି ଭିତରେ କାବ୍ୟିକ ସତ୍ତା ବୃଦ୍ଧି ପାଇବା ସମାଜ ପାଇଁ ଶୁଭ ସଙ୍କେତ।

Advertisment

ସେହିପରି ସମ୍ମାନିତ ବକ୍ତା ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନ 'ଋତୁପର୍ଣ୍ଣା'ର ସଫଳତା ଓ ପାଠକୀୟ ଆଦୃତି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କବି ପବିତ୍ର ମୋହନ କର ବହିଟିର କବିତାମାନଙ୍କର ଏକ ସୁନ୍ଦର ସମୀକ୍ଷାମୂଳକ ଆକଳନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ଵ ସାହିତ୍ୟପ୍ରେମୀ ଯୋଗ ଦେଇ ଉନ୍ମୋଚନ ଉତ୍ସବକୁ ପ୍ରତ୍ୟକ୍ଷ କରିବା ସହ କବିତା ସବୁକୁ ଉପଭୋଗ କରିଥିଲେ।

Odisha Poetry
Advertisment
Advertisment