• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ମୃତ୍ତିକା ସର୍ବେକ୍ଷଣ କାର୍ଯ୍ୟକୁ ନେଇ ପୁଣି ଆନ୍ଧ୍ର ଉପରେ ସନ୍ଦେହ ଘନୀଭୂତ । କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଜଳପ୍ରପାତ ଗଲିଗବ୍ଦରଠାରେ ମୃତ୍ତିକା ଓ ପଥର ସର୍ଭେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ଯନ୍ତ୍ରପାତି ନେଇ ଆସିଥିବା ଗାଡ଼ିଟିରେ କେନ୍ଦ୍ର ଖଣି ବିଭାଗ ଅଧୀନସ୍ଥ ଏନ୍ଆଇଆରଏମର ଫଳକ ଲାଗିଛି ।

ଗାଡ଼ି ନମ୍ବର ପ୍ଲେଟ୍‌ରୁ ଏହା କର୍ଣ୍ଣାଟକରେ ରେଜିଷ୍ଟ୍ରେସନ୍ ହୋଇଥିବା ଜଣାପଡିଛି । ତେବେ ସର୍ଭେ ପାଇଁ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଏକ ଗାଡିରେ ଅଧିକାରୀମାନେ ଆସିଥିବାରୁ ଏହା ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ବୋଲି ଆଶଙ୍କା ପ୍ରକାଶ ପାଇଛି । କୋରାପୁଟ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ।

ସେହି ଅଧିକାରୀଙ୍କୁ ଟିକାଈ କରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ସନ୍ଦେହ ଘନୀଭୂତ ହୋଇଛି । କୋଟିଆ ଅଞ୍ଚଳ ସମେତ ଗଲିଗବ୍ଦର୍, ନୂଆଗାଁ ଆଦି ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ଆସୁଛନ୍ତି । କୋଟିଆ ଅଞ୍ଚଳ ଖଣିଜ ସମ୍ପଦରେ ଭରପୁର ଥିବାରୁ ଆନ୍ଧ୍ର ଏହି ଅଞ୍ଚଳକୁ ଅକ୍ତିଆର କରିବାକୁ ପ୍ରଚେଷ୍ଟା କରୁଥିବା ଅନେକ ସମୟରେ ଅଭିଯୋଗ ଆସିଛି । ତେବେ ଏହି ସର୍ଭେ କାର୍ଯ୍ୟ ଓଡ଼ିଶା ସରକାରଙ୍କ ଜ୍ଞାତସାରରେ ହେଉଛି ନାଁ, ଲୁଚା ଚୋରାରେ ହେଉଛି । ଏନେଇ ପ୍ରଶ୍ନ ଉଙ୍କି ମାରିଛି ।