Advertisment

Jatra Controversy: ବଢ଼ିଲା ଯାତ୍ରା କଳି; ମୁହାଁମୁହିଁ ହେଲେ ମାଲିକ ଏବଂ ଅଭିନେତା

ବର୍ଷକ ପାଇଁ କୌଣସି ମଞ୍ଚରେ ନରି ପଣ୍ଡାଙ୍କୁ ଅଭିନୟର ସୁଯୋଗ ଦିଆଯିବ ନାହିଁ ବୋଲି ଆଜି ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଏକ ହୋଟେଲରେ ୧୩ଟି ଯାତ୍ରା ମାଲିକଙ୍କୁ ନେଇ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକରେ ମିଳିତ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ସତ୍ୟ ସାମ୍ନାକୁ ନଆସିବା ଯାଏଁ ମୁହଁରେ ପାଉଡ଼ର ଲଗାଇବେନି କହିଛନ୍ତି ନରି ପଣ୍ଡା ।

author-image
Deviprasad Jena
ଯାତ୍ରାରେ ପୁଣି ଯାତେରା !

ଯାତ୍ରାରେ ପୁଣି ଯାତେରା !

ପୁଣି ବଢ଼ିଲା ଯାତ୍ରା ମାଲିକ-ଅଭିନେତା ବିବାଦ । ପୀୟୁଷ ତ୍ରିପାଠୀ ବନାମ ଯାତ୍ରା ସିଂହବାହିନୀ ବିବାଦ ପରେ ଘନେଇଛି ହାସ୍ୟ ଅଭିନେତା ନରି ପଣ୍ଡା ବନାମ୍ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳଙ୍କ ମଧ୍ୟରେ ବିବାଦ । ଆକ୍ରମଣର ଅଭିଯୋଗ ଆଣି ପୋଲିସ ଦ୍ବାରସ୍ଥ ହୋଇଥିବା ନରିଙ୍କୁ ଆଜି ସିଧାସଳଖ ବୟକଟ୍ କରିଛି ଯାତ୍ରା ମାଲିକ ସଂଘ ।

Advertisment

ବର୍ଷକ ପାଇଁ କୌଣସି ମଞ୍ଚରେ ନରି ପଣ୍ଡାଙ୍କୁ ଅଭିନୟର ସୁଯୋଗ ଦିଆଯିବ ନାହିଁ ବୋଲି ଆଜି ଭୁବନେଶ୍ବର ଖଣ୍ଡଗିରିସ୍ଥିତ ଏକ ହୋଟେଲରେ ୧୩ଟି ଯାତ୍ରା ମାଲିକଙ୍କୁ ନେଇ ଅନୁଷ୍ଠିତ ରୁଦ୍ଧଦ୍ବାର ବୈଠକରେ ହୋଇଛି ମିଳିତ ନିଷ୍ପତ୍ତି । ଅଶାଳୀନ ମନ୍ତବ୍ୟ ଏବଂ କୌଣସି ଆଧାର ନଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେବା ସହ ବିବାଦ ସୃଷ୍ଟି କରୁଥିବା ଦର୍ଶାଇ ୧୩ଟି ଯାତ୍ରା ପାର୍ଟି ମାଲିକ ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ୨୦୨୫-୨୦୨୬ ପାଇଁ ତୁଳସୀ ଗଣନାଟ୍ୟ ସହ ୧୬ ଲକ୍ଷ ଟଙ୍କାରେ ଚୁକ୍ତି କରିଥିଲେ ନରି ପଣ୍ଡା । ୨ଟି ପର୍ଯ୍ୟାୟରେ ୧୦ ଲକ୍ଷ ନେଇଥିବାବେଳେ ବଳକା ୬ ଲକ୍ଷ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ଧଳଙ୍କୁ ଫୋନ କରି ମାଗିଥିଲେ ନରିଙ୍କ ପତ୍ନୀ । ଏହି ସମୟରେ ପତ୍ନୀଙ୍କୁ ଖରାପ ବ୍ୟବହାର କରିଥିବା ନରି ଅଭିଯୋଗ କରିଥିଲେ ।

Advertisment

ଗତ ମାର୍ଚ୍ଚ ୨୯ରେ ଯାଜପୁରରେ ନରିଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି ଅନନ୍ତ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା ।ଏହାପରେ ସୁରକ୍ଷା ଲୋଡ଼ି ଗତ ମାର୍ଚ୍ଚ ୩୧ ବିଳମ୍ବିତ ରାତିରେ ଯାଜପୁର ବାଲିଚନ୍ଦ୍ରପୁର ଥାନାରେ ଅନଲାଇନରେ ଏତଲା ଦେଇଥିଲେ ନରି । ନରି କହିଥିଲେ, ଯଦି ନ୍ୟାୟ ନ ମିଳେ, ଯାତ୍ରା ଜଗତରୁ ସନ୍ନ୍ୟାସ ନେବେ ।

ଅଧିକ ପଢ଼ନ୍ତୁ: ନରି ପଣ୍ଡାଙ୍କୁ ବୟକଟ୍...ଚିଠି ଲେଖି ଅନୁରୋଧ କଲେ ପିୟୁଷଙ୍କ ବାପା

ନରିଙ୍କ ଅଭିଯୋଗକୁ ସେତେବେଳେ ଖଣ୍ଡନ କରିଥିଲେ ତୁଳସୀ ଗଣନାଟ୍ୟ ମାଲିକ । କହିଥିଲେ, ବର୍ଷକ ପାଇଁ ଚୁକ୍ତି କରି ଅଗ୍ରୀମ ନେଇଥିବା ନରି ଏବେ ନଆସିବାକୁ ବାହାନାକରି ଏଭଳି ଅଭିଯୋଗ ଆଣୁଛନ୍ତି । ଏହି ଘଟଣାର ୪ ଦିନ ଭିତରେ ଆଜି ନରି ପଣ୍ଡାଙ୍କୁ ଯାତ୍ରା ପାର୍ଟି ମାଲିକ ସଂଘ ବୟକଟ୍ କରିଥିବାବେଳେ ନରି ପଣ୍ଡା କହିଛନ୍ତି, ନ୍ୟାୟ ପାଇଁ ସଂଗ୍ରାମ ଜାରି ରହିବ । ଯାତ୍ରା କଳାକାର ସଂଘ ଯାହା ନିଷ୍ପତ୍ତି ନେବା କଥା ନେବ । ସତ୍ୟ ସାମ୍ନାକୁ ନଆସିବା ଯାଏଁ ମୁହଁରେ ପାଉଡ଼ର ଲଗାଇବେନି କହିଛନ୍ତି ନରି ପଣ୍ଡା ।

ଯାତ୍ରା ପାର୍ଟି ମାଲିକ ବନାମ କଳାକାର ବିବାଦ ସହ ଯାତ୍ରା ପାର୍ଟି କର୍ମଚାରୀଙ୍କ ଦରମା ବୃଦ୍ଧି ଦାବି ଭଳି ଏକାଧିକ ପ୍ରସଙ୍ଗରେ ବସଥିଲା ୧୩ଟି ଯାତ୍ରା ମାଲିକଙ୍କ ମିଳିତ ବୈଠକ ହୋଇଥିଲା । ସେହି ବୈଠକରେ ନରି ପଣ୍ଡାଙ୍କୁ ବୟକଟ ନିଷ୍ପତ୍ତି ତ ନିଆଯାଇଥିଲା ।

ଏଣେ ସୋସିଆଲ୍ ମିଡ଼ିଆରେ ସାମ୍ନାକୁ ଆସିଛି ଅଭିନେତା ପୀୟୁଷ ତ୍ରିପାଠୀଙ୍କ ବାପା ନଗେନ୍ଦ୍ରନାଥ ତ୍ରିପାଠୀଙ୍କ ଚିଠି । ଯାହାକୁ ନେଇ ବଢ଼ିଛି ଚର୍ଚ୍ଚା । ସେ ଚିଠିରେ ଦର୍ଶାଇଛନ୍ତି, ପୀୟୁଷଙ୍କ ସ୍ବାସ୍ଥ୍ୟଗତ ଓ ପାରିବାରିକ ସମସ୍ୟା ଥିବାରୁ ଏବର୍ଷ ଘରେ ରହିବ ପୀୟୁଷ । ତେଣୁ ୨ଟି ପାର୍ଟି ମାଲିକଙ୍କୁ ଅଗ୍ରୀମ ଟଙ୍କା ଫେରାଇ ନେବାର ଦାୟିତ୍ବ ବହନ ପାଇଁ ଯାତ୍ରା ମାଲିକ ମହାସଂଘ ସଭାପତିଙ୍କୁ ନିବେଦନ କରିଛନ୍ତି ପୀୟୁଷଙ୍କ ବାପା । ତେବେ ଏନେଇ ଯାତ୍ରା ମାଲିକ ମହାସଂଘ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: ଭୟରେ ଥରୁଛନ୍ତି ହାସ୍ୟ ଅଭିନେତା ନରି ପଣ୍ଡା, ରାତିଅଧରେ କଲେ ଅନଲାଇନ୍ FIR

Jollywood Updates Actor Piyush Tripathy Odia Jatra Artists Jatra Party Odia Jatra Artist
Advertisment
Advertisment