• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Koraput

weather report
ଅସହ୍ୟ ଖରାରୁ ମିଳିବ ମୁକ୍ତି : ଆଜିଠୁ ୪ ଦିନ କାଳବୈଶାଖୀ ବର୍ଷା

ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

4 dead after boat capsizes
ବୁଡ଼ିଗଲା ଡଙ୍ଗା; ଚାଲିଗଲା ୪ ଜୀବନ

ମୋଟ୍‌ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।

Homeopathic doctors Issue
କୋରାପୁଟରେ ଭୁଶୁଡ଼ି ପଡ଼ିଛି ସ୍ୱାସ୍ଥ୍ୟସେବା : ଅଧିକାଂଶ ପଦବୀ ଖାଲି, ହଇରାଣ ହେଉଛନ୍ତି ରୋଗୀ

ବିଭାଗୀୟ ତଥ୍ୟ ଅନୁସାରେ କୋରାପୁଟ ଜିଲ୍ଲାରେ ୧୮ ଟି, ନବରଙ୍ଗପୁର ଜିଲ୍ଲାରେ ୧୬ ଟି, ରାୟଗଡ଼ା ଜିଲ୍ଲାରେ ୧୪ ଓ ମାଲକାନଗିରି ଜିଲ୍ଲାରେ ୮ ଟି ଚିକିତ୍ସାଳୟ ରହିଛି । ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାରେ ଥିବା ଦୁଇଟି ଡିସ୍ପେନସରୀକୁ ଦେଖିଲେ ଜାଣିହେବ କି ଅଞ୍ଚଳବାସୀ ହୋମିଓପାଥି ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।  ତେବେ ଚିକିତ୍ସାଳୟ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି

Heat Wave
ଓଃ କି ତାତି..ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ

କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।

 obsessed with flowers
ଫୁଲ ପାଇଁ ଚାକିରି ଛାଡ଼ିଲେ...ଘରେ ରହି ଗଛର ଯତ୍ନ ନେଲେ

ପାଗଳ କରିଛି ଫୁଲ । ମୋଟା ଦରମା ପାଉଥିଲେ ବି ଛାଡ଼ି ଦେଲେ ଚାକିରି । ଏବେ ଘରେ ରହି ଗଛର ନେଉଛନ୍ତି ଯତ୍ନ । ପୂରା ଏରିଆରେ ରଶ୍ମିତାଙ୍କୁ ନେଇ ବଢିଲା ଚର୍ଚ୍ଚା

Heavy Rainfall
ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ..

ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Havildar Rajesh Sahu
ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପୀ ଚର୍ଚ୍ଚା।

death
ଓଭରଟେକ୍‌ ହେଲା କାଳ : ଟ୍ରକ ଚକା ତଳେ ପଶି ଯୁବକ ମୃତ

ଓଭର୍‌ଟେକ୍‌ କରି ଯିବା ସମୟରେ ଚାଲିଗଲା ଜୀବନ ।

KOTIA
କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ାରେ ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ ।

BJD
ଜାଲ୍ ସାର୍ଟିଫିକେଟ କେଳେଙ୍କାରୀର ଖୋଲିବ ତ ଗୁମର ?

ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।

Kotia
ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ, କୋଟିଆରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

Andhra Pradesh
ଆନ୍ଧ୍ରରୁ ସବୁ ପାଉଛୁ, ଓଡ଼ିଶାରୁ କିଛି ପାଉନୁ...

ବର୍ଷବର୍ଷ ଧରି ପାହାଡି ଅଞ୍ଚଳରେ ୧୧ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । ରାଇପାଡ଼ ଗାଁ ଓଡ଼ିଶାରେ ରହିଥିଲେ ମଧ୍ୟ ବିଦ୍ୟୁତ, ପାଣି ଓ ଶିକ୍ଷା ଆଦି ସବୁ ସୁବିଧା ଆନ୍ଧ୍ର ସରକାର ଯୋଗାଇ ଦେଇ ଆସୁଛନ୍ତି । ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ବିଦ୍ୟୁତ ସେବା, ପାନୀୟ ଜଳ , ଶିକ୍ଷା,ଆଧାର କାର୍ଡ ଭଳି ଅନେକ ସେବା NGO ମଧ୍ୟରେ ଯୋଗାଇ ଦେଇ ଆସୁଛନ୍ତି । ଆନ୍ଧ୍ର ପକ୍ଷରୁ ସବୁ ପାଉଛନ୍ତି ହେଲେ ଓଡ଼ିଶା ପକ୍ଷରୁ କିଛି ପାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।

Weather
ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ୩୧ରେ ପ୍ରବଳ ବର୍ଷା !

ଆଜି ପାଇଁ ୧୦ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ାଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

Farmer
ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।

Cooperative bank
ଚାଷୀ ଜାଣିନାହାଁନ୍ତି... ତାଙ୍କ ନାଁରେ ଋଣ ନେଲା କିଏ ?

ପ୍ରଫୁଲ କୁମାର ସ୍ୱାଇଁ, ଘର କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁରେ । ବର୍ଷବର୍ଷ ଧରି ପ୍ରଫୁଲଙ୍କ ପରିବାର ଚାଷ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି । ଜିଲ୍ଲାର କୁନ୍ଦୁରା ଲ୍ୟାମ୍ପସରୁ ଚାଷ ଋଣ ନେଇ ଚାଷ କରିଥାନ୍ତ । ପ୍ରଫୁଲ ଲ୍ୟାମ୍ପସରୁ ୨୦ହଜାର ଟଙ୍କା ଋଣ ନେଇଥିଲେ ସେହି ଟଙ୍କା ବି ସୁଝି ଦେଇଥିବା କହିଛନ୍ତି କିନ୍ତୁ ସେ ତାଙ୍କ ବ୍ୟାଙ୍କ ବା ଲ୍ୟାମ୍ପସ ଖାତା ଦେଖିବାବେଳେ ସେ ୧ଲକ୍ଷ ୨ହଜାର ଟଙ୍କା ଋଣ ନେଇଥିବା ଜମା ଖାତାରେ ରହିଛି ।

 Awas Yojana
ଘର ପାଇଲେ, ଟଙ୍କା ପାଇଲେନି... ପଡ଼ିଯିବ ଅଭିଶାପ

ଝିମାଇ କିର୍ଷାନୀ... ଘର ଖଣ୍ଡେ ଲାଗି ବାରମ୍ବାର ଦଉଡ଼ିବା ପରେ ତାଙ୍କୁ ଘର ଖଣ୍ଡିଏ ମିଳିଲା । ପ୍ରଶାସନ ଦୁଇ କିସ୍ତିରେ ତାଙ୍କୁ ଟଙ୍କା ବି ଦେଲା । ହେଲେ ଟଙ୍କା ପାଇଲେନି କି ଘର କରିପାରିଲେନି ଝିମାଇ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ । ଅର୍ଥାତ୍‌ ଆବାସ ଯୋଜନାରେ ହୋଇଛି ଭୟଙ୍କର କେଳଙ୍କାରୀ । କାରଣ ଟଙ୍କା ତ ଆସିଛି ହେଲେ ୟାଙ୍କ ପାଖରେ ପହଞ୍ଚିନାହିଁ ।

Commission
ବିନା ଲାଞ୍ଚରେ ପତ୍ର ହଲୁନି; ‘ପିସି ପସନ୍ଦ ନହେଲେ ଫାଇଲ ଘୁଞ୍ଚୁନି’

‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି ।

Ayurvedic Hospital
କୋମାକୁ ଚାଲିଗଲାଣି କୋରାପୁଟର ସବୁ ଆୟୁର୍ବେଦିକ ସଂସ୍ଥା

କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । କେବଳ କୋରାପୁଟ କାହିଁକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଆୟୁର୍ବେଦିକ ଚିକିତ୍ସାଳୟ ସବୁ କୋମାକୁ ଚାଲିଗଲାଣି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି..

Hailstorm Rain Likely In Some Districts Of Odisha On March 18
୧୮ରେ କୁଆପଥର ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାବାସୀ ସତର୍କ ରୁହନ୍ତୁ...

ଆସନ୍ତା ୧୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Class 10 boy student dies shortly after falling unconscious at exam centre
ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା କ୍ଷଣି ବେହୋସ ହୋଇପଡ଼ିଲେ ମାଟ୍ରିକ ଛାତ୍ର, ଚାଲିଗଲା ଜୀବନ...

ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ।

Western disturbance
ଭିଜିବ ଉପାନ୍ତରୁ ଉପକୂଳ : ୧୭ ତାରିଖ ପାଇଁ ୧୨ଟି ଜିଲ୍ଲାକୁ ୱାର୍ଣ୍ଣିଂ

ଝଡ଼ ପବନ ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା

Rainfall Alert In Odisha
ପୁଣି ଭିଜିବ ଓଡ଼ିଶା ! ୧୫ରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

electrical shop
ପରିଣତ ବୟସରେ ଥକି ନାହାନ୍ତି...୮୦ ବର୍ଷରେ ବି ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି..

ବାହାଘରର ମାତ୍ର ବର୍ଷ କେଇଟା ପରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ସିନା ଚାଲିଗଲେ ହେଲେ ସେ ଦୁଃଖକୁ ଛାତିରେ ଜାବୁଡ଼ି ଧରି ଦୋକାନ ଚଲେଇବାକୁ ଲାଗିଲେ । ଆଜିକୁ ପ୍ରାୟ ୫ ଦଶନ୍ଧି ଧରି ସଫଳତାର ସହ ସେ ବ୍ୟବସାୟକୁ ବଞ୍ଚାଇ ବଢାଇ ନିଜେ ସ୍ବାବଲମ୍ବୀ ହେବା ସହ ଦୁଇ ପିଲାଙ୍କୁ ମଣିଷ କରିପାରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଏ ବ୍ୟବସାୟ ପାଇଁ ଇନ୍ଦୁମତି କେବେ ବି କାହାର ସାହାଯ୍ୟ କି ସହଯୋଗ ନେଇ ନାହାନ୍ତି। ଆଜି ବି ଏକା ଏକା ଦୋକାନ ସମ୍ଭାଳିବା ସହ ନିଜର ଯାବତୀୟ କାର୍ଯ୍ୟ ନିଜେ ତୁଲାଇଥାନ୍ତି ଇନ୍ଦୁମତି ।

Lamtaput ranger caught by vigilance with huge amount of money
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ...

ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍‌ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।