ଇଚ୍ଛା ଥିଲା ଦେଶ ପାଇଁ ଗୌରବ ଆଣିବେ, ମେଡାଲ ପିନ୍ଧି ଛାତି ଚୌଡା ହେବ । ହେଲେ ଛାତିରେ ମେଡାଲ ନୁହେଁ, ରହିଛି ସିକ୍ୟୁରିଟି ଗାର୍ଡର ପୋଷାକ ।
ଧ୍ୟାନଚାନ୍ଦ ତାଙ୍କର ଅନନ୍ୟ ହକି ଦକ୍ଷତା ଏବଂ ଖେଳ ପ୍ରତି ସମର୍ପଣ ପାଇଁ ସ୍ମରଣୀୟ। ସେ ହକିରେ ଅନେକ ଆନ୍ତର୍ଜାତୀୟ ବିଜୟରେ ଭାରତକୁ ଆଗେଇ ନେଇଥିଲେ। ତାଙ୍କୁ ସ୍ମରଣ କାରିବା ପାଇଁ ଆଜି ଦେଶ ପାଳୁଛି ‘ଜାତୀୟ କ୍ରୀଡା ଦିବସ’।
ଭାରତରେ ‘ଜାତୀୟ କ୍ରୀଡ଼ା ଦିବସ’ ପ୍ରତିବର୍ଷ ୨୯ ଅଗଷ୍ଟରେ ପାଳନ କରାଯାଏ। ଏହି ‘ଜାତୀୟ କ୍ରୀଡା ଦିବସ’ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଭାବରେ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଜାତୀୟ କ୍ରୀଡା ଦିବସ ଓ ଧ୍ୟାନଚାନ୍ଦଙ୍କ ବିଷୟରେ।
କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମଦିନ। ୨୦୧୨ ମସିହାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ କ୍ରୀଡା ଦିବସ ବା ନ୍ୟାସନାଲ୍ ସ୍ପୋର୍ଟର୍ସ ଡେ’ ଭାବେ ପାଳନ କରାଯାଉଛି।
ବିଶ୍ୱରେ ଏତେ ଖେଳ ଖେଳାଯିବା ସତ୍ତ୍ୱେ ଆପଣ ଜାଣନ୍ତି କି ଭାରତର କୌଣସି ଜାତୀୟ ଖେଳ ନାହିଁ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଭାରତର ଜାତୀୟ ଖେଳ ହକି, କିନ୍ତୁ ଏହା ନୁହେଁ। ଯଦିଓ ଲୋକେ ହକିକୁ ଜାତୀୟ ଖେଳ ଭାବେ ବିଚାର କରୁଛନ୍ତି, ତେବେ ଏହି ଖେଳକୁ କିମ୍ବା ଭାରତରେ ଖେଳାଯାଇଥିବା କୌଣସି ଖେଳକୁ ଏଯାଏ ଜାତୀୟ ଖେଳ ଭାବରେ ମାନ୍ୟତା ଦିଆଯାଇ ନାହିଁ।
ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।
ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି।
ଆଜିର ଦିନରେ ପ୍ରତିଟି ଖେଳାଳି ଓ କ୍ରୀଡ଼ାପ୍ରେମୀ ନିଜ ଫେଭରେଟ୍ ଗେମ୍କୁ ନେଇ ସେଲିବ୍ରେସନ୍ କରୁଛନ୍ତି। ମହାନ ଖେଳାଳି ହକି ଲେଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଭାରତରେ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଏ।