ସାମାନ୍ୟ ମୋବାଇଲ ଗେମ୍ ପାଇଁ ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟା କରାଯାଇଛି। ସପ୍ତମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରକୁ ହତ୍ୟା କରି ଦୁଇ ସମବୟସ୍କ ସାଙ୍ଗ ତାଙ୍କୁ ଫୋପାଡି ଦେଇଥିବା ସୂଚନା ଆସିଛି।
୩ ବର୍ଷର ପୁଅର ମୁଣ୍ଡ କାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ଲୁକୁମାରୀ ଗାଁରୁ ସାମ୍ନାକୁ ଆସିଛି ଏହି ବର୍ବର କାଣ୍ଡ ।
କୋରାପୁଟ ସବ ଜେଲ୍କୁ ହୋଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଜେଲରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ ଓ ଶୌଚାଳୟ ବ୍ୟବହାର ଉପଯୋଗୀ ନଥିବା, ବିଚାରପତିଙ୍କ ନଜରକୁ ଆସିଥିଲା ।
ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବଲିୟାନ୍ ଆଜି କୋରାପୁଟ ଯାଇ କେନ୍ଦ୍ରୀୟ ଯୋଜନାର ଅନୁଧ୍ୟାନ କରିଛନ୍ତି ।
ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ଆଲୋଚନା କରିଥିଲେ ।
ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ପାଣି ପାଇଁ ଚୁଆ ଉପରେ ଲୋକଙ୍କ ଭରସା।
ନୂଆ ୧୩ଟି ଜିଲ୍ଲା ମଧ୍ୟରୁ ମାନ୍ୟମ୍ ଜିଲ୍ଲାରେ କୋଟିଆର ୨୮ଟି ଗାଁ ଓ ୧୨ଟି ପଡ଼ାକୁ ସ୍ଥାନ ଦେଇଛନ୍ତି ଜଗନ୍ ସରକାର । ପୂର୍ବରୁ ୧୩ଟି ଜିଲ୍ଲା ଥିଲା ଆନ୍ଧ୍ରରେ ।
ସରକାରୀ ଆବାସିକ ବିଦ୍ୟାଳୟରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାସହ ପ୍ରଧାନଶିକ୍ଷକ ଦୁର୍ବ୍ୟହାର କରୁଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଚାଲି ଚାଲି ଯାଇ ବିଡିଓଙ୍କ ଫେରାଦ ହେଲେ ଛାତ୍ରୀ।
ବଡ଼ କଂପାନୀରେ ଚାକିରି କରାଇଦେବାକୁ କହି ବଡ଼ ଧରଣର ଠକେଇ । କୋରାପୁଟରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।
ପ୍ରମାଣ ନଷ୍ଟ ପାଇଁ ହତ୍ୟା କରି ପୋଡିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ଛାନ୍ଭିନ୍ ଚଳାଇଛି । ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି କୋରାପୁଟ ଏସ୍ଡିପିଓ କହିଛନ୍ତି ।
କୋଟିଆ ବିବାଦକୁ ନେଇ ଆନ୍ଧ୍ର ପକ୍ଷରୁ ଦାୟର ହୋଇଥିବା ରିଟ୍ ପିଟିସନକୁ ଖାରଜ କରିଛନ୍ତି ସୁପ୍ରିମ୍କୋର୍ଟ । ଆନ୍ଧ୍ର ପକ୍ଷରୁ ଦାୟର ରିଟ୍ ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ । କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଅସିଦ୍ଧ ପାଇଁ ଅପିଲ କରିଥିଲା ଆନ୍ଧ୍ର ।
କୋଇଲା ବୋଝେଇ ହୋଇ ଟ୍ରେନ୍ଟି ଯାଉଥିବା ବେଳେ ଏହାର ୬ଟି ବଗି ଲାଇନଚ୍ୟୁତ ହୋଇଛି ।
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।
ଆଜି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆରେ ଭୋଟ୍ ଗ୍ରହଣ ଚାଲିଛି। ପଡ଼ୋଶୀ ଆନ୍ଧ୍ର ପକ୍ଷରୁ ଯେପରି ନିର୍ବାଚନରେ କୌଣସି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି।
ସ୍ୱାଭିମାନ ଅଞ୍ଚଳର ଅନେକା ଗାଁ ବାଲିମେଳା ଜଳଭଣ୍ଡାର କୂଳରେ ଅବସ୍ଥିତ । ତେଣୁ ଏହି ଜଳପଥ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀ ମେଡିକାଲରେ ପହଞ୍ଚିବା ଆହୁରି ସୁଗମ ହୋଇପାରିବ ବୋଲି ଆଶା କରିଛନ୍ତି ଲୋକେ ।
ପଂଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସେତିକି ସରଗରମ ହେଉଛି....
ଗୋଟିଏ ପରିଷଦ ଆସନ ପାଇଁ ଚାଷୀ ମୂଲିଆ ଆଦିବାସୀ ସଂଘର ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଉଭୟ ବାପପୁଅଙ୍କ ପ୍ରାର୍ଥୀପତ୍ର ଦାଖଲରେ ସୃଷ୍ଟି ହୋଇଛି ଅନ୍ୟ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ।
ଭୋଲାଭାଲା ଚେହେରା, ଫର୍ମାଲ୍ ଡ୍ରେସ୍, ଫର୍ମାଲ୍ ଲୁକ୍ସ । ଏଭଳି ବ୍ୟକ୍ତି ଯେ ବ୍ୟାଙ୍କରେ ପଶି କଳାକନା ବୁଲାଇଦେବ, ସହଜରେ ବିଶ୍ୱାସ ହେବା ମୁସ୍କିଲ । କିନ୍ତୁ ଜାଣିରଖନ୍ତୁ ତାର କଳା କାରନାମାା ।
ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ।
ମିଛ ମୃତ୍ୟୁ ମାମଲା ରଚିଥିଲେ ପରିବାର ଲୋକେ, କିନ୍ତୁ ସତର ଖୁଲାସା କଲା ପୋଲିସ୍
ବାରମ୍ବାର ଗୁହାରି କରିବା ପରେ ବି କର୍ଣ୍ଣପାତ କଲାନି ପ୍ରଶାସନ, ନିଜ ଗାଁକୁ ନିଜେ ପୋଲ ନିର୍ମାଣ କଲେ ଗାଁ ଲୋକେ
ପରିବାର ଉପରେ ବୋଝ ହୋଇ ନାହାଁନ୍ତି କି ସରକାରୀ ସହାୟତାକୁ ହାତ ପତାଇ ନାହାଁନ୍ତି । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।
୧୭ ଦିନ ହେଲା ନିଖୋଜ ଥିବା ଜଣେ କନଷ୍ଟେବଲ୍ଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି ।
କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି।