Advertisment

ଆଃ କି ଟେଷ୍ଟ୍‌ ! ବଢ଼ୁଛି ମାଣ୍ଡିଆ ଚା’ର ଡିମାଣ୍ଡ୍‌

କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି।

author-image
Rajalaxmi Sahoo
Mandia Cha: Best street joint in Odisha's Jeypore

Mandia Cha: Best street joint in Odisha's Jeypore For Chai Lovers

ଚା’ସହ ଆମେ ସମସ୍ତେ ପରିଚିତ। କ୍ଷୀର ଚା’, ଲେମନ ଚା’, ନାଲି ଚା’ ଏମିତି କେତେ କଣ ଚା’ ଆପଣ ପିଇଥିବେ। ହେଲେ କେବେ ପିଇଛନ୍ତି କି ମାଣ୍ଡିଆ ଚା’ ? ସମ୍ପୂର୍ଣ୍ଣ ଭାବେ ମାଣ୍ଡିଆରେ ପ୍ରସ୍ତୁତ ହେଉଛି ଏହି ଚା’। କୋରାପୁଟ ଜିଲ୍ଲା ଜୟପୁର ସହରର ପାରାବେଡ଼ାରେ ଏହି ଚା’ ମିଳୁଛି। ସନ୍ଧ୍ୟାବେଳିଆ ବିଦେଶୀ ଖାଦ୍ୟ ଏବଂ ଜଙ୍କ୍ ଫୁଡ୍‌ରୁ ଅତିଷ୍ଠ ସହରୀ ମଣିଷ ଏବେ ପାରମ୍ପରିକ ଓ ଦେଶୀ ଖାଦ୍ୟ ମୁହାଁ ହେଉଛି।

Advertisment

ଦିନେ ମାଣ୍ଡିଆକୁ ନାକ ଟେକୁଥିବା ସୌଖିନ ମଣିଷ ଆଜି ମାଣ୍ଡିଆର ମହତ୍ତ୍ୱକୁ ବି ବୁଝୁଛି। ଅସ୍ଥିତି ଏମିତି ହୋଇଛି ଯେ, ଏହି ପୁଷ୍ଟିକର ଖାଦ୍ୟ ଏବେ ନିତିଦିନିଆ ମେନ୍ୟୁରେ ସ୍ଥାନ ପାଇଛି। ଜଗନ୍ନାଥ ମିଲେଟ୍ ହବ୍‌ରେ ମିଳୁଛି ମାଣ୍ଡିଆ ଚା’। ଏହି ଚା’ର ଡିମାଣ୍ଡ ବି କାହିଁରେ କେତେ। ଗତ ୩ ମାସ ହେଲାଣି ଏଭଳି ମାଣ୍ଡିଆ ଚା’ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଛନ୍ତି ମିଲେଟ୍ ହବ୍‌ର ମାଲିକ ଜଗନ୍ନାଥ ଚିନାରୀ। ମାଣ୍ଡିଆ ଚା’ ପିଇବାକୁ ଜଗନ୍ନାଥ ଚିନାରୀଙ୍କ ଚା’ ଷ୍ଟଲ୍‌ରେ ଲୋକଙ୍କ ଭିଡ଼ ଜମୁଛି। ଖାଲି ସକାଳ କି ସଞ୍ଜ ନୁହେଁ, ଦିନ ଦ୍ୱିପ୍ରହରରେ ବି ମାଣ୍ଡିଆ ଚା’ ପ୍ରତି ଗ୍ରାହକ ଆକର୍ଷିତ ହୋଇ ଏଠାକୁ ଆସୁଛନ୍ତି। ତେଣୁ ସହରୀ ଲୋକଙ୍କ ଏଭଳି ଚାହିଦା ଏବେ ଜଗନ୍ନାଥ ଚିନ୍ନାରୀଙ୍କର ରୋଜଗାରର ରାହା ସାଜିଛି। 

କେବଳ ଚା’ ନୁହେଁ, ବିଭିନ୍ନ ପ୍ରକାରର ଚଟ୍‌ପଟା ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେଉଛି। ମାଣ୍ଡିଆରେ ପ୍ରସ୍ତୁତ ହେଉଛି ମିକ୍ସଚର, ଗାଣ୍ଠିଆ, ବିସ୍କୁଟ୍, କେକ୍, ମୁଡୁକି, ନିମ୍‌କି, ସୁପ୍ ଇତ୍ୟାଦି। ଏପରିକି ମାଣ୍ଡିଆରେ ଇଡ୍‌ଲି ମଧ୍ୟ ପ୍ରସ୍ତୁତ ହେଉଛି। ଜଗନ୍ନାଥ ଚିନ୍ନାରୀ ଏବଂ ତାଙ୍କ ପତ୍ନୀ ସିଏଚ୍ ସୁମିତ୍ରା ଆଜିକୁ ପ୍ରାୟ ୭ବର୍ଷ ହେଲା ମାଣ୍ଡିଆରେ ପ୍ରସ୍ତୁତ କରୁଛନ୍ତି ଏଭଳି ଭଳି କି ଭଳି ପାଟି ସୁଆଦିଆ ଖାଦ୍ୟ। ପତି-ପତ୍ନୀ ପ୍ରଥମେ ବେଙ୍ଗାଲୁରୁ ଓ ଚେନ୍ନାଇରେ ପ୍ରଶିକ୍ଷଣ ନେଇଥିଲେ। 

Advertisment

ମାଣ୍ଡିଆ ଗାଁ ଗହଳିର ବିଭିନ୍ନ ଖାଦ୍ୟ ମଧ୍ୟରୁ ଅନ୍ୟତମ ପୁଷ୍ଟିକର ଖାଦ୍ୟ। ଏବେ ଏହା ସହରୀ ଜୀବନରେ ଆଦୃତ ହେବାରେ ଲାଗିଛି। ମାଣ୍ଡିଆରେ ପୋଷକତତ୍ତ୍ୱ ରହିଥିବାବେଳେ ଏହା ହୃତ୍‌ପିଣ୍ଡ, ମଧୁମେହ ଏବଂ ରକ୍ତଚାପ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ବହୁ ଉପକାରୀ। ଏଭଳି ସ୍ଥିତିରେ ପାରାବେଡ଼ାର ଜଗନ୍ନାଥଙ୍କ ଏହି ମିଲେଟ୍ ହବ୍ ଏବେ ପାଲଟିଛି ଜୟପୁରିଆଙ୍କ  ଖାଦ୍ୟପେୟର ଅନ୍ୟତମ କେନ୍ଦ୍ରସ୍ଥଳୀ। 

Mandia Cha
Advertisment
Advertisment