ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଗତକାଲି ୧୦ ଜଣ ଏବଂ ଆଜି ୬ ଜଣଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି।
ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ।
ଆଜି ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।
ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ଉପୁଡିଛି। କିଛି ସ୍ଥାନରେ ଘର ଉପରେ ଖସି ପଡିଛି ଗଛ। ବ୍ୟାପକ କ୍ଷୟକ୍ଷତି ହୋଇଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪, ବଲାଙ୍ଗିରରୁ ୨ ଜଣଙ୍କ ମୃତ୍ୟୁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ।
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୪ ମୃତ, ୬ ଆହତ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଜଣେ ମୃତ, ୩ ଆହତ ।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ କୁବେର ପଞ୍ଚାୟତ କସଟି ଗାଁରେ ବଜ୍ରପାତ ଯୋଗୁଁ ଘର ଜଳି ଯାଇଥିବା ସୂଚନା ମିଳିଛି । ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ।
ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ।
ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି
ଆକାଶରୁ ଖସିଲା ମୃତ୍ୟୁ, ନେଲା ୪ ଜୀବନ। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ମଲ୍ଲିକମୁଣ୍ତା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ସିଲପଡ଼ା ଗାଁରେ ବଜ୍ରାଘାତ କାରଣରୁ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି ।
ରାଜସ୍ଥାନର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ରାଜସ୍ଥାନର ଜୟପୁର, କୋଟା, ଝାଲାୱାର ଓ ଧୋଲପୁର ଜିଲ୍ଲାରେ ରବିବାର ଏହି ବଜ୍ରାଘାତ ହୋଇଛି।