ଛୋଟ ଦୋକାନ ଓ ସାପ୍ତାହିକ ହାଟର ଭିଡ଼ରେ ପଶି ଅତି ସହଜରେ ଚଳାଇ ନେଇଛନ୍ତି ହଜାର ହଜାର ଟଙ୍କାର ନକଲି ନୋଟ୍ । ହେଲେ ଧରା ପଡିଯାଇଛନ୍ତି ବିଦେଶୀ ମଦ କାଉଣ୍ଟରରେ ।
ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।
ଲୋକେ ୫ଶହ, ଦୁଇ ଶହ ଓ ଶହେ ଟଙ୍କିଆ ନୋଟ୍ ପରଖି ନେବାକୁ ଏସପି ସଚେତନ କରିଛନ୍ତି ।
ଲୋକମାନଙ୍କୁ ନକଲି ନୋଟ୍ ଠାରୁ ଦୂରେଇ ରଖିବାକୁ ସଚେତନ କରାଯାଉଛି । ନକଲି ନୋଟ୍ କାରବାର RBI ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ଏଥିରୁ ଦୂରେଇ ରହିବାକୁ ଲୋକମାନଙ୍କୁ ସତର୍କ କରିଛି RBI ।
ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ ।
ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।
୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।
ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।