• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sabar Srikhetra Koraput

SHABARA SHEBAKA
ମୁଁ ଶବର ସେବକ

ସେ ବ୍ରାହ୍ମଣ ନୁହଁନ୍ତି। ପୂଜା ପାଠ ପାଇଁ ସଂସ୍କୃତ ବି ଭଲରେ ଜାଣି ନାହାନ୍ତି। କିନ୍ତୁ ସେବକ ବୋଲି ମହାପ୍ରଭୁଙ୍କଠାରେ ତାଙ୍କ ମନ। ଅଣସର ବେଳେ ସେ ହିଁ ସେବା କରନ୍ତି। ନିଜେ ଫୁଲ ତୋଳନ୍ତି, ନିଜେ ଠାକୁରଙ୍କୁ ସଜେଇ ଦିଅନ୍ତି। ନିଜେ ବଣକୁ ଯାଇ ଜଟିବୁଡି ସଂଗ୍ରହ କରି ଆଣି ମହାପ୍ରଭୁଙ୍କ ସେବାରେ ଦିଅନ୍ତି। ଆଦିବାସୀ ସେବକ କରୁଛନ୍ତି ଠାକୁରଙ୍କ ଅଣସର ନୀତି, ଶାବର ଶ୍ରୀକ୍ଷେତ୍ରରେ ଭିନ୍ନ ଏକ ପରମ୍ପରା ।

Sabar Srikhetra
ଜଗା ପ୍ରେମରେ ବନ୍ଧା ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ସେବାୟତ

ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ଭକ୍ତି ଭାବରେ ସେବା କରୁଛନ୍ତି ଆଦିବାସୀ ସେବକ । ଶାବର ଶ୍ରୀକ୍ଷେତ୍ରର ଏ ଅନନ୍ୟ ପରମ୍ପରା। ଏଇ ଅଣସର ସମୟରେ ଦେଖନ୍ତୁ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ଶାବର ଶ୍ରୀକ୍ଷେତ୍ର କୋରାପୁଟରେ କିପରି ଜଣେ ଆଦିବାସୀ ସେବକ ପ୍ରଭୁଙ୍କ ଅଙ୍ଗଲାଗି ସେବା କରୁଛନ୍ତି ।

Lord Sri Jagannath Secret Ritual In Sabar Srikhetra Koraput
ଜଗା ପ୍ରେମରେ ବନ୍ଧା ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ସେବାୟତ

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର  ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।