Advertisment

ଖେଳାଳି ଅଛନ୍ତି, ହେଲେ ଭିତ୍ତିଭୂମି ନାହିଁ: ଦୀର୍ଘ ବର୍ଷ ହେଲା ସରିପାରୁନି ସ୍ପୋର୍ଟସ କମ୍ପ୍ଲେକ୍ସ

ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା।

author-image
Rajalaxmi Sahoo
No Infra For Players As Sports Complex Lies Incomplete For Years

No Infra For Players As Sports Complex Lies Incomplete For Years

ରାଜ୍ୟରେ ସଫଳ କ୍ରୀଡାବିତ୍‌ ଅଛନ୍ତି, ହେଲେ କ୍ରୀଡାରେ ଭିତ୍ତିଭୂମିର ଅଭାବ ଯୋଗୁ ଏବେ ଚିନ୍ତାରେ ବହୁ ଯୁବ ଖେଳାଳି। ଏପରିକି ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଯଦି କୋରାପୁଟ ଜିଲ୍ଲାକୁ ଉଦାହରଣ ଭାବେ ନିଆଯାଏ, ତା’ହେଲେ ଏଠାରେ କ୍ରୀଡ଼ାବିତ୍‌ଙ୍କ ଅଭାବ ନାହିଁ, ହେଲେ ଭିତ୍ତିଭୂମିି ସଜାଡିବାରେ ବର୍ଷ ବର୍ଷ ଗଡ଼ିଯାଉଛି। ଫଳରେ ପ୍ରତିଭା ସମ୍ପନ୍ନ କ୍ରୀଡାବିତ୍ ବଳି ପଡ଼ୁଥିବା ଅଭିଯୋଗ ହୋଇଛି। 

Advertisment

କୋରାପୁଟ ଜିଲ୍ଲା ଜୟପୁର ସହରରେ ନିର୍ମାଣଧିନ ଇଣ୍ଟିଗ୍ରେଟେଡ୍‌ ସ୍ପୋର୍ଟସ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଦୀର୍ଘ ୫ ବର୍ଷ ହେଲା ମନ୍ଥର ଗତିରେ ଚାଲିଛି। ଜିଲ୍ଲାସ୍ତରରେ କ୍ରୀଡ଼ାବିତ୍‌ଙ୍କୁ ପ୍ରଶିକ୍ଷଣ ସହ ଜାତୀୟସ୍ତରର କ୍ରୀଡା ପାଇଁ ଏହି ଇଣ୍ଟିଗ୍ରେଟେଡ୍‌ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେଉଛି। ହେଲେ ଦୀର୍ଘ ବର୍ଷ ପରେ ବି ସରିପାରୁନି କାମ। ଏଥିପାଇଁ କ୍ରୀଡାବିତ୍‌ କ୍ଷୋଭ ପ୍ରକାଶ କରିଛନ୍ତି ।

ସ୍ପୋର୍ଟସ କମ୍ପ୍ଲେକ୍ସର ନିର୍ମାଣରେ ଠିକାସଂସ୍ଥାର ମନମାନିକୁ ନେଇ ପ୍ରଶ୍ନ ଉଠିଛି। ଖାଲି ସେତିକି ନୁହେଁ, ଜୟପୁର ସହରରେ ଥିବା ଇଣ୍ଡୋର ଷ୍ଟାଡିୟମ ଅବସ୍ଥା ନ କହିବା ଭଲ। ବିକ୍ରମଦେବ ଷ୍ଟାଡିୟମକୁ କ୍ରୀଡାବିତ୍‌ ବ୍ୟବହାର କରିବା ଅପେକ୍ଷା ଆଥ୍‌ଲେଟିକ ଆସୋସିଏସନର କର୍ମକର୍ତ୍ତା ନିଜ ମନମାନି ଚଳାଇଥିବା କ୍ରୀଡାବିତ୍   ଅଭିଯୋଗ କରିଛନ୍ତି।

Advertisment

କ୍ରୀଡାବିତ୍‌ଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଜୟପୁର ସହରରେ ଇଣ୍ଟିଗ୍ରେଟେଡ୍‌ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ କ୍ରୀଡାବିତ୍‌ଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା କ୍ରୀଡା ଅଧିକାରୀ କହିଛନ୍ତି, ଅଟକି ରହିଥିବା କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ କରାଯିବ। ଏହାସହ ଆଗାମୀ ଦିନରେ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ପଟ୍ଟାଙ୍ଗୀ, ସେମିଳିଗୁଡା, ସୁନାବେଡା ଓ କୋଟପାଡରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। 

ପ୍ରତ୍ୟେକ ବର୍ଷ ଅଗଷ୍ଟ ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ପାଳନ ହେଉଛି। ତେବେ ପ୍ରଚାର ପ୍ରସାର ସତ୍ତ୍ୱେ କେତେକ ସ୍ଥାନରେ କ୍ରୀଡାବିତ୍‌ଙ୍ଗକ ସମସ୍ୟା ଦୂର ହୋଇପାରୁନି।

(ଜୟପୁରରୁ ସୂର୍ଯ୍ୟନାରାୟଣ ପଣ୍ଡା ଏବଂ ଟି. ଗୌରୀଶଙ୍କରଙ୍କ ରିପୋର୍ଟ)

National Sports Day National Sports Day 2022
Advertisment
Advertisment