• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଦୁର୍ନୀତି ଖବର ଓଟିଭିରେ ପ୍ରସାରଣ ପରେ କୋରାପୁଟ ଜିଲ୍ଲାରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଜିଲ୍ଲା ବିଜେପି ପକ୍ଷରୁ ଜୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ଗୌତମ ସାମନ୍ତରାୟ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦାୟୀ କରିଛନ୍ତି । ଏଥିରେ ତାରା ବାହିନୀପତିଙ୍କ ସିଧାସଳଖ ସଂପୃକ୍ତ ରହିଛି । ତେଣୁ ତାଙ୍କୁ ତଦନ୍ତ ପରିସରକୁ ଅଣାଯାଉ ବୋଲି ଗୌତମ ସାମନ୍ତରାୟ ଦାବି କରିଛନ୍ତି ।

କୋରାପୁଟ ଜିଲ୍ଲାରେ ଠିକା ନେଇଥିବା ୨ଟି ସଂସ୍ଥାକୁ ତୁରନ୍ତ ତଦନ୍ତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବାକୁ ଗୌତମ ସାମନ୍ତରାୟ ଚେତାବନୀ ଦେଇଥିଲେ । ସେହିପରି ବିନା ତଦନ୍ତରେ ଶିକ୍ଷକଙ୍କ ଉପରେ ଦୋଷ ଲଦିବା ସହ ସିଆରସିସିଙ୍କୁ କାର୍ଯ୍ୟରୁ ଅନ୍ତର ଏବଂ ଡାଟା ଏଣ୍ଟ୍ରି ଅପରେଟର୍ଙ୍କୁ ବହିଷ୍କାର ନିଷ୍ପତ୍ତିକୁ ତୁରନ୍ତ ଫେରାଇ ନେବାକୁ ଦାବି କରିଛନ୍ତି ।

ତେବେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ଅଭିଯୋଗ ଉପରେ ବିଧାୟକ ତାରାପ୍ରସାଦ ବାହିନୀପତି ଜବାବ ରଖିଛନ୍ତି । ସ୍କୁଲର ରିପୋର୍ଟ ଆସିବା ପରେ ଠିକାସଂସ୍ଥା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିସାରିଛନ୍ତି । ସୁନାବେଡ଼ାର ଓମ୍ ଏଣ୍ଟରପ୍ରାଇଜେସ ନାମକ ସଂସ୍ଥା ଜିଲ୍ଲାର ୫ଟି ବ୍ଲକର ଠିକା ନେଇଥିବା ବେଳେ ଜୟପୁର ସିଂହଲ ଟ୍ରାନ୍ସପୋର୍ଟ ଆଉ ୯ଟି ବ୍ଲକର ଠିକା ନେଇଛି ।