/odishatv-khabar/media/post_attachments/uploadimage/library/16_9/16_9_0/Clash_1652721279.jpg)
Clash
ଖଡ଼ି ମାଟି ବିବାଦ । ପୋଲିସ-ଗ୍ରାମବାସୀ ମୁହାଁମୁହିଁ । ଜେସିବି ଓ ଟ୍ରକ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ଉତ୍ତେଜନା । ପୁଣି ଥରେ କୋରାପୁଟ ଜିଲ୍ଲାର ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଉତେଜନା । ମୁହାଁମୁହିଁ ହୋଇଛନ୍ତି ପୋଲିସ-ଗ୍ରାମବାସୀ ।
ଲମତାପୁଟ ପରଜାଖୁଡୁବି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଜେସିବି ଓ ଟ୍ରକ୍ ଉଦ୍ଧାର ପାଇଁ ପୋଲିସ ଯାଇଥିବା ବେଳେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଅତିରିକ୍ତ ଏସପି, ନନ୍ଦପୁର ଏସଡିପିଓଙ୍କ ସହ ୫ ପ୍ଲାଟୁନ୍ ପୋଲିସକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଫଳରେ ଖାଲି ହାତରେ ଫେରିଛି ପୋଲିସ । ଗତ ୧୧ ତାରିଖରେ ହାଟସୁକୁ ଗାଁରେ ଖଡିମାଟି ଖନନ ପାଇଁ କମ୍ପାନୀ କର୍ମଚାରୀ ଓ ପୋଲିସ ଜେସିବି ମେସିନ ନେଉଥିବା ବେଳେ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ ।
ଖଡିମାଟି ଖନନରେ ବ୍ୟବହୃତ ଜେସିବି ମେସିନକୁ ଗାଁ ଲୋକେ ଅଟକ ରଖିଥିଲେ । ହାଟସୁକୁ ଗାଁର ଖଡିମାଟି ଖନନକୁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଜୋରଜବରଦସ୍ତ ଖଣିଖନନ କରିଛନ୍ତି । ଗତ ୧ ତାରିଖରେ ନନ୍ଦପୁର ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ପୋଲିସ ୫ଜଣକୁ ଗିରଫ କରିଛି । ସେମାନଙ୍କୁ ଛାଡିଲେ ହିଁ ଜେସିବି ମେସିନ ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)