• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳରେ ମହାଘୋଟାଲା । ଜୟପୁର ଓ ବଲାଙ୍ଗିର ପରେ ଏବେ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରୁ ମଧ୍ୟ ଆସୁଛି ମି-ଡେ-ମିଲ ଚାଉଳରେ ଦୁର୍ନୀତିର ଗନ୍ଧ । ସିଲ ବସ୍ତାରୁ ବି ଗାୟବ ହୋଇଯାଉଛି ଚାଉଳ । କେଉଁଠି ୨ କିଲୋ ତ ଆଉ କେଉଠି ୫ କିଲୋ । ପୂର୍ବରୁ କୋରାପୁଟ ଓ ବଲାଙ୍ଗୀରରେ ମିଡ ଡେ ମିଲ ବାଟମାରଣା ପର୍ଦାଫାଶ କରିଥିଲା ଓଟିଭି । 

ଏବେ ପୁଣି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲା ସତ । ଏମଡିଏମ ଚାଉଳ ବାଟମାରଣାର ବାସ୍ତବ ଚିତ୍ର । ଗଞ୍ଜାମ ଜିଲ୍ଲା ପାଳିବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲକୁ ଆସୁଥିବା ଚାଉଳରେ ହେରେଫେର ହେଉଥିବା ଖବର ପ୍ରଚାରିତ ହେବା ପରେ ଓଜନ ମେସିନ ମଗାଇ ସତ୍ୟତା ପରଖିଥିଲେ ସ୍କୁଲ କତ୍ତୃପକ୍ଷ । ସ୍କୁଲ କମିଟି, ପ୍ରଧାନ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଆଗରେ ଓଜନ କରାଯାଇଥିଲା ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳ ।

ସିଲ ବସ୍ତାରେ ଲାଗିଥିବା ଟ୍ୟାଗରେ ସ୍ପଷ୍ଟ ଭାବେ ଲେଖାଯାଇଛି, ନେଟ ୱେଟ୍ ୫୦ କିଲୋଗ୍ରାମ । ହେଲେ ଗୋଟେ ପରେ ଗୋଟେ ବସ୍ତା ଇଲେକ୍‌ଟ୍ରୋନିକ ଓଜନ ମେସିନରେ ପକାଇବା ପରେ ଓଜନ କମ୍‌ ଦେଖାଉଛି ସ୍କେଲ । କେଉଁଥିରେ ୪୭ କିଲୋ ୫୮୦, କେଉଁଥିରେ ୪୭ କିଲୋ ୬୨୦ ପୁଣି ଆଉ କେଉଁ ବସ୍ତାର ଓଜନ ୪୮ କିଲୋ ୫୦୦ । କେଉଁ ଗୋଟିଏ ବସ୍ତାରେ ଦେଖିବାକୁ ମିଳିଲାନି ସଠିକ ଓଜନର ଚାଉଳ । ବଡ କଥା ହେଉଛି ସ୍କୁଲ କର୍ତ୍ତୁପକ୍ଷ କହୁଛନ୍ତି ଖାତାରେ ରିସିଭ ହେଉଛି ୫୦ କିଲୋ ।

ସେହିଭଳି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜୀଗରଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି ସାମନ ଦୃଶ୍ୟ । ଏଠି ତ ୫୦ କିଲୋ ବସ୍ତାରୁ ସିଧା ୫ କିଲୋ କମ । କିଭଳି ଆଖିରେ ଆଙ୍ଗୁଠି ଗେଞ୍ଜି ବେଧଡକ ଚାଲିଛି ହରିଲୁଟ୍ । ବାଟମାରଣାର ସମାନ ଚିତ୍ର ଖଡିଅନ୍ତାର ସ୍କୁଲରେ ବି ଦେଖିବାକୁ ମିଳିଛି । ବସ୍ତା ଓଜନ କରିବାରୁ ତାହା ଜଣାପଡିଲା । ଚାଉଳ ବସ୍ତାରୁ ପାଖାପାଖି ୬ କିଲୋ ଚାଉଳ ଗାୟବ ହୋଇଯାଉଛି ।

ବିଡମ୍ବନାର କଥା ହେଉଛି ରାଜ୍ୟର ଅନେକ ସ୍କୁଲ ଅଛି ଯେଉଁଠି ଓଜନ ମାପ କରିବା ବ୍ୟବସ୍ଥା ହିଁ ନାହିଁ । ସବୁଆଡେ ୫୦ କିଲୋର ଚାଉଳ ବସ୍ତା ଆସୁଛି, ହେଲେ ଏଭଳି କ୍ଷେତ୍ରରେ ସ୍କୁଲ କର୍ତ୍ତୁପକ୍ଷ ଜାଣି ପାରୁନାହାନ୍ତି । ବାସ୍ତବରେ ସଠିକ ଓଜନର ଚାଉଳ ଆସୁଛି ନା ବସ୍ତାରୁ ବାଟମାରଣା ହେଉଛି । କେନ୍ଦ୍ରପଡା ଜିଲ୍ଲା ମଡିଆଳସ୍ଥିତ ପ୍ରେଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ଚିତ୍ର । ସ୍କୁଲରେ ଓଜନ ମାପ ଯନ୍ତ୍ର ନାହିଁ, ତେଣୁ ନିଜ ଅସହାୟତା ପ୍ରକାଶ କରିଛନ୍ତି ଶିକ୍ଷୟିତ୍ରୀ ।

ଏପଟେ କୋରପୁଟ ଓ ବଲାଙ୍ଗୀରରେ ମଧ୍ୟାହ୍ନ ଭୋଜନରେ ଚାଉଲ ଓଜନରେ ହେରେଫେର ଖବର ଓଟିଭିରେ ପ୍ରସାରଣ ପରେ ତତ୍ପର ହୋଇଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ । ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ସିଆରସିସି ଓ ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ଅପସାରଣ କରାଯାଇଛି । ତେବେ ଏଠି ବଡ ପ୍ରଶ୍ନ ହେଉଛି, ଏଭଳି ମହାଲୁଟ୍ କରୁଛି କିଏ ? କାହା ବୁଦ୍ଧିରେ ଚାଲିଛି ହରିଲୁଟ ? ଛୋଟ ପିଲାଙ୍କ ପେଟରେ ନାତ ଭବିଷ୍ୟତ ସହ ବିଶ୍ୱାସଘାତ ।