ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।
ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।
ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ।
ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟାର ନାଁ ପେଙ୍ଗାଲ । ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବାତ୍ୟା । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବ ବାତ୍ୟା ।
ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
୨୩ ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ । ତେବେ ୨୪ ଓ ୨୫ ତାରିଖରେ ବେଶୀ ବର୍ଷା ହେବ ।
ଆସୁଛି ବାତ୍ୟା । ଆସନ୍ତା ୨୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବାତ୍ୟା, ୨୪ ତାରିଖ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ନିକଟ ସମୁଦ୍ରକୁ ଆସିବ ।
ବାତ୍ୟାର ରୂପ ନେବ କି ନାହିଁ ଆସନ୍ତା ସପ୍ତାହରେ ହେବ ସ୍ପଷ୍ଟ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।
ତାମିଲନାଡୁରେ ଜାରି ରହିଛି ଭାରି ବର୍ଷା । କେବଳ ଚେନ୍ନାଇରେ ୧୬ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟରେ ପାଣି ଜମି ରହିଛି ।
ବର୍ଷାରେ ଭୁଶୁଡ଼ିଲା ଭୁବନେଶ୍ୱର ରସୁଲଗଡ ଦୁର୍ଗା ପୂଜା ଲାଇଟ ଗେଟ । ୩୦ ଫୁଟ ଉଚ୍ଚର ଏହି ଗେଟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ।
ବାୟୁମଣ୍ଡଳରେ ଯଥେଷ୍ଟ ପରିମାଣର ଆର୍ଦ୍ରତା ରହୁଥିବାରୁ ମୌସୁମୀ ଅପସରିବାର ବାଟ ଫିଟିନାହିଁ ବୋଲି କହିଛି ବିଭାଗ । ଏବେବି ୭୦ରୁ ୯୦ ପ୍ରତିଶତ ରାଜ୍ୟରେ ଆଦ୍ରତା ଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।
ସରିଲା ମୌସୁମୀ ବର୍ଷା । ଏଥର ଓଡ଼ିଶାରେ ସ୍ୱାଭାବିକ ବର୍ଷା ।
ପାର୍ବଣକୁ ଫିକା କରିପାରେ ବର୍ଷା । ଆସନ୍ତା ୬ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ । ଆସନ୍ତାକାଲି ଯାଏ ସ୍ଥିତିରେ ସୁଧାର ଆଶା କରାଯାଉନଥିବା ବେଳେ ପାଲଘର ପାଇଁ ରେଡ୍ ଆଲର୍ଟ ଏବଂ ରାଇଗଡ଼ ଜିଲ୍ଲା ଲାଗି ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ବି ପ୍ରବଳ ବର୍ଷିବ । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ପ୍ରବଳ ବର୍ଷା ପରେ ଫୁଲିବାରେ ଲାଗିଛି ବୈତରଣୀ। ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ।
ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି। ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରଭାବିତ ।
ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ। ମଥାନୀଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ଆଜି ରାତି ୮ଟା ସୁଦ୍ଧା ଜଳକା ନଦୀର ଜଳସ୍ତର ବଢ଼ି ୬.୫୧ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ । ବାଲେଶ୍ବର, ଭଦ୍ରକ, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣଂ ।
ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି ମାଲକାନଗିରିର କାଳିମେଳା ବ୍ଳକ। ବଣ୍ଡାଘାଟିରେ ଭାଙ୍ଗିଛି ଅନେକ ଘରର କାନ୍ଥ । ପାଣି ଖସୁଥିଲେ ବି ସ୍ଥିତି ଉଦବେଗଜନକ ରହିଛି।
ରାସ୍ତାରେ ସୁଅ କାଟୁଛି ୫ ଫୁଟରୁ ଅଧିକ ପାଣି । ବୁଡ଼ିଲା ରେଳ ଷ୍ଟେସନ୍, ଉପୁଡ଼ିଲା ଟ୍ରାକ୍, ଭାସିଲା ଟ୍ରକ୍ ।
ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆଜି ବି ନିର୍ଧୁମ ଛେଚିବ । ବିଶେଷ ଭାବେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ୫ ଜିଲ୍ଲାକୁ ଭୀଷଣ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
୩/୪ ଦିନର ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି ଅଧାରୁ ଅଧିକ ଗୁଜରାଟ । ହଜାର ହଜାର ଲୋକ ଜଳବନ୍ଦୀ ।