ରାସ୍ତା ସାରା ଖାଲଖମା, ଜୀବନ ଚାଲିଯିବାର ଭୟ । ଦୀର୍ଘ ୧୦ ବର୍ଷ ହେଲା ସମ୍ପ୍ରସାରଣ କାର୍ଯ୍ୟରେ ମନ୍ଥର ଗତି ।
କେନ୍ଦ୍ରାପଡ଼ାରେ ସାମ୍ନାକୁ ଆସିଲା ରାସ୍ତା ଦୂରବସ୍ଥାର ଚିତ୍ର । ହଳଦିଆଗଡ଼-ପାଟକୁରା ମୁଖ୍ୟ ରାସ୍ତାରୁ ଧସିଲା ମାଟି ।
ଅତି ଶୋଚନୀୟ ହୋଇ ପଡ଼ିଛି ସ୍ମାର୍ଟ ସିଟି ଭୁବନେଶ୍ୱରର ରାଜରାସ୍ତା । ବ୍ୟସ୍ତ ବହୁଳ ଇଲାକାରେ ତ ବାଇକ୍, କାର୍ ଚଳାଇବା ଅର୍ଥ ଦୁର୍ଘଟଣାକୁ ହାତ ଠାରି ଡାକିବା ।
ରାସ୍ତା ଦେଖି ଅସନ୍ତୋଷ ପ୍ରକାଶ କଲେ, ବିଭାଗୀୟ ଅଧିକାରୀଙ୍କୁ ବିଗିଡ଼ିଥିଲେ ।
ବଦଳିଲାନି କୁନି ଝିଅ ସୋନାଲିର ଗାଁ ପଦୁଗୁଡ଼ା ଭାଗ୍ୟ । ଗାଁରେ ରାସ୍ତା, ପାଣି ଓ ସ୍କୁଲ ସ୍ଥିତି ଯାହାକୁ ତାହା।
ପୂର୍ବରୁ ୪୩ କୋଟି ଟଙ୍କା ବ୍ୟୟରେ ଖଲ୍ଲିକୋଟ ବେଲଗୁଣ୍ଠା ରାସ୍ତା ଉନ୍ନତି କରଣ ନାମରେ ଏଠି କାର୍ଯ୍ୟ ମଧ୍ୟ ହୋଇଥିବା ବେଳେ ଗୋଟିଏ ସ୍ଥାନରେ କିଛି ବର୍ଷ ମଧ୍ୟରେ ବାରମ୍ବାର ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ l
ସୁନାବେଡାରୁ ଡୁମୁରିପୁଟ ଦେଇ କୋରାପୁଟ ମାତ୍ର ୧୨ କିମି, ହେଲେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି ।
ଏ ହେଉଛି କୋରାପୁଟର ୨୬ ନଂ ଜାତୀୟ ରାଜପଥର ଦୃଶ୍ୟ । ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ରାସ୍ତା ସମସ୍ତଙ୍କ ପାଇଁ କାଳ ସାଜିଛି । ଖାଲଖମାରେ ଭର୍ତ୍ତି ଯୋଗୁ ସାଧାରଣ ଲୋକେ ଯାତାୟାତରେ ନାହିଁ ନଥିବାର ହଇରାଣ ହେଉଛନ୍ତି ।
ମାତ୍ର କେଇ ଘଣ୍ଟା ଭିତରେ ଅଫିସରଙ୍କୁ ବି ପାଣି ପିଆଇଦେଲେ ହାଇସ୍କୁଲ୍ ଛାତ୍ରଛାତ୍ରୀ । ପିଲାଙ୍କ ସହ କାଦୁଅ ପଚ୍ ପଚ୍ ପାଣି ରାସ୍ତାରେ ଚାଲିଲେ ବିଡିଓ ଓ ତହସିଲଦାର ।
ଭଲ ଭାବେ ଦେଖନ୍ତୁ ଏ ରାସ୍ତାର ଅବସ୍ଥା। ଏହାକୁ ରାସ୍ତା କହିବା ନାଁ ମରଣ ଯନ୍ତା। ରାସ୍ତା ସାରା ଖାଲଖମା ଭର୍ତ୍ତି, ବଡ଼ ବଡ଼ ଗାତ ସୃଷ୍ଟି ହୋଇ ସେଥିରେ ବର୍ଷାପାଣି ଜମିରହିଛି। କହିବାକୁ ଗଲେ ଏଠି ପାଦେ ପାଦେରେ ରହିଛି ବିପଦ।
ଲୋକଙ୍କ ରୋଷର ଶିକାର ହେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଲକ୍ଷ୍ମୀସାଗର ଚିନ୍ତାମଣିଶ୍ୱର ଅଞ୍ଚଳରେ ବର୍ଷା ଦିନରେ ରାସ୍ତା ଓ ପରିମଳର ଦୁରବସ୍ଥା କଥା ଉଠାଇ, ମେୟରଙ୍କୁ ମନଭରି ଶୁଣାଇଲେ ଲୋକେ ।
ନିର୍ବାଚନ ଆସିଲେ ଏଠି ନେତାଙ୍କ ପାଦ ପଡ଼େ । ପୁଳାପୁଳା ପ୍ରତିଶ୍ରୁତି ଆଉ ମିଠାମିଠା କଥା କହି ଭୋଟ ନେଇଯାଆନ୍ତି ନେତା । ହେଲେ ଭୋଟ ସରିଲେ ଆଉ ନେତାଙ୍କ ଦେଖା ମିଳେନି ।
ଧୂଳି ଧୂସର ଏହି ରାସ୍ତା ଲୋକଙ୍କୁ ଏବେ ଅଣନିଶ୍ୱାସୀ କରୁଛି ...ଯା ଆସ ପାଇଁ ଏବେ ଭୟ କଲେଣି ଲୋକେ...ପ୍ରତିଦିନ ଯେମିତି ଧୂଳି ପିଇ ବଞ୍ଚୁଛନ୍ତି ସ୍ଥାନୀୟ ବାସିନ୍ଦା....ରାସ୍ତା କାମ ସରିବାର ନାଁ ଧରୁନି...ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଧିନସ୍ଥ ଦିଗଛିଆ - ଵାଂଶଡା ରାସ୍ତାର ।
ଅଧପନ୍ତରିଆ ରହିଛି PMGSY ରାସ୍ତା। ୨ ବର୍ଷ ହେଲା ସରୁନି ନିର୍ମାଣ କାମ। ଅଧା କାମ କରି ଧରାଛୁଆଁ ଦେଉନି ଠିକାଦାର। ରାସ୍ତାରେ ପିଚୁର ନାଁ ଗନ୍ଧ ନାହିଁ। ସ୍ଥାନେ ସ୍ଥାନେ ମେଟାଲ୍ ଉଠିଗଲାଣି।
ଏମିତି ରାସ୍ତା...ଦୁଇ ଚକିଆ କିମ୍ବା ଚାରି ଚକିଆରେ ଯାନରେ ବାହାରିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର । ରାସ୍ତା ନୁହେଁତ ମରଣଯନ୍ତା । ଆମ୍ବୁଲାନ୍ସ ଆସିପାରୁନି ରୋଗୀକୁ ମେଡିକାଲ ନେବାକୁ ଏଠି ଖଟିଆ ଭରଷା । ସରକାର କହୁଛନ୍ତି ଆଦିବାସୀ ପ୍ରବଣ ଅଂଚଳରେ ବିକାଶ ହେଉଛି, ଦେଖନ୍ତୁ ବିକାଶର ଏକ ନମୁନା ।
ବହୁତ ହୋଇଗଲା..!ଏକାଠି ହୋଇ ନିଜ ସ୍ୱରକୁ ଶାଣିତ କରିଛନ୍ତି.. ନିଷ୍ପତ୍ତି ନେଇଛନ୍ତି, ଆଉ ନେତାଙ୍କ ମିଛ ପ୍ରତିଶ୍ରୁତିରେ ଫସିବେନି.. ଜଣେ ଆରଜଣଙ୍କୁ ବୁଝାଉଛନ୍ତି.. ଆନ୍ଦୋଳନରେ ସାମିଲ ହୋଇ ନିଜ ହକ୍ କୁ ଛଡ଼ାଇଆଣିବାକୁ ଅଣ୍ଟା ଭିଡ଼ିଛନ୍ତି..
ଦେଖାଯାଉନି ରାସ୍ତାଘାଟ । ମାତ୍ରାଧିକ ଧୂଳି ଉଡୁଥିବାରୁ ଲୋକେ ହେଉଛନ୍ତି ଅଣନିଶ୍ୱାସୀ । ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତାରେ ପ୍ରବଳ ଧୂଳି ଉଡୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ରାସ୍ତାର ଉନ୍ନତିକରଣ କଚ୍ଛପ ଗତିରେ ଚାଲୁଥିବାରୁ ଧୂଳିରେ ଲୋକେ ଆକ୍ତାମାକ୍ତା ।
ଯେଉଁ ରାସ୍ଥା ଦେଇ ଯମ ଯିବାକୁ ଭୟ କରିବ ସେହି ରାସ୍ଥା ହିଁ ଲୋକଙ୍କ ଭରସା । ନିଜ ପଞ୍ଚାୟତକୁ ଯିବାକୁ ନାହିଁ ନିତିଦିନିଆ ରାସ୍ଥା, ରାସନ ସାମଗ୍ରୀ ପାଇଁ ଗାଁ ଲୋକଙ୍କୁ ଚାନ୍ଦା କରି ଟ୍ରାକ୍ଟରରେ ଯିବାକୁ ପଡୁଛି।
ଦୁର୍ବଳ ହେଲାଣି ଚାନ୍ଦବାଲି ବୈତରଣୀ ସେତୁ । ବ୍ରିଜର ଆପ୍ରୋଚ ରୋଡ୍ରେ ଅଢ଼େଇ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଚାନ୍ଦବାଲି ବୈତରଣୀ ବ୍ରିଜ୍ ୪ଟି ଜିଲ୍ଲାର ଗମନା ଗମନରେ ମାଧ୍ୟମ ସାଜିଥିବା ବେଳେ ଏବେ ଭାରି ଯାନ ପାଇଁ ବଢ଼ିଲାଣି ବିପଦ ଆଶଙ୍କା ..
ଗାଁ ଭିତରକୁ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା କାରଣରୁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ୩କିଲୋମିଟର ଦୂରରେ ଅଟକି ରହିଥିଲା।
ସମ୍ପୂର୍ଣ୍ଣ ହୋଇପାରୁନି ୩୩ ବର୍ଷ ତଳେ ବିଜୁ ବାବୁ ଦେଇଥିବା ଶୁଭ... ଏବେ ଅପେକ୍ଷା କେବେ ସମୂର୍ଣ୍ଣ ହେବ ଏହି ଅଧାପନ୍ତରିଆ ରାସ୍ତା।
ସ୍ୱାଧୀନତାରେ ୭ ଦଶନ୍ଧି ପରେ ବି ଆଜି ଏମିତି ଅନେକ ଗାଁ ଗଣ଼୍ଡା ରହିଛି ଯେଉଁଠି ରାସ୍ତା ସମସ୍ୟା ନ କହିବା ଭଲ । ଏମିତି ଅନେକ ନଦୀ ଅଛି ଯାହାକୁ ପାର୍ କରିବା ପାଇଁ ପୋଲ୍ ନାହିଁ, ସାହା କେବଳ କାଠ ପୋଲ । ଆଉ କେଉଁଠି କେଉଁଠି ତ ପୋଲ ହିଁ ନାହିଁ ।
ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନାଗମନର ସୁବିଧା ଲାଗି ସରକାର ୨୦୨୧ ମସିହାରେ ୨୧ କିଲୋମିଟର ଯାଏଁ ରାସ୍ତା ନିର୍ମାଣ ପାଇଁ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ।
ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।
ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।