Advertisment

Manmohan Samal: ରାଜା ଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି ବିଜେପି ନେତା, ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚ୍ୟାଲେଞ୍ଜ୍

ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ମନମୋହନଙ୍କ ଖୋଲା ଚ୍ୟାଲେଞ୍ଜ

ରାଜଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି କୌଣସ ବି ବିଜେପି ନେତା । ରାଜା ଚକ୍ରଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ବୟାନକୁ ଆଜି ଦୃଢଭାବେ ଖଣ୍ଡନ କରିବା ସହ ନିଜ ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ଅପରପକ୍ଷେ ବିଜେପି ମଧ୍ୟ ଏହା ଉପରେ କଡ଼ା ପ୍ରତିକ୍ରିୟା ରଖି ନିଜ ମହକିଲଙ୍କ ସୁରକ୍ଷା ପାଇଁ ବାର୍ ଆସୋସିଏସନ୍ ସଭାପତି ମିଛ କହୁଥିବାର ଅଭିଯୋଗ କରିଛି । ସେପଟେ କଂଗ୍ରେସ କିନ୍ତୁ ଜଣେ ହାଇକୋର୍ଟଙ୍କ ଜଜ୍‌ଙ୍କ ଦ୍ବାରା ଅଭିଯୋଗର ତଦନ୍ତ ଦାବି କରିଛି ।

Advertisment

ଅଧିକ ପଢ଼ନ୍ତୁ: ନବୀନଙ୍କୁ ଖୋଲା ଚାଲେଞ୍ଜ୍, ସନ୍ଦିହାନ ବିଜେଡି ନେତା

ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି । ରାଜା ଚକ୍ରଙ୍କ ଓକିଲଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ଗତକାଲି ରାଜା ଚକ୍ରଙ୍କ ଅଧୀନରେ ଥିବା ଗନ୍ଧମାର୍ଦ୍ଦନ ଲୋଡିଂ ସୋସାଇଟି ଠାରୁ ବିଜେପି ମୁଖ୍ୟ ଏବଂ ଅଞ୍ଜନ ବେଜ୍ ନାମକ ବିଜେପି ନେତାଙ୍କ ଆକାଉଣ୍ଟକୁ କୋଟିଏ ୩ ଲକ୍ଷ ଟଙ୍କା ଦିଆଯାଇଛି ବୋଲି ଅଭିଯୋଗ ଆଣିଥିଲେ ରାଜାଙ୍କ ଓକିଲ । ନୂଆ ସରକାର ଶପଥ ଗ୍ରହଣ ପୂର୍ବରୁ ଏବଂ ପରେ ଏହି କାରବାର ହୋଇଥିବା ନେଇ ସେ ଅଭିଯୋଗ କରିଥିଲେ । ଯାହା ଉପରେ ଆଜି ପ୍ରତିକ୍ରିୟା ରଖି ମନମୋହନ କହିଛନ୍ତି, ଆମ ଜୀବନ ଖୋଲା ବହି । ଆକାଉଣ୍ଟ ନମ୍ବର ନେଇ ଚେକ କରନ୍ତୁ । ବହୁ ତ୍ୟାଗ ତପସ୍ୟା ବଳରେ ତିଆରି ହୋଇଥିବା ଦଳର ଭାବମୂର୍ତ୍ତିକୁ ନେଇ ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତୁ ନାହିଁ । ମୋ ଆକାଉଣ୍ଟ ଏବଂ ଦଳ ଆକାଉଣ୍ଟ ଖୋଲା ଅଛି ପରୀକ୍ଷା ନିରୀକ୍ଷା କରନ୍ତୁ। ଅଞ୍ଜନ ବେଜ୍ ମଧ୍ୟ ପ୍ରତିକ୍ରିୟା ରଖି ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କାହିଁକି ପୂର୍ବରୁ ଏହି କଥା ସେ କାହିଁକି କହୁନଥିଲେ ବୋଲି ପଚାରିଛନ୍ତି ।

ଅନ୍ୟପଟେ ଏହି ଅଭିଯୋଗର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ପ୍ରେସମିଟ୍ କରି ଦଳ କହିଛି ଏହାକୁ ନେଇ କଂଗ୍ରେସ ଆଗକୁ ରାଜରାସ୍ତାକୁ ଓହ୍ଲାଇବ। ଅନ୍ୟପଟେ ବିଜେପି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛି। ନିଜ ମହକିଲକୁ ସୁରକ୍ଷା ଦେବା ପାଇଁ ରାଜାଙ୍କ ଓକିଲ ତଥା ଓଡ଼ିଶା ବାର୍ ଆସୋସିଏସନର ସଭାପତି ସୀତାଂଶୁ, ଏପରି ମନଗଢା ବୟାନ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ଓ ଦଳର ଛବି ନଷ୍ଟ କରିବାକୁ ହୋଇଥିବା ଏ ଉଦ୍ୟମ ଅକ୍ଷମଣୀୟ। ତେଣୁ ଏଥିପାଇଁ ସୀତାଂଶୁ ନିଜେ ଏବଂ ଏ ଖବର ପ୍ରକାଶ କରିଥିବା ଦୁଇ ସଂସ୍ଥା କ୍ଷମାପ୍ରାର୍ଥନା କରିବାକୁ ବିଜେପି ଦାବି କରିଛି ।

Advertisment

ବଡ଼ କଥା ହେଲା କୋର୍ଟରେ ବେଲ ଶୁଣାଣି ଆରମ୍ଭ ହୋଇଥିବା ବେଳେ କୋର୍ଟ ବାହାରେ କାହିଁକି ଏମିତି ବୟାନ ରଖିଲେ ରାଜା ଚକ୍ରଙ୍କ ଓକିଲ ? ଯଦି ପ୍ରମାଣ ଥିଲା, ବିଚାରପତିଙ୍କ ପାଖେ ନରଖି କାହିଁକି ଗଣମାଧ୍ୟମ ଆଗରେ ରଖିଲେ ବୟାନ? ଗଣମାଧ୍ୟମର ନଜର ହଟାଇବାକୁ ପ୍ରୟାସ, ନା ସରକାର ଏବଂ ପୋଲିସ ପ୍ରଶାସନ ଉପରେ ଚାପ ତିଆରି କରିବାକୁ ଚେଷ୍ଟା ? ତେବେ ସୀତାଂଶୁଙ୍କ ଅଭିଯୋଗ ଅନୁସାରେ ଅର୍ଥ କାରବାରର ଉକ୍ତ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଏବଂ ସଂସ୍ଥାର ରେଜିଷ୍ଟରକୁ ଦୁଇ ଦିନ ଭିତରେ ଦାଖଲ କରିବାକୁ ତଦନ୍ତକାରୀ ସଂସ୍ଥାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଆସନ୍ତା ଦୁଇ ଦିନରେ ଏହି ଅଭିଯୋଗ ଉପରେ ପରଦା ମଧ୍ୟ ହଟିପାରେ ।

ଅଧିକ ପଢ଼ନ୍ତୁ: ଆଉ କେହି କାହାକୁ ମାନୁ ନାହାଁନ୍ତି, ଧୀରେ ଧୀରେ ଏଇମିତି ଭାଙ୍ଗିଯିବ କି BJD ?

Bhubaneswar BJD BJP Manmohan Samal
Advertisment
Advertisment