Advertisment

ଜଗା ପ୍ରେମରେ ବନ୍ଧା ଶାବର ଶ୍ରୀକ୍ଷେତ୍ରର ଆଦିବାସୀ ସେବାୟତ

ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର  ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lord Sri Jagannath Secret Ritual In Sabar Srikhetra Koraput

Lord Sri Jagannath Secret Ritual In Sabar Srikhetra Koraput

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଆଦି ପୂଜକ ଆଦିବାସୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିବିଡ଼ରୁ ନିବିଡ଼ତର କରାଇବାରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କୁହାଯାଏ, ଶ୍ରୀଜଗନ୍ନାଥ ହେଉଛନ୍ତି ଭାବର ଦେବତା। ଜଗତ ଜନଙ୍କ ହୃଦୟର କଥା ତାଙ୍କୁ ଜଣା। ଆଦିବାସୀ ମଣିଷ ତାଙ୍କର ଆଦ୍ୟ ପୂଜକ। ଆଦିବାସୀଙ୍କ ସେବାପୂଜାକୁ ଏଠାରେ ପ୍ରାଥମିକତା ଦିଆଯାଏ।

Advertisment

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସେବକମାନେ ଢାଳିଥିବା ଶ୍ରଦ୍ଧାର ଜଳକୁ ମନା କରିନପାରି ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଅତ୍ୟଧିକ ସ୍ନାନ କରିବା ଯୋଗୁ ଜ୍ୱରରେ ପଡ଼ିଛନ୍ତି। ଶାବର ଶ୍ରୀକ୍ଷେତ୍ରରେ ତିନି ଠାକୁର  ଆଦିବାସୀ ସେବକଙ୍କ ଗୁପ୍ତ ସେବା ପାଉଛନ୍ତି। ପୂର୍ବ ପୁରୁଷଙ୍କ ଠାରୁ ପରମ୍ପରାରେ ପାଇଥିବା ଚିକିତ୍ସା ପଦ୍ଧତିକୁ ଆଧାର କରି ଆଦିବାସୀ ସେବକ ରାମଚନ୍ଦ୍ର ଗେମେଲ ବଣ ଜଙ୍ଗଲର ଫଳ ,ଫୁଲ, ଚେରମୂଳିକୁ ବ୍ୟବହାର କରି  ତିନି ଠାକୁରଙ୍କ ଉପଚାର ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷେ, ଆସନ୍ତା ଉଭାଯାତ୍ରା ପର୍ଯ୍ୟନ୍ତ ତିନି ଠାକୁର ଅଣସରରେ ରହୁଥିବା ଯୋଗୁ ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ପଟିଦିଅଁଙ୍କୁ ପୂଜା କରାଯାଉଛି ବୋଲି ମନ୍ଦିରର ପୂଜକ ସୂଚନା ପ୍ରଦାନ କରିଛନ୍ତି। ତେବେ ପରମ୍ପରାକୁ ପାଳନ କରି ବର୍ତ୍ତମାନ କେବଳ ଆଦିବାସୀ ପୂଜକଙ୍କୁ ଛାଡ଼ିଦେଲେ ସାଧାରଣ ଭକ୍ତଙ୍କ ସମେତ  ଅନ୍ୟ ସମସ୍ତ ସେବକଙ୍କ ପାଇଁ ମଧ୍ୟ ମୁଖ୍ୟ ମନ୍ଦିରର ଦ୍ୱାରରେ ଆସନ୍ତା ୧୫ ଦିନ ପାଇଁ ଅଣସରର ପରମ୍ପରା ଅନୁଯାୟୀ କେବଳ ପଟିଦିଅଁଙ୍କ ଦର୍ଶନ ପ୍ରାପ୍ତି ହେଉଛି ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ଭବାନୀ ଆଚାର୍ଯ୍ୟ ସୂଚନା ପ୍ରଦାନ କରିଛନ୍ତି।  

Advertisment
Lord Sri Jagannath Sabar Srikhetra Koraput Anabasara Rituals
Advertisment
Advertisment