ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।
କଫି ଚାଷୀଙ୍କ ମତରେ ବଣ, ପାହାଡ଼ ଘେରା ପରିବେଶ ଆଉ ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରିପାରୁଛି । ଯେଉଁଥିପାଇଁ ଏହା କର୍ଣ୍ଣାଟକର କୁର୍ଗା ହେଉ ବିଶ୍ୱର ଅନ୍ୟ ନାମୀ ବ୍ରାଣ୍ଡକୁ ଟକ୍କର ଦେଇପାରୁଛି ।
ଶୀତ ଆସିଲେ ବଦଳିଯାଏ କୋରାପୁଟର ଚିତ୍ର । ବଦଳିଯାଏ ପ୍ରକୃତିରାଣୀର ରୂପ । ଫୁଟି ଉଠେ ଅଳସୀ ଓ ସୋରିଷ ଫୁଲ
ଧଳା କଲରା ଡାଇବେଟିସ, ଚର୍ମରୋଗ ଓ କୃମି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ସଦୃଶ । ଆଉ ଏଥିପାଇଁ ଧଳା କଲରାର ଅଧିକ ଚାହିଦା ଥିବା କହିଛନ୍ତି ଓଏଲଏମର ଜିଲ୍ଲା ଅଧିକାରୀ ଓ ଆୟୁର୍ବେଦ ଡାକ୍ତର ।
ନାହିଁ ନାହିଁରେ ଚାଲିଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ସୁନାବେଡାରେ ପ୍ରତିଷ୍ଠା ହୋଇଛି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ହେଲେ ଅନେକ ସମସ୍ୟା କାରଣରୁ ଏଠାରୁ ଛାତ୍ରଛାତ୍ରୀମାନେ ମୁହଁ ଫେରାଉଛନ୍ତି ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସାଲୁର ବିଧାୟକ ରାଜନ୍ନା ଦୋରାଙ୍କ ଆଖିତରାଟିଲା ଭଳି ପୋଷ୍ଟ । ରାଜନ୍ନା କୋଟିଆବାସୀଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଛନ୍ତି ।
ଦୂରରୁ ଦେଖିଲେ ପେଟ ପୁରୁଛି, ହେଲେ ଅସଲି ଚିତ୍ର ଚାଷୀଙ୍କ ପେଟକୁ ନାତ ମାରିଛି
ଧିରେ ଧିରେ ପାରଦ ଖସୁଛି, ଆଉ ଶୀତ ବଢୁଛି । ଏଥର ମାଳଭୂମିକୁ ସଅଳ ଆସିଛି ଶୀତ ।
ସମସ୍ୟା ଘେରରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ । ବେଡ୍ ଅଭାବରୁ ଚଟାଣରେ ଚାଲିଛି ରୋଗୀଙ୍କ ଚିକିତ୍ସା
ଅତିକମ୍ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ ।
ଧାନ କଳା କିନ୍ତୁ ଚାଉଳ ଧଳା। ଏହି ଧାନ କଳା ଜିରା ଭଳି ଦେଖିବାକୁ। ଏଥିପାଇଁ ଏହାର ନାଁ ‘କଳାଜିରା’ ରଖାଯାଇଛି। କୋରାପୁଟର ଏହି ବିରଳ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପଲ୍ଲୀରୁ ଯାଇ ଦିଲ୍ଲୀ ବଜାରରେ ଏବେ କୋରାପୁଟ ଅଞ୍ଚଳର ଏହି ସ୍ୱତନ୍ତ୍ର ଓ ବିରଳ କଳାଜିରା ଧାନ ସ୍ଥାନ ପାଇଛି।
ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା ।
ମୋବାଇଲ ଛଡ଼ାଇ ନେବାରୁ ଅଷ୍ଟମ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା । ଏପରି ଘଟଣା ଘଟିଛି କୋରାପୁଟ ସହର ଗୌତମ ନଗରରେ । ମୃତକ ହେଲେ ଗୌତମନଗରର ଶ୍ରୀନିବାସ ରାଓଙ୍କ ୧୩ ବର୍ଷ ବୟସର ପୁଅ ବି.ମନୋହର ।
କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।
ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ।
କୋଟିଆକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି। ପଡୋଶୀ ଆନ୍ଧ୍ର ପ୍ରତିଦିନ ଅନୁପ୍ରବେଶ କରି ବିବାଦ ଆଡକୁ ଟାଣିଲା ଭଳି କାର୍ଯ୍ୟ କରୁଛି। ଗତ କିଛିଦିନ ହେଲା ଆନ୍ଧ୍ର ତେଲଗୁ ଭାଷାରେ ଫଳକ ପୋତି ବିବାଦ ଆଡକୁ ଟାଣି ଆଣୁଛି ତ ଆଉ କେବେ କିଛି ଲୋକଙ୍କୁ ପଟ୍ଟା , ଭତ୍ତା ପାଇଁ ପ୍ରଲୋଭିତ କରୁଛି
ବର୍ଷ ବର୍ଷ ଧରି ଜଳବନ୍ଦୀ ଜୀବନ ବିତାଉଛନ୍ତି ଲୋକେ। ହାଟ, ବଜାର କିମ୍ବା ସ୍ୱାସ୍ଥ୍ୟ ସେବା ପାଇଁ ଯେଉଁଆଡ଼େ ଗଲେ ମଧ୍ୟ ଅଥଳ ପାଣି ଭିତରେ ଡଙ୍ଗା ହିଁ ଭରସା। ଲୋକଙ୍କ ଦୁଃଖକୁ ବୁଝି ମୁଖ୍ୟମନ୍ତ୍ରୀ ମଧ୍ୟ ନିର୍ବାଚନ ପୂର୍ବରୁ ସମସ୍ୟାର ସାମଧାନ ଖୁବ୍ ଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଯାଏ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହି ଯାଇଥିବା ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।
ଅନ୍ଧାରରେ ଚାଲିଛି ରୋଗୀଙ୍କ ଚିକିତ୍ସା । କେଉଁ ବେଡ୍ରେ ଗର୍ଭବତୀଙ୍କ ଚିକିତ୍ସା ତ କେଉଁ ବେଡ଼ରେ ଶିଶଙ୍କୁ ଚିକିତ୍ସା କରାଯାଉଛି । ଦୀର୍ଘ ୬ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିବାବେଳେ ଟର୍ଚ୍ଚ ଲାଇଟରେ ଜାରି ରହିଥିଲା ଚିକିତ୍ସା ।
ଓଡ଼ିଶାର ବିଚ୍ଛିନ୍ନାଂଚଳରେ ଓଡିଆ ଭାଷା ପାଇଁ ଆନ୍ଦୋଳନ, ପ୍ରତିବାଦ, ଧାରଣା ଆଉ ବିକ୍ଷୋଭ । ବର୍ଷ ବର୍ଷ ଧରି ଅବହେଳିତ ଓଡ଼ିଆ ଭାଷାକୁ ଉଚିତ୍ ଅଧିକାର ଦେବାକୁ ଉଠିଛି ଦାବି । ଝାଡଖଣ୍ଡର ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି କୋଲହାନ ଓଡ଼ିଆ ସମାଜ ।
କୋରାପୁଟ ସୁଙ୍କି ଘାଟିରେ ଭୂସ୍ଖଳନ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏନ୍ଡିଆର୍ଏଫ୍ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ରେସ୍କ୍ୟୁ କାର୍ଯ୍ୟ ଜୋରାଦାର ଆରମ୍ଭ ହୋଇଛି ।
ବାତ୍ୟା ଗୁଲାବ ଗଲା । ହେଲେ ଦକ୍ଷିଣ ଓଡ଼ିଶାରେ ଦେଖାଇଛି ବର୍ଷା ଓ ପବନର କୋପ । ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ସବୁଠି ଗତକାଲିଠୁ ଲାଗି ରହିଛି ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ।
ମାଲକାନଗିରିରେ ଏବେ ବି ପ୍ରବଳ ବର୍ଷା ଜାରି ରହିଛି । ଏମ୍ଭି ୯୬ ବ୍ରିଜ୍ ଉପରେ ୨ ଫୁଟର ପାଣି ଚାଲୁଥିବାରୁ ମାଲକାନଗିରି-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତାରେ ପାଣି ଚାଲୁଥିିବାକୁ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡିକ ଅଟକି ରହିଛି । ପୋଲିସ କର୍ମଚାରୀ ଉଭୟ ପାର୍ଶ୍ୱରେ ଜଗିରହିଛନ୍ତି ।
ରଣକ୍ଷେତ୍ର ପାଲଟିଲା ଜନଶୁଣାଣି ସ୍ଥଳ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ କଙ୍କଡାଆମ୍ବଠାରେ ପରିବେଶ ବିଭାଗର ଜନଶୁଣାଣିକୁ ପ୍ରବଳ ବିରୋଧ କରାଯାଇଛି।
ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି ।
କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି ।