• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଜ୍ରାଘାତରେ ଘଟିଲା ଅଘଟଣ ।  ଏଥିରେ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ସିଲପଡ଼ା ଗାଁରେ ସମସ୍ତେ ଘରେ ଥିବା ବେଳେ ବଜ୍ରାଘାତ ହୋଇଛି ।

ବଜ୍ରାଘାତରେ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ ରହିଛି । ସମସ୍ତ ଆହତଙ୍କୁ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।