• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଶବକୁ ଅସମ୍ମାନ । ଆମ୍ବୁଲାନ୍ସ ନ ମିଳିବାରୁ ଶବକୁ କାନ୍ଧରେ ବୋହିଲେ ସମ୍ପର୍କୀୟ । ପ୍ରାୟ ୪ କିଲୋମିଟର ବୋହି ଡାକ୍ତରଖାନାରୁ ଘରକୁ ନେଲେ । ଶବବୁହା ଆମ୍ବଲାନ୍ସ ନ ମିଳିବାରୁ ସମ୍ପର୍କୀୟମାନେ ପ୍ରାୟ ୪ କିଲୋମିଟର ଦୂର ଶବକୁ ବୋହି ନେଇଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପଟେଣ୍ଡା ଗାଁର ବୁଦୁମାଝି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତଶରୀରକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଖୋଜିଥିଲେ ମଧ୍ୟ ମିଳି ନଥିଲା । ଏହାପରେ ବାଧ୍ୟ ହୋଇ ସମ୍ପର୍କୀୟମାନେ ହାତରେ ବୋହି ବୋହି ଡାକ୍ତରଖାନାରୁ ଘରକୁ ନେଇଥିଲେ ମୃତ ଶରୀର । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।

ଏହି ଭିଡିଓ ଦେଖିବା ପରେ ଏବେ ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗ ଆଡ଼ୁକୁ ଆଙ୍ଗୁଳି ଉଠିଛି । ଆମ ରାଜ୍ୟରେ କ’ଣ ଏମିତି ଚାଲିଛି ସ୍ୱାସ୍ଥ୍ୟ ସେବା ? ରାଜ୍ୟ ସରକାର ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ଖଞ୍ଜି ରଖିଥିବା ବେଳେ ଏମିତି ଚିତ୍ର ବାରମ୍ବାର ସମ୍ନାକୁ ଆସୁଛି । ତେବେ ଏଥିରୁ ସ୍ୱଷ୍ଟ ବାରି ହୋଇ ପଡୁଛି ରାଜ୍ୟ ସରକାରଙ୍କ ପାରିବା ପଣିଆ । ଅନ୍ୟପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ଏବେ ବି ରାଜ୍ୟରେ ଅନେକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କଥା ନ କହିବା ଭଲ ।