/odishatv-khabar/media/post_attachments/uploadimage/library/16_9/16_9_0/BJD_Deal__1743781244.jpg)
BJD Deal
କେଉଁ ପରିସ୍ଥିତିରେ କାହିଁକି ବଦଳିଗଲା ବିଜେଡିର ଷ୍ଟାଣ୍ଡ ? କୁଆଡ଼େ ଗଲା ସମଦୂରତା ? ସଂଖ୍ୟାଲଘୁଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରଥମ ଥର ପାଇଁ କେନ୍ଦ୍ରର ଏନଡିଏ ସରକାର ବିପକ୍ଷରେ ଯାଇ ୱକଫ୍ ବିଲ୍କୁ ବିରୋଧ କରିବାର ନିଷ୍ପତ୍ତିପରେ ହଠାତ୍ ୟୁଟର୍ଣ୍ଣ ନେବା ପଛର କାରଣ କଣ ?
ପ୍ରଥମଥର ପାଇଁ ବିଜେଡି ବିବାକୁନୁମୋଦିତ ଭୋଟ୍ର ଘଳିଆକୁ ଖୋଲା ରଖି ବିଜେପିକୁ ସମର୍ଥଦେବା ଘଟଣାକୁ ନେଇ ତେଜିଛି ରାଜନୀତି । ପିସିସି ସଭାପତି ଭକ୍ତଦାସ ସିଧାସଳଖ କହିଛନ୍ତି, ଏହା ପଛରେ ରହିଛି ବଡ଼ ଡିଲ୍ । ପାଣ୍ଡିଆନଙ୍କ ନାଁ ନନେଇ କହିଛନ୍ତି ଦିଲ୍ଲୀରେ ନବୀନଙ୍କୁ ନେଇ ଡିଲ୍ କରିଛନ୍ତି ତାଙ୍କ ମାନସପୁତ୍ର ।
ଏମିତିକି ବିଜେପି ନିକଟରେ ନବୀନଙ୍କୁ ତାଙ୍କ ମାନସପୁତ୍ର ବିକି ଦେଇଥିବା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ନବୀନ ବିଜେପି ସହ ଏଭଳି ଡିଲ୍ କରିଥିବାର ଅଭିଯୋଗ ଆଣିଛନ୍ତି ଭକ୍ତ । ସେପଟେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଆହୁରି ସାଂଘାତିକ ବୟାନ ରଖି କହିଛନ୍ତି ଇଡି-ସିବିଆଇ ଭୟରେ ନବୀନ ଏପରି ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ର ଚାପରେ ଚେପା ହୋଇ ଦିଲ୍ଲୀରୁ ଫେରିବା ପରେ ମତ ବଦଳାଇଛନ୍ତି ନବୀନ । ତେବେ ପାଣ୍ଡିଆନଙ୍କ ସହିତ ନବୀନ ଦିଲ୍ଲୀ କାହିଁକି ଯାଇଥିଲେ? ସେଠି କାହାକୁ ଭେଟିଥିଲେ, କଣ ଚର୍ଚ୍ଚା ହୋଇଥିଲା? ସେସବୁ ଏବେ ବି ରହସ୍ୟ ଭିତରେ ଥିବାବେଳେ ବିଜେଡିର ଏ ନିଷ୍ପତ୍ତିକୁ ନେଇ ଅନ୍ୟ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ଏହା ବି ହେଉଛି କି, ୱକଫ୍ ବିଲକୁ ସମର୍ଥନ କରି ସଂଖ୍ୟାଲଘୁ ଖ୍ରୀଷ୍ଟିଆନ୍ ସଂପ୍ରଦାୟକୁ ଖୁସ୍ କରିବାକୁ ଇଏ ବିଜେଡିର ଯୋଜନାବଦ୍ଧ ଚାଲ୍ ।
କାରଣ ରାଜ୍ୟରେ ମୁସଲିମ୍ ଭୋଟ୍ ୨.୧୪ ପ୍ରତିଶତ ଥିବା ବେଳେ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ଭୋଟ୍ ହାର ହେଉଛି ୨.୭୭ ପ୍ରତିଶତ । ଚର୍ଚ୍ଚା ହେଉଛି ୱକଫ୍ ବିଲ୍ ଖ୍ରୀଷ୍ଟିଆନ୍ ସଂପ୍ରଦାୟକୁ ଫାଇଦା ଦେବାକୁଥିବା ଯୁକ୍ତି ରଖି ଖ୍ରୀଷ୍ଟିଆନ୍ ସଂପ୍ରଦାୟର କିଛି ତୁଙ୍ଗ ନେତା ନବୀନଙ୍କୁ ଭେଟି ଏହା ସପକ୍ଷରେ ଭୋଟ୍ ଦେବାକୁ ଅନୁରୋଧ କରିଥିଲେ ।
ତେଣୁ ଇଏ ବି ଏକ କାରଣ ବୋଲି କୁହାଯାଉଛି । ଏସବୁ ଚର୍ଚ୍ଚା ଭିତରେ ବିଜେଡିର ଏ ନିଷ୍ପତ୍ତି ଦଳର ଭବିଷ୍ୟତକୁ କେଉଁ ଦିଗକୁ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)