/odishatv-khabar/media/post_attachments/uploadimage/library/16_9/16_9_0/People_1655995071.jpg)
People
କୋରାପୁଟ ମାଝୀଗୁଡ଼ା, ଖାଲରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ଘଟଣା । ରାସ୍ତା କାମ କରୁଥିବା ସଂପୃକ୍ତ କମ୍ପାନି ପକ୍ଷରୁ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା । ସେହିପରି ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛି । ଅନ୍ୟପଟେ ଗାତ ଖୋଲିଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଶମନ୍ତପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ।
ରାସ୍ତା ତିଆରି ପାଇଁ ମାଟି ଉଠାଇବା ପରେ ସେଠାରେ ହୋଇଥିବା ପାଣିଭର୍ତ୍ତି ଖାଲରେ ପଡ଼ି ଗତକାଲି ୪ ନାବାଳକଙ୍କ ମୃତ୍ୟୁ ହୋଇଥିଲା । ସମସ୍ତଙ୍କ ବୟସ ୫ରୁ ୭ ବର୍ଷ । ୪ ଜଣଙ୍କ ମଧ୍ୟରୁ ୩ ଜଣ ନାବାଳିକା ଥିଲେ । କୋରାପୁଟ ସଦର ଥାନା ପାଇକ ଫୁଲବେଡା ନିକଟରେ ଓଡପୁର-ମାଝିଗୁଡା ଗାଁ ଦେଇ ଭାରତମାଳା ପ୍ରକଳ୍ପ ରାସ୍ତା ର୍ନିମାଣ କରାଯାଉଛି । ଏହି ରାସ୍ତା କାମ ପାଇଁ ଠିକାଦାର ଜଣକ ରାସ୍ତାକଡ଼ରୁ ମାଟି ଖୋଳି ଦେଇଥିବାରୁ ସେଠାରେ ବର୍ଷା ପାଣି ଜମି ରହିଥିଲା । ପିଲାମାନେ ସେହି ରାସ୍ତା ଦେଇ ଯାଉଥିବା ବେଳେ ପାଣି ଭର୍ତ୍ତି ଖାଲରେ ପଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।
ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚିଥିଲା । ତେବେ ସେତେବେଳକୁ ୪ ଶିଶୁଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣା ପରେ ମାଝିଗୁଡ଼ାରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଚାରି ଚାରି ଜଣ ଶିଶୁଙ୍କୁ ହରାଇ କାନ୍ଦବୋବାଳିରେ ଫାଟି ପଡ଼ୁଛି ପରିବେଶ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)