• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କାଳ ହେଲା ମୀନାବଜାର ବ୍ରେକ୍ ଡ୍ୟାନ୍ସ । ମୁହୂର୍ତ୍ତକରେ ମିଳେଇଗଲା ପରିବାର ସବୁ ଖୁସି । ବ୍ରେକ୍ ଡ୍ୟାନ୍ସରେ ବସି ଖେଳିବା ସମୟରେ ହଠାତ୍‌ ଅଚେତ୍‌ ହେଲେ ନାବାଳିକା ଆଉ ତା ପରେ ଚାଲିଗଲା ଜୀବନ । କୋରାପୁଟରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ମୃତ ନାବାଳିକା ଜଣକ ମିର୍ଗାନ ସାହିର ଆଲଫିଆ ବାନ୍ ବୋଲି ଜଣାପଡିଛି ।

ଗତକାଲି କୋରାପୁଟ କୋଟପାଡ଼ ସହରରେ ମୀନାବଜାର ସାଙ୍ଗକୁ ବ୍ରେକଡ୍ୟାନ୍ସ ଝୁଲା ବି ଲାଗିଥିଲା । ସ୍ଥାନୀୟ ମିର୍ଗାନ ସାହିର ମହମ୍ମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନ୍ ବ୍ରେକ ଡ୍ୟାନ୍ସ ଝୁଲା ଖେଳୁଥିଲେ । ତେବେ ମାତ୍ର ଗୋଟିଏ ରାଉଣ୍ଡ ବୁଲିବା ପରେ ସେ ହଠାତ ଅଚେତ ହୋଇପଡ଼ିଥିଲେ । ଏହା ପରେ ତାଙ୍କୁ ତୁରନ୍ତ କୋଟପାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେଏଭଳି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ନାବାଳିକାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଏହି ଅଘଟଣ ପରେ ପ୍ରଶାସନ ପକ୍ଷରୁ ମୀନାବଜାର ବ୍ରେକ୍ ଡ୍ୟାନ୍ସ ଝୁଲା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।