Advertisment

Naba Das Murder Mystery: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କହିଛନ୍ତି, ରକ୍ତ ଭିଜା ସାର୍ଟ ମିସିଂ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରା ଯିବ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

Crime

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ଘଟଣାକୁ ନେଇ ଅଭିଯୁକ୍ତ ପୋଲିସ ASI ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ ଦେଇଛନ୍ତି ଏକ ବଡ଼ ସୂଚନା। ସେ କହିଛନ୍ତି, କୋର୍ଟରେ ପୋଲିସ ଦାଖଲ କରିଥିବା ସିଜର ଲିଷ୍ଟରେ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ନାହିଁ।

Advertisment

ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କହିଛନ୍ତି, ରକ୍ତ ଭିଜା ସାର୍ଟ ମିସିଂ ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି। ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରା ଯିବ। ରକ୍ତ ଭିଜା ସାର୍ଟ ସହ ନବଙ୍କ ଦେହରେ ପଶି ବାହାରି ଯାଇଥିବା ଗୁଳିଟି ମଧ୍ୟ ମିଳିନଥିବା କହିଛନ୍ତି ଗୋପାଳଙ୍କ ଓକିଲ।

ସେ କହିଛନ୍ତି, ଗୁଳିମାଡ଼ରେ ନବ ଦାସ ମୃତ୍ୟୁବରଣ କରିଥିବା ପୋଲିସ କହିଥିଲା। ହେଲେ ଆଜି ପର୍ଯ୍ୟନ୍ତ ଗୁଳିଟି ମିଳିପାରିନି। ଏବେ ମାମଲାର ଶୁଣାଣି ଚାଲିଛି। ୧୭୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଅନ୍ୟ ସାକ୍ଷୀମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି କହିଛନ୍ତି ଗୋପାଳଙ୍କ ଓକିଲ।

Advertisment

ତେବେ ଏନେଇ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ନବ ଦାସ ଝାରସୁଗୁଡ଼ାରେ କାର୍ଯ୍ୟକ୍ରମ ସାରି ବ୍ରଜରାଜନଗର ଯାଉଥିଲେ। ତେବେ ରାସ୍ତାରେ ତାଙ୍କୁ କିଛି ବିଜେଡି ସମର୍ଥକ ଅଟକାଇଥିଲେ। ଆଉ କର୍ମୀଙ୍କ ଅଭିବାଦନ ଗ୍ରହଣ କରିବା ପାଇଁ ଶ୍ରୀ ଦାସ ଗାଡ଼ିରୁ ଓହ୍ଲାଉଥିଲେ। ଠିକ୍‌ ସେତିକି ବେଳେ ଅତି ନିକଟରୁ ସୁରକ୍ଷା ଦାୟୀତ୍ୱରେ ଥିବା ଏଏସ୍‌ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଅଧିକ ପଢନ୍ତୁ: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା, କେନ୍ଦ୍ର-ରାଜ୍ୟ ସରକାର ଓ ଡିଜିପି ପକ୍ଷଭୁକ୍ତ

ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହି ହାଇପ୍ରୋଫାଲ୍‌ ମର୍ଡର ମାମଲାରେ ପୁଲିସ୍‌ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ୍‌।

ନବ ଦାସ ହତ୍ୟାକୁ ଇତି ମଧ୍ୟରେ ଦୁଇ ବର୍ଷ ପୂରି ଯିବାକୁ ଯାଉଛି। ହେଲେ ହତ୍ୟାକୁ ନେଇ ଆଜି ପର୍ଯ୍ୟନ୍ତ ଲାଗି ରହିଛି ସନ୍ଦେହ। ଗୋପାଳ ଦାସକୁ ପୁଲିସ୍‌ ମୁଖ୍ୟଅଭିଯୁକ୍ତ କହୁଥିବା ବେଳେ ପରିବାର ଓ ନବଙ୍କ ସମର୍ଥକ କିନ୍ତୁ ଗ୍ରହଣ କରିପାରୁନାହାନ୍ତି। ଗୋପାଳ ଦାସ ଏକ ମାଧ୍ୟମ ବୋଲି ସନ୍ଦେହ କରୁଛନ୍ତି ନବଙ୍କ ସମର୍ଥକ। ଯାହାକୁ ନେଇ ଆଜି ପର୍ଯ୍ୟନ୍ତ ଚାଲିଛି ବୟାନ୍‌ବାଜୀ। ଦୁଇ ଦିନ ତଳେ ନବଙ୍କ ଝିଅ ଦୀପାଳି ଓ ଆକାଶ ଦାସ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

BJD Naba Das Health Minister Naba Das Naba Das' Daughter Enters Restricted Zone
Advertisment
Advertisment