• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟରେ ଅଛନ୍ତି କେତେ ପ୍ରକାରର ପକ୍ଷୀ ? ସେମାନଙ୍କ ସଂଖ୍ୟା କେତେ ? ଆଉ କେତେ ବିହଙ୍ଗ ବିଦେଶରୁ ଆସିଛନ୍ତି ? ଏସବୁ ଜାଣିବାକୁ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଶୀତକାଳୀନ ପକ୍ଷୀ ଗଣନା । ପ୍ରଥମ ଥର ରାଜ୍ୟବ୍ୟାପୀ ସମସ୍ତ ୫୨ଟି ଯାକ ବନଖଣ୍ଡରେ ଏକକାଳୀନ ପକ୍ଷୀ ଗଣନା କରାଯାଉଛି । ଚିଲିକା, ଭିତରକନିକା ଓ ହୀରାକୁଦରେ ସର୍ବାଧିକ ପକ୍ଷୀ ଦେଖିବାକୁ ମିଳେ । ଏହି ୩ଟି ସ୍ଥାନକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି ।

ଏହି ଶୀତକାଳୀନ ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି । ସେହିପରି ପୁରୀ ବନ୍ୟପ୍ରାଣୀ ଡିଭିଜନରେ ୨୫ଟି ଟିମ୍, ବଣାଇ ଡିଭିଜନ୍‌ର ୭ଟି ରେଂଜରେ ୧୮ ଟିମ୍, କୋରାପୁଟ ବନାଞ୍ଚଳର ୫ଟି ରେଂଜରେ ୫ଟି ଟିମ୍‌ ଦ୍ବାରା ପକ୍ଷୀଗଣନା କରାଯାଉଛି ।

ଅଧିକ ପଢ଼ନ୍ତୁ: ଗାଡ଼ି ସଉକିନିଆ ନବ ଦାସଙ୍କ ଭାଇ!

ପ୍ରତି ଗ୍ରୁପରେ ପକ୍ଷୀ ବିଶେଷଜ୍ଞ, ବନ କର୍ମଚାରୀଙ୍କ ସମେତ ୫-୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକା ବନ୍ୟପ୍ରାଣୀ ବିଭାଗ ଡିଭିଜନ ଅଧୀନରେ ଥିବା ବାଲୁଗାଁ, ସାତପଡା, ନୂଆପଡା, ଟାଙ୍ଗି, ରମ୍ଭା ଭଳି ୫ଟି ରେଂଜରେ ପକ୍ଷୀ ଗଣନା କରାଯାଉଛି। ହୀରାକୁଦ ଡ୍ୟାମର ୫୫୦ ବର୍ଗ କିଲୋମିଟର ପରିମିତ ଅଂଚଳରେ ପକ୍ଷୀ ଗଣନ ଚାଲିଛି। କ୍ୟାମେରା ଓ ବାଇନା କୁଲାର୍ ଜରିଆରେ ସଂଧ୍ୟା ୬ଟା ଯାଏ ଗଣନା କାର୍ଯ୍ୟ ଚାଲିବ ।

ସେପଟେ ଶୀତକାଳୀନ ପକ୍ଷୀ ଗଣନା ନେଇ ବଣାଇ ଡିଏଫ୍‌ଓ ଲଲିତ ମୋହନ ପାତ୍ର କହିଛନ୍ତି, ୨୦୨୪ ରେ ୩୨ ପ୍ରକାର ପକ୍ଷୀ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୧୫ ପ୍ରକାର ବିଦେଶୀ ପକ୍ଷୀ ଚିହ୍ନଟ କରାଯାଇଥିବା ବେଳେ ବଣାଇର ମୋଟ୍‌ ୭ଟି ରେଞ୍ଜରେ ୪୧୦୦ ପକ୍ଷୀ ଚିହ୍ନଟ କରାଯାଇଥିଲା । ତେବେ ଚଳିତ ବର୍ଷ ଅଧିକ ପକ୍ଷୀ ହେବେ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: ଉଦ୍ଧାର ହେଲା ୨ ନିଖୋଜ ଶ୍ରମିକଙ୍କ ମୃତଦେହ

OTV is now on Whatsapp

Join and get latest news update delivered to you via whatsapp

Join Now