ବିଡିଏର ବୁଲଡୋଜର ମାଡ଼ରେ ଧରାଶାୟୀ ତଥାକଥିତ ବୈକୁଣ୍ଠ ଧାମ ଆଶ୍ରମ । ଭୁଶୁଡ଼ିଲା ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମି ଉପରେ ବେଆଇନ ଭାବେ ମୁଣ୍ଡ ଟେକିଥିବା ସାମ୍ରାଜ୍ୟ । ଭାଙ୍ଗିଲା ତୋରଣ, ଭୁଶୁଡ଼ିଲା ସଂଲଗ୍ନ କାନ୍ଥବାଡ଼।
ଆଜି ବୈକୁଣ୍ଠ ଧାମ ଆଶ୍ରମ ଭଙ୍ଗାଯିବ ବୋଲି ଗତକାଲି ବିଡିଏ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମରେ ଥିବା ଜିନିଷ ପତ୍ର ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା BDA।
କାଲି ଦିନ ୧୨ଟା ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଶ୍ରମ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ବାହାର କରିବାକୁ କୁହାଯାଇଛି।
ବୈକୁଣ୍ଠ ଧାମ ଆଶ୍ରମ ଭିତରେ ଆସର ବସୁଥିଲା, ଲୋକେ ଦୂର ଦୂରାନ୍ତରୁ ଆସୁଥିଲେ । ବାବା ଗାଦିକୁ ଆସୁଥିଲେ ଆଉ ତାଙ୍କୁ ଦେଖିବାକୁ ଭିଡ଼ ଜମୁଥିଲା ।
ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଉପସ୍ଥିତ ଡାକ୍ତର ପରୀକ୍ଷା କରିଥିଲେ। ପରେ ପରେ ମନ୍ତ୍ରୀ ମେୟର ସୁଲୋଚନା ଦାସ, ବିଧାୟକ ବାବୁ ସିଂ, ବିଜେପି ବରିଷ୍ଠ ନେତା ସମୀର ମହାନ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।
୧୯୧ ମାମଲାରେ ନିର୍ମାଣ ଭାଙ୍ଗିବାକୁ ସରକାରଙ୍କ ନିର୍ଦ୍ଦେଶ । ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ, ସ୍କାନରରେ ବିଲ୍ଡର ।
ତେବେ ବିଡ଼ମ୍ବନାର ବିଷୟର, ଦୁଇବର୍ଷ ତଳୁ ଏ ବ୍ୟବସ୍ଥା ଆରମ୍ଭ ହୋଇଥିଲେ ବି ଏଯାଏଁ ତାହା କାର୍ଯ୍ୟକାରୀ ହୋଇପାରୁନି କି, ଇ ପାର୍କିଂ ବ୍ୟବସ୍ଥା କଣ, ତାହା ଏଯାଏଁ ଅଧିକାଂଶ ଲୋକେ ଜାଣି ବି ନାହାନ୍ତି।
ବିବାଦ ତୀବ୍ର ହେବା ପରେ ତାରା ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ହେଇଥିଲା ଟାସ୍କଫୋର୍ସ କମିଟି।
ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ । ୮ ବର୍ଷ ପୂର୍ବରୁ କ୍ୟାବନେଟ୍ ନିଷ୍ପତ୍ତିକୁ ପୁଣି ଥରେ ବଦଳାଇଦେଲେ.
ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହାଉସିଂ ପ୍ରୋଜେକ୍ଟ, ସବୁଥିରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ।
ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।
ସିଲ୍ ହେଲା ବାର୍ । ସଟ୍ଡାଉନ୍ ନିୟମ ଭାଙ୍ଗି ବାର୍ ଚଲାଇଥିବାରୁ ସିଲ୍ କଲା ବିଡିଏ । ସପ୍ତାହନ୍ତ ସଟ୍ଡାଉନ୍ ସମୟରେ ବାର୍ ବନ୍ଦ ରଖିବାକୁ ନିୟମ ଥିବା ବେଳେ ଏହାକୁ ଖାତିର ନକରି ବାର୍ ଖୋଲାଯାଇଥିଲା ।
ଗତ ଜୁନ୍ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।