Advertisment

Odisha Farmers Angry Over Mandi Chaos: ରାଜ୍ୟରେ ବଢୁଛି ଚାଷୀ ଅସନ୍ତୋଷ...

ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ ।

author-image
Deviprasad Jena
ଅଦ୍ୟତନ ହୋଇଛି
farmer protest Over Mandi Chaos

Odisha Farmers Angry Over Mandi Chaos

ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ । ସମସ୍ୟା ବଢିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାତିଲେଣି ଚାଷୀ । କେଉଁଠି ରାସ୍ତା ଉପରେ ଧାନ ରଖି ପ୍ରତିବାଦ କରାଯାଉଥିବା ବେଳେ କେଉଁଠି ମଣ୍ଡି ଆଗରେ ବିକ୍ଷୋଭ କରିଛନ୍ତି ଚାଷୀ ।

Advertisment

ଅଧିକ ପଢନ୍ତୁ: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

ତେବେ ଧାନ ମଣ୍ଡି ସମସ୍ୟା ନେଇ ଗଜପତି ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି ଚାଷୀ । ମଣ୍ଡିରେ ଧାନର ମାନ ଯାଞ୍ଚ କରାଯାଉଥିବା ବେଳେ ମିଲରମାନେ ପୁଣି ଥରେ ଯାଞ୍ଚ କରି ମନଇଛା କଟନୀ ଛଟନି କରୁଥିବା ନେଇ ସଂଘାତିକ ଅଭିଯୋଗ କରିଛନ୍ତି ଚାଷୀ । ଅନ୍ୟପଟେ ମଣ୍ଡିକୁ ଧାନ ଆଣିବା ପୂର୍ବରୁ ଚାଷୀ ନିଜ ଅମଳ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

ଅନ୍ୟପଟେ ଅବ୍ୟବସ୍ତାର ଅନ୍ୟ ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକରେ। ବର୍ଷ ତମାମ ନିଜର ଝାଳ ବୁହାଇ ଏବଂ ଧାର କରଜ କରି ଫଳ ସ୍ୱରୂପ ପାଉଥିବା ଅମଳ କେଉଁଠି ରାଜରାସ୍ତାରେ ପଡ଼ି ରହୁଥିବା ବେଳେ କେଉଁଠି ଅସୁରକ୍ଷିତ ସ୍ଥାନରେ ବିପଦସଂକୁଳ ଅବସ୍ଥାରେ ପଡିରହିଥିବା ଦେଖିବାକୁ ମିଳୁଛି ।

Advertisment

ଅଧିକ ପଢନ୍ତୁ: ଏଇ ମାସ ଶେଷ ସପ୍ତାହରେ ଆସିବ ସୁଭଦ୍ରା ଟଙ୍କା; ଶୀଘ୍ର KYC ଅପଡେଟ୍ ସାରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ

ବାଲେଶ୍ବର ଜିଲ୍ଲା ଜଳେଶ୍ୱରର ଇକିଡା ଏବଂ ଭୋଗରାଇ ବ୍ଲକ ମନ୍ଦାଋଣୀ ସେବା ସମବାୟ ସମିତିର ଅବସ୍ଥା ଦେଖିବେ ଯଦି ତାହା ସ୍ପଷ୍ଟ ଜଣାପଡ଼ିଯିବ । କେଉଁଠି ଚାଷୀଙ୍କ ପାଇଁ ଧାନ ଖଳାଟିଏ ନାହିଁ ତ ପୁଣି କେଉଁଠି କେଉଁଠି ଧାନ ରଖିବା ପାଇଁ ଗୋଦାମ ଘର ନାହିଁ । ଚାଷୀମାନେ ନିଜର ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ଚାଷୀ ।

ଅନ୍ୟପଟେ ରାଜ୍ୟ ଏବଂ କେନ୍ଦ୍ର ସରକାର ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ପ୍ରଶାସନିକ ଅବହେଳା କାରଣରୁ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ମନମାନୀ କରୁଥିବା ମିଲରଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢନ୍ତୁ: ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ

 

Odisha News Farmer Protest Paddy Procurement Balasore Gajapati
Advertisment
Advertisment