Advertisment

Accident in Ganjam: ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ଚକା ତଳକୁ ଚାଲିଗଲେ ମାଆ

ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍‌ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍‌ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ତଳେ ଚାପି ହୋଇଯାଇଥିଲେ ରାଣୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ରକ୍ତ ଜୁଡୁବୁଡୁ ହୋଇ ରାଜପଥରେ ପଡ଼ିଛି ମାଆ। ଆଉ ତାଙ୍କ ପାଖରେ କଇଁ କଇଁ ହୋଇ କାନ୍ଦୁଛି କୁନି ଝିଅଟି। ବୋଧହୁଏ ଖନି ମାରୁଥିବା ପାଟିରେ ମାଆକୁ ଡାକିବାକୁ ଚେଷ୍ଟା କରୁଛି। ଶେଷ ଥର ପାଇଁ ତା’ଠାରୁ ସ୍ନେହ ଟିକେ ନେବାକୁ ଚାହୁଁଛି। ହେଲେ ଭାଗ୍ୟର ବିଡ଼ମ୍ୱନା କୁନି ଝିଅର ଡାକ ମାଆ କାନରେ ପଡୁଛି ସତ। ହେଲେ ସେ ଉଠି ପାରୁନାହାନ୍ତି। କାରଣ ସିଏ ପରା ଶେଷ ଯାତ୍ରାର ପଥିକ ହୋଇ ସାରିଲେଣି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ରେ ଘଟିଛି।

Advertisment

ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରିର ଲକ୍ଷ୍ମୀ ପାତ୍ର ଓ ତାଙ୍କ ସ୍ତ୍ରୀ ରାଣୀ ପାତ୍ର ଦୁଇ ବର୍ଷର ଝିଅକୁ ଧରି ସ୍କୁଟିରେ ଶ୍ୱଶୁର ଘର ଖାରିଆଗୁଡା ଯାଉଥିଲେ। ବାପ ଘରକୁ ଯାଉଥିବାରୁ ବେଶ୍‌ ଖୁସିଥିଲେ ରାଣୀ। ସେହି ଖୁସିର ମାହୋଲ ଭିତରେ ଘଟିଲା ହୃଦୟ ବିଦାରକ ଘଟଣା। ଦିଗପହଣ୍ଡି ଖେମୁଣ୍ଡି କଲେଜ ଶୁଣ୍ଡିପଲ୍ଲୀ ଛକ ନିକଟରେ ଘଟିଗଲା ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଅଧିକ ପଢ଼ନ୍ତୁ: ପିକନିକ ଯାଉଥିବା ବେଳେ ଦୁର୍ଘଟଣା: ଜଣେ ମୃତ, ୩୦ ଆହତ

ମରାମତି କାର୍ଯ୍ୟ ଚାଲିଥିବାରୁ ୩୨୬ ନମ୍ୱର ଜାତୀୟ ରାଜପଥରେ ଗଦା ଗଦା ହୋଇପଡ଼ିଥିବା ମେଟାଲରେ ଲକ୍ଷ୍ମୀଙ୍କ ସ୍କୁଟି ପଡ଼ି ଯାଇଥିଲା। ଯାହାଫଳରେ ରାଣୀ ଓ ତାଙ୍କ ଝିଅ ଛିଟିକି ହୋଇ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍‌ ସେତିକି ବେଳେ ପଛ ପାର୍ଶ୍ୱରୁ ଆସୁଥିବା ଟ୍ରକ୍‌ ଦେଖି ନିଜର ଦୁଇ ବର୍ଷର କୁନି ଝିଅକୁ ଉଦ୍ଧାର କରିବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବାକୁ ଯାଇ ଟ୍ରକ୍‌ ତଳେ ଚାପି ହୋଇଯାଇଥିଲେ ରାଣୀ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମଆର ମୃତଦେହ ପାଖରେ କଇଁ କଇଁ ହୋଇ କାନ୍ଦୁଥିଲେ କୁନି ଝିଅ।

Advertisment

ଅଧିକ ପଢ଼ନ୍ତୁ:କୁହୁଡ଼ି ସାଜିଲା କାଳ: ବିଭିନ୍ନ ସ୍ଥାନରେ ସିରିଜ୍‌ ଦୁର୍ଘଟଣା;  ୨ ମୃତ, ୩୬ ଆହତ...

ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଆଉ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକ୍‌ ଜବତ କରିଛି। ସେପଟେ ଲକ୍ଷ୍ମୀ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ମଧ୍ୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Ganjam Road Accident Accident Road Mishap
Advertisment
Advertisment