/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737179724.jpg)
Road Accident
ସୁନାର ସଂସାର ଉପରେ ଲାଗିଗଲା କାହାର ନଜର। ଗୋଟିଏ ମୂହର୍ତ୍ତରେ ଚୁରମାର ହୋଇଗଲା ହସଖୁସିର ସଂସାର। କଳାବାଦଲ ଘୋଟି ଆସିବା ପରି କ୍ଷଣିଙ୍କ ମଧ୍ୟରେ ଓଲଟପାଲଟ ହୋଇଗଲା ସବୁ।
ମହିଳାଙ୍କ ଆଖି ଆଗରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ ଓ ଅଢ଼େଇ ବର୍ଷ ଝିଅର ଜୀବନ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିମାଲକାନଗିରି ଜିଲ୍ଲାରେ। ମୃତକ ହେଲେ ସୁବ୍ରତ ରୟ ଓ ତାଙ୍କର ଅଢ଼େଇ ବର୍ଷର ଝିଅ।
କିଛି ଦିନ ପୂର୍ବରୁ ସୁବ୍ରତ ସ୍ତ୍ରୀଙ୍କର ବିଶାଖାପାଟଣାରେ ଅପରେସନ ହୋଇଥିଲା। ଆଜି ସକାଳେ ସୁବ୍ରତ ଅଢ଼େଇ ବର୍ଷର ଝିଅକୁ ଧରି ବସ୍ରେ ନିଜ ସ୍ତ୍ରୀର ଚେକଅପ୍ ପାଇଁ ଯାଉଥିଲେ। ଚେକଅପ୍ ସାରି ପୁଣି ବସ୍ରେ ଘରକୁ ଫେରିଥାନ୍ତେ। ହସଖୁସିର ସଂସାର ପୁଣି ଆଗପରି ଚାଲିଥାନ୍ତା। ହେଲେ ସବୁ ଓଲଟପାଲଟ ହୋଇଗଲା।
ବାଟରେ ବସ୍ଟି ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସୁବ୍ରତ ଓ ତାଙ୍କର ଅଢ଼େଇ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ହେଲେ ସୁବ୍ରତଙ୍କ ସ୍ତ୍ରୀଙ୍କର କିଛି ହୋଇନଥିଲା। ଏଥିସହ ଦୁର୍ଘଟଣାରେ ଅନ୍ୟ ଯାତ୍ରୀଙ୍କର କିଛି ହୋଇନଥିଲା।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ୱାମୀ ଓ ନିଜ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ସୁବତ୍ରଙ୍କ ସ୍ତ୍ରୀ। ମଥାରୁ ସିନ୍ଦୂର ଓ କୋଳରୁ ନିଜ ସନ୍ତାନ ଚାଲିଗଲା ପରେ ତାଙ୍କର ଆଉ କିଏ ନିଜର ରହିଲା ବୋଲି କାନ୍ଦି କାନ୍ଦି କହିଛନ୍ତି। ଆଉ କାହା ପାଇଁ ବଞ୍ଚିବେ ବୋଲି ଦୁଖଃ ଭରା କଣ୍ଠରେ ଭାଳି ହେଉଛନ୍ତି। ପରିବାର ଲୋକେ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ଆଦୌ ବୁଝୁନାହାନ୍ତି। ମୋ ସ୍ୱାମୀ ଓ ମୋ ଝିଅକୁ ଆଣି ଦିଅ ବୋଲି ବାରମ୍ବାର ଜିଦ୍ କରୁଛନ୍ତି। ବେଳେ ବେଳେ ବେହୋସ ମଧ୍ୟ ହୋଇଯାଉଛନ୍ତି। ମହିଳାଙ୍କର ଏହି କରୁଣ ଚିତ୍କାର ଦେଖି ସେଠାରେ ଉପସ୍ଥିତ ଥିବା ଲୋକଙ୍କର ଆଖିରେ ଲୁହ ଆସି ଯାଉଥିବା ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)