• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନବଦାସ ହତ୍ୟା ମାମଲାରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଦାୟର କରାଯାଇଛି । ମାମଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଡିଜିପିଙ୍କୁ ପକ୍ଷଭୁକ୍ତ କରାଯାଇଛି । ସୂଚନା ଅନୁସାରେ, ଏହାରି ମଧ୍ୟରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ଏହାରି ମଧ୍ୟରେ ଦୁଇ ବର୍ଷ ପୂରିବାକୁ ଯାଉଛି । ଏହି ହତ୍ୟାକାଣ୍ଡର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ କରୁଛି । ତେବେ ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ASI ଗୋପାଳ ଦାସକୁ ଗିରଫ କରାଯାଇଛି

ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି । ଗତ ବୁଧବାର ନବଦାସଙ୍କ ଝିଅ ଦୀପାଳି ଦାସ ମିଡିଆ ଆଗରେ ବିବୃତି ରଖି ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଚ୍ୟାଲେଞ୍ଜ୍‌ ଦେବା ପରେ ଗତକାଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହାର ଜବାବ ରଖିଥିଲେ ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

ସେ କହିଥିଲେ, ଖାଲି ଗଣମାଧ୍ୟମ ଆଗରେ କହିଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ତାହେଲେ ତାଙ୍କ ପରିବାର ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ଏହା ସହ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ଆଇନ ମନ୍ତ୍ରୀ । କହିଥିଲେ, ବିଳମ୍ବରେ ହେଲେ ବି ଅନ୍ତତଃ ଦୀପାଳିଙ୍କ ମନରେ ଆସିଲା ପୂର୍ବ ସରକାରରେ କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ।

ଅନ୍ୟପଟେ ଏହି ହାଇପ୍ରୋଫାଇଲ୍ ମର୍ଡର ଘଟଣା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । କହିଛନ୍ତି ସେତେବେଳେ ରାଜନୈତିକ ଏବଂ ବ୍ୟବସାୟିକ ମୋହ ପାଇଁ ପିତୃହତ୍ୟାକୁ ଭୁଲିଗଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୁଷ୍ଟ ବୋଲି କୋର୍ଟକୁ ଲେଖିକି ଦେଲେ, ଆମେ ସିବିଆଇ ତଦନ୍ତ ପାଇଁ ମାଡି ବସିବୁ । ବିଧାନସଭାରେ କହିଥିଲି, ଏହା ପଛରେ ଜଣେ ଆଇଏଏସ, ଆଇପିଏସ୍ ଏବଂ ସେତେବେଳର ବିଧାୟକଙ୍କ ହାତ ଥିଲା। ବିଜେଡି କହିଛି ଆମ ସରକାର ସମୟରେ ତଦନ୍ତ ଠିକ୍ ହୋଇଥିଲା। ଯଦି ଦୀପାଳି ଚାହୁଁଛନ୍ତି ସିବିଆଇ ତଦନ୍ତ କରୁ ।

ଏହାରି ଭିତରେ ଆଉ ୧୧ ଦିନ ପରେ ନବ ଦାସଙ୍କ ହତ୍ୟାକୁ ପୂରିବ ଦୁଇ ବର୍ଷ । କିନ୍ତୁ ବଡ କଥା ହେଲା ଏ ଯାଏଁ ଯଦିଓ ହତ୍ୟାକାରୀ ପୋଲିସ୍‌ ASI ଗୋବିନ୍ଦ ଦାସଙ୍କୁ ଗିରଫ କରାଯାଇଛି, କିନ୍ତୁ କାରଣ ପାଖରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା । କିଛି ଦିନ ତଳେ ଦୀପାଳି ବି ପୋଲିସ୍ ଲଗାଇ ତାଙ୍କ ବାପାଙ୍କୁ ହତ୍ୟା ହୋଇଥିବା କହିଥିଲେ । ଏଠି ପ୍ରଶ୍ନ ଉଠୁଛି କାହିଁକି ଏତେ ଦିନ ଧରି ଚୁପ୍ ଥିଲେ ଦୀପାଳି ? ବାଧ୍ୟବାଧ୍ୟକତା ନା ଥିଲା କିଛି ଚାପ ? ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ସିବିଆଇ ତଦନ୍ତ ପାଇଁ ଲିଖିତ ଦାବି ଜଣାଇବେ କି ଦୀପାଳି ?

ଅଧିକ ପଢ଼ନ୍ତୁ: ଖୁସି ଖବର; ଜାନୁଆରୀ ମାସରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

OTV is now on Whatsapp

Join and get latest news update delivered to you via whatsapp

Join Now