Advertisment

Lexus Cars : ଗାଡ଼ି ସଉକିନିଆ ନବ ଦାସଙ୍କ ଭାଇ!

ନବ ଦାସଙ୍କ ଭାଇ ହେଉଛନ୍ତି ବ୍ରଜ ଦାସ। ତାଙ୍କ ଘର ପାର୍କିଂରେ ଥୁଆ ହୋଇଛି ଏକାଧିକ ଲଗ୍‌ଜୁରିୟସ୍‌ କାର। ତାଙ୍କ ପାର୍କିଂରେ ମର୍ସିଡିଜ୍‌ ବେଞ୍ଜ, ରେଞ୍ଜ ରୋଭର, ଅଡି, BMW, କିଆ ଭଲି ଦାମୀ କାର ରହିଛି।

author-image
Manoranjan Sial
IT Raid

Crime

ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଭାଇ ଭାରି ଗାଡ଼ି ସଉକିନିଆ! ରାଶି ନକ୍ଷେତ୍ର ଦେଖି କିଣୁଥିଲେ ଲଗ୍‌ଜୁରିୟସ୍‌ କାର। ଆଉ ସେହି କାର୍‌ରେ ଅୟସ୍‌ କରୁଥିଲେ! ପେସାରେ ଠିକାଦାର ହେଲେ ମଧ୍ୟ ନବ ଦାସଙ୍କ ଭାଇ ବ୍ରଜଙ୍କ ପାର୍କିଂରେ ଏକାଧିକ ନାମୀଦାମୀ କମ୍ପାନୀର ଗାଡ଼ି ଦେଖି ହତବାସ୍‌ ହୋଇଛି ଆୟକର ବିଭାଗ!

Advertisment

ନବ ଦାସଙ୍କ ଭାଇ ହେଉଛନ୍ତି ବ୍ରଜ ଦାସ। ତାଙ୍କ ଘର ପାର୍କିଂରେ ଥୁଆ ହୋଇଛି ଏକାଧିକ ଲଗ୍‌ଜୁରିୟସ୍‌ କାର। ତାଙ୍କ ପାର୍କିଂରେ ମର୍ସିଡିଜ୍‌ ବେଞ୍ଜ, ରେଞ୍ଜ ରୋଭର, ଅଡି, BMW, କିଆ ଭଲି ଦାମୀ କାର ରହିଛି। ସେ ଏହି ଲଗଜୁରିୟସ୍‌ ଗାଡ଼ି ଗୁଡ଼ିକ ଚଢୁଥିବା ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସବୁ କାରର ନମ୍ବର ୫୯୯୫। କାହିଁକି ସେ ଏହି ନମ୍ବର ସବୁ ଗାଡିର ଦେଇଥିଲେ?

କୁହାଯାଉଛି, ଏହି ନମ୍ବର ତାଙ୍କ ରାଶି ନକ୍ଷତ୍ର ପାଇଁ ଶୁଭ। ଶୁକ୍ରବାର ରେଡ୍‌ ସମୟରେ ନବ ଦାସଙ୍କ ଭାଇଙ୍କ ଘରେ ଏହି ଗାଡି ଗୁଡିକ ଥୁଆ ହୋଇଥିବା ଦେଖିବାକୁ ପାଇଛି ଆୟକର ବିଭାଗ। ତେବେ ଆଇଟି ଟିମ୍ ଏହି ଗାଡି ଗୁଡିକର ହିସାବ କ’ଣ କରିବ?

Advertisment

ବ୍ରଜ ଦାସ ହେଉଛନ୍ତି ଜଣେ ସୁପରକ୍ଲାସ୍‌ କଣ୍ଟ୍ରାକଟର। ପଥର କ୍ୱାରୀଠୁ ଆରମ୍ଭ କରି ରିଏଲ୍‌ ଇଷ୍ଟେଟ ବ୍ୟବସାୟରେ ବ୍ରଜଙ୍କ ରହିଛି ଆଧିପତ୍ୟ। ଏପରିକି ସମ୍ବଲପୁରରେ ନିଜ ଭାଇ ସହ ମିଶି ପରିବହନ କ୍ଷେତ୍ରରେ ଭାରିଯାନ ବ୍ୟବସାୟରେ ମଧ୍ୟ ଦବଦବା ରଖିଛନ୍ତି ବ୍ରଜ। ଆଇଟିର ଦୁଇଟି ଟିମ୍‌ ସକାଳୁ ସକାଳୁ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘର ଓ ଅଫିସ ଉପରେ ଚଢଉ ଆରମ୍ଭ କରିଥିଲା। ଛତିଶଗଡ଼ ଓ ଭୁବନେଶ୍ୱରର ଆୟକର ଅଧିକାରୀ ରେଡ୍‌ରେ ସାମିଲ ହୋଇଛନ୍ତି। କାହିଁକି ଓ କେଉଁ ଘଟଣା ପାଇଁ ରେଡ୍‌ ଚାଲିଛି ଏଯାଏ ଜଣାପଡିନି। ରାଜ୍ୟର ୨୦ଟି ସ୍ଥାନରେ ଆୟକର ବିଭାଗର ୨୦ଟି ଟିମ୍ ଏକକାଳୀନ ଚଢ଼ାଉ କରିଛନ୍ତି। କିଛି ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ରେଡ୍ କରିଥିଲା ଆୟକର ଟିମ୍‌।

ଅଧିକ ପଢନ୍ତୁ: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

ବ୍ରଜଙ୍କ ଘରେ ଆୟକର ବିଭାଗର ଚଢ଼ଉ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଅର୍ଥାତ କିଛି ବର୍ଷ ତଳେ ତାଙ୍କ ଘରେ ଚଢ଼ଉ କରିଥିଲା ଆୟକର ବିଭାଗ। ତେବେ ରେଡ୍‌ ବେଳେ ବ୍ରଜଙ୍କ ଘରେ କ’ଣ ସବୁ ମିଳିଥିଲା, ତାହା ଜଣାପଡ଼ି ନଥିଲା। ଏବେ ପୁଣି ଥରେ ଚଢ଼ଉ ହୋଇଛି। କଣ ପାଇଁ ଏହି ଚଢ଼ଉ ହୋଇଛି, ସେ ସମ୍ପର୍କରେ ଆୟକର ବିଭାଗ ମୁହଁ ଖୋଲିନାହିଁ।

BJD Naba Das Jharsuguda IT Raid
Advertisment
Advertisment