Advertisment

Student Dies: କଥା ରଖିଲାନି ପୁଅ, ବୋଉକୁ ଠକିଦେଇ ଚାଲିଗଲା

ମୋ ଶଙ୍ଖାଳି ତୁ କୁଆଡେ ଗଲୁ, ମୋ ପାଖକୁ ଫେରିଆରେ...। ଏପରି କହି ତଳେ ଲୋଟି ଯାଉଥିଲା ମା’। ବାପା ମଧ୍ୟ ପୁଅର ନିରବି ଯାଇଥିବା ଓଠକୁ ଚାହିଁ ରହିଥିଲେ, ଆଗ ଭଳି କାହିଁ ପୁଅ ବାପା ବାପା କହି ଅଝଟ କରୁନି ବୋଲି ମନେ ମନେ ଭାବି ହେଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Student Dies

Student Dies

ମା‘ ଲୋ ମୁଁ ସ୍କୁଲ ଯାଉଛି, ୧୦ଟା ବେଳେ ଫେରିବି.. । ମୋ ମନ ପସନ୍ଦର ଖାଇବା ରୋଷେଇ କରି ରଖିଥିବୁ, ନ ହେଲେ ମୁଁ ଖାଇବିନି। ମା’ ପାଖରେ ଏପରି ଅଝଟ କରି ସ୍କୁଲ ଯାଇଥିଲା ପୁଅ। ମା’ ବି ଗେହ୍ଲା ପୁଅର ମନ ପସନ୍ଦର ଖାଦ୍ୟ ରୋଷେଇ କରି ରଖିଥିଲା।, ପୁଅର ଆସିବା ବାଟକୁ ଚାହିଁ ବସିଥିଲା। କେତେ ବେଳେ ମୋ ଧନ ଘରକୁ ଆସିବ, ମୋତେ ମା’ବୋଲି ଡାକିବ....। ହେଲେ ପୁଅ ଆଉ ଫେରିଲାନି…

Advertisment

ସବୁ ଓଲଟପାଲଟ ହୋଇଗଲା। ଏଇ ଅଭାଗିନି ମା’ ପ୍ରତି ଦଇବ ହୋଇଗଲା ନିଷ୍ଠୁର। ଖାଲି କରି ଦେଲା ମା’ର କୋଳ। ସ୍କୁଲରେ ଦୋଳି ଖେଳିବା ସମୟରେ ପୁଅ ପଡ଼ି ଯାଇ ଚାଲିଗଲା ତାର ଜୀବନ। ନିଜ ଜୀବନ ଧନର ହସ ହସ ମୁହଁ ଦେଖିବା ପରିବର୍ତ୍ତେ ଫେରିଲା ପୁଅର ଶବ। ଏପରି ଦୁଃଖଦ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲାର ଟମକା ଥାନା ନୟା ବଗପାଟିଆ ପ୍ରାଥମିକ ସ୍କୁଲରେ। ମୃତ ନାବାଳକ ଜଣଙ୍କ ହେଲେ ନବଘନ ସାହୁଙ୍କ ପୁଅ ସୌମ୍ୟରଞ୍ଜନ ଓରଫ ସୋନୁ। ନାବାଳକଟି ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିଲା।

ଘଟଣାଟି ଥିଲା ଏମିତି, ଆଜି ଶନିବାର ସକାଳୁଆ ସ୍କୁଲ ଥିଲା। ପ୍ରତିଦିନ ପରି ସୋନୁ ନିଜ ସ୍କୁଲକୁ ଯାଇଥିଲା। ସ୍କୁଲରେ ପାଠ ପଢ଼ା ସରିବା ପରେ ସବୁ ପିଲାମାନଙ୍କ ସହ ଖେଳ ପଡ଼ିଆରେ ଲାଗିଥିବା ଦୋଳିରେ ଖେଳୁଥିଲା। ହେଲେ ସେ କ’ଣ ଜାଣିଥିଲା, ଏହି ଦୋଳି ଖେଳ ତା’ ପାଇଁ ଶେଷ ଖେଳ ହେବ ବୋଲି...।

Advertisment

ସବୁ ପିଲାଦୋଳି ଖେଳି ଚାଲିଗଲେ, ହେଲେ ସୋନୁ ସେଠାରେ ଖେଳୁଥିଲା। ହଠାତ୍ ସୋନୁ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ି ନିକଟରେ ଥିବା କାନ୍ଥରେ ପିଟି ହୋଇଯାଇଥିଲା। ସ୍କୁଲର ପିଲାମାନେ ସୋନୁ ତଳେ ପଡ଼ି ଯାଇଥିବା ଦେଖି ଶିକ୍ଷକଙ୍କୁ କହିଥିଲେ। ଶିକ୍ଷକ ସୋନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ସୋନୁଙ୍କୁ ମୃତ ଘୋଷଣା କରିଥିଲେ।

ସୋନୁଙ୍କ ମୃତ୍ୟୁ ଖବର ପହଞ୍ଚିଥିଲା ପରିବାର ଲୋକଙ୍କ ପାଖରେ। ବାପାମା’ ତୁରନ୍ତ ମେଡିକାଲ ଆସି ପହଞ୍ଚିଥିଲେ। ଗୋଟିଏ ମାତ୍ର ପୁଅକୁ ହରାଇ ଭାଙ୍ଗି ପଡ଼ିଥିଲେ ବାପାମା’।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

ମୋ ଶଙ୍ଖାଳି ତୁ କୁଆଡେ ଗଲୁ, ମୋ ପାଖକୁ ଫେରିଆରେ...। ଏପରି କହି ତଳେ ଲୋଟି ଯାଉଥିଲା ମା’। ବାପା ମଧ୍ୟ ପୁଅର ନିରବି ଯାଇଥିବା ଓଠକୁ ଚାହିଁ ରହିଥିଲେ, ଆଗ ଭଳି କାହିଁ ପୁଅ ବାପା ବାପା କହି ଅଝଟ କରୁନି ବୋଲି ମନେ ଭାବି ହେଉଥିଲେ। ଅନ୍ୟପକ୍ଷରେ ସୋନୁଙ୍କ ସଂପର୍କୀୟମାନେ ତାଙ୍କର ମୃତ୍ୟୁ ପାଇଁ ସ୍କୁଲ ଶିକ୍ଷକଙ୍କୁ ଦାୟୀ କରିଥିଲେ।

ସୋନୁଙ୍କ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ସୋନୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲି ଆଣିଥିବା ସହକାରୀ ଶିକ୍ଷକଙ୍କୁ ଅଟକ ରଖିଥିଲେ ଉତ୍ତ୍ୟକ୍ତ ଲୋକେ। ପୁଲିସ ପହଞ୍ଚି ସହକାରୀ ଶିକ୍ଷକଙ୍କୁ ଉଦ୍ଧାର କରିଥିଲେ। ପରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲା ନବ ଦାସଙ୍କ ରକ୍ତ ଭିଜା ସାର୍ଟ?

Student Jajpur
Advertisment
Advertisment