Advertisment

Utkarsh Odisha 2025: ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା; ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ୮ MOU

ସିଙ୍ଗାପୁର ସହ ଓଡ଼ିଶା କଲା ଆଠ ଆଠଟି ଏମ୍ଓୟୁ । ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର।

author-image
Sujit kumar Swain
undefined

Utkarsh Odisha 2025

ସିଙ୍ଗାପୁରର ବୈଷୟିକ ସହାୟତାରେ ଓଡ଼ିଶାରେ ଗଢ଼ି ଉଠିବ ନୂଆ ସହର। ଏଥିପାଇଁ ଆଜି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି ଓଡ଼ିଶା ସରକାର। ଏଥିସହ ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ସିପିଂ କରିଡର ଆଦି ସମେତ ମୋଟି ୮ଟି ପ୍ରକଳ୍ପ ପାଇଁ ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେବା ସହ, ଆଗକୁ ଆହୁରି ଅନେକ ଏମ୍ଓୟୁ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଯାହା ଫଳରେ ଆଗାମୀ ଉତ୍କର୍ଷ ଓଡ଼ିଶା କନକ୍ଲେଭର ସଫଳତାକୁ ନେଇ ଆଶା ସଞ୍ଚାର ହୋଇଛି ।

Advertisment

ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା । ସିଙ୍ଗାପୁର ସହ ଓଡ଼ିଶା କଲା ଆଠ ଆଠଟି ଏମ୍ଓୟୁ । ଆସନ୍ତା ୨୮ ଓ ୨୯ ତାରିଖରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। ୨ ଦିନିଆ ଓଡ଼ିଶା ଗସ୍ତରେ ଥିବା ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ବାକ୍ଷର ହୋଇଛି। ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରୀନ୍ ହାଇଡ୍ରୋଜେନ୍ ମାନୁଫାକ୍ଚରିଂ, ଗ୍ରୀନ୍ ସିପିଂ କରିଡର୍, ସେମିକଣ୍ଡକ୍ଟର, ନୂତନ ସହର ବିକାଶ, ପେଟ୍ରୋକେମିକାଲ୍ ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ଏହି ଏମ୍ଓୟୁ ହୋଇଛି। 

ଅଧିକ ପଢ଼ନ୍ତୁ: ଆଦିବାସୀ ସାର୍ଟିଫିକେଟ୍‌ରେ ଚାକିରି; ୮ ଜଣଙ୍କ ନାଁରେ ଏତଲା

ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଦୃଷ୍ଟିରେ ରଖି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଗତବର୍ଷ ନଭେମ୍ବରରେ ସିଙ୍ଗାପୁର ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀ। ଏହି ଗସ୍ତ ଅବସରରେ ଓଡ଼ିଶା ସରକାରଙ୍କ ଅନୁରୋଧ ରକ୍ଷା କରି ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଭୁବନେଶ୍ବର ସ୍ଥିତ ୱାଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଥିଲେ ଶନ୍ମୁଗରତ୍ନମ ।

Advertisment

ପାରାଦୀପରେ ବନ୍ଦର ତିଆରି ଓ ମରାମତି କାରଖାନା ସଂପର୍କରେ ମଧ୍ୟ ପାଇଁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ଆଲୋଚନା ଆଜି ହୋଇଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି ସିଙ୍ଗାପୁରର ୧୫ ଜଣିଆ ଟିମ୍ ପାରାଦୀପ ବନ୍ଦର ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସିଙ୍ଗାପୁରରୁ ଅଧିକରୁ ଅଧିକ ପ୍ରତିନିଧି ଦଳ ଯୋଗ ଦେବାକୁ ସେଠାକାର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳ୍ପ ମନ୍ତ୍ରୀ ସଂପଦ ସ୍ବାଇଁ ଏହି ସୂଚନା ଦେଇଥିବା ବେଳେ, ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି- ରାଜ୍ୟରେ ନୂଆ ସହର ଗଠନ ପାଇଁ ସୁରବନ ଜୁରଙ୍ଗ ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହାଫଳରେ ବହୁ ନୂଆ NAC ଗଠନ ହେବ ଏବଂ ଅନେକ NAC ମ୍ୟୁନିସପାଲିଟିରେ ରୂପାନ୍ତରିତ ହେବ । ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ନିଷ୍ପତ୍ତି  ନେବେ ।

ଅଧିକ ପଢ଼ନ୍ତୁ: ‘ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’

Singapore MoU Investments
Advertisment
Advertisment