Advertisment

Odisha Fake Certificate Scam: ଆଦିବାସୀ ସାର୍ଟିଫିକେଟ୍‌ରେ ଚାକିରି; ୮ ଜଣଙ୍କ ନାଁରେ ଏତଲା

ଅଣ ଆଦିବାସୀ ହୋଇ ଆଦିବାସୀ ସାର୍ଟିଫିକେଟ ହାତେଇ ଏମାନେ ଚାକିରି କରିଥିବା ସ୍ଫଷ୍ଟ ହୋଇଥିଲା। ଆଜି ସମ୍ପୃକ୍ତ ୮ ଜଣଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।

author-image
Manoranjan Sial
ଅଦ୍ୟତନ ହୋଇଛି
Fir against 2 govt officers

Crime

ଅଣଆଦିବାସୀ ହୋଇ ହାତେଇଛନ୍ତି ଆଦିବାସୀ ସାର୍ଟିଫିକେଟ୍‌! ଖାଲି ସାର୍ଟିଫିକେଟ୍‌ ହାତେଇ ନାହାନ୍ତି, ବରଂ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ସରକାରୀ ଯୋଜନାରେ ଅର୍ଥ ହାତେଇଛନ୍ତି। ଏହି ମହା ମିଛ ଧାରା ପଡ଼ିବା ପରେ ୮ ଜଣଙ୍କ ନାଁରେ ମାମଲା ହୋଇଛି। ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ଅଭିଯୋଗ କରିଛନ୍ତି।

Advertisment

ନବରଙ୍ଗପୁର ଜିଲ୍ଲା ଅଞ୍ଚଳର ସୁଚିତ୍ରା ମାଝୀ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ସିଏ କୁଆଡ଼େ ଆଦିବାସୀ ସାର୍ଟିଫିକେଟ୍‌ ହାତେଇ କରିଛନ୍ତି ସରକାରୀ ଚାକିରି। ଏବେ ସିଏ ପୁରୀରେ ବଡ଼ ପଦବୀରେ ଅବସ୍ଥାପିତ ଅଛନ୍ତି। ଠିକ୍‌ ସେମିତି କିଶୋରୀ ସ୍ନେହୀ ଭତ୍ରା ମଧ୍ୟ ଆଦିବାସୀ ସମ୍ପ୍ରଦାୟର ନୁହଁନ୍ତି। କିନ୍ତୁ ସିଏ ନିଜକୁ ଆସିବାସୀ ଦର୍ଶାଇ ପୁଲିସ୍‌ ବିଭାଗରେ ଚାକିରି କରୁଛନ୍ତି। ଏହାଛଡ଼ା ନାଲରାଜ ଭତ୍ରା, କୋରେଶଚନ୍ଦ୍ର ଭତ୍ରା, ପ୍ରଦୀପ କୁମାର ଅଦୁ, ଶରତ କୁମାର ଅଦୁ, ବିଜୟା ବସନ୍ତ ଅଦୁ ଓ ବସନ୍ତ ଅଦୁ ମଧ୍ୟ ନିଜକୁ ଆଦିବାସୀ ସମ୍ପ୍ରଦାୟ ବୋଲି ଦର୍ଶାଇ ସରକାରୀ ସୁବିଧା ସୁଯୋଗ ହାତେଇଛନ୍ତି।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ମାଟ୍ରିକ୍‌ରେ ରଖିଛନ୍ତି ୯୯.୫%, କିନ୍ତୁ ପଢ଼ି ପାରୁନାହାଁନ୍ତି ଅକ୍ଷର...

Advertisment

 

ଏମାନଙ୍କ ନାଁରେ ବ୍ରହ୍ମପୁର ସ୍ଥିତ RDC ର STATE LEVEL SCRUTINY COMMITEE (SLSC) ରେ ବିଭିନ୍ନ ଆଦିବାସୀ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାର ଚୂଡ଼ାନ୍ତ ରାୟ ୨୦୨୪ ନଭେମ୍ୱର ୨୧ ତାରିଖରେ ଆସିଥିଲା। ଅଣ ଆଦିବାସୀ ହୋଇ ଆଦିବାସୀ ସାର୍ଟିଫିକେଟ ହାତେଇ ଏମାନେ ଚାକିରି କରିଥିବା ସ୍ଫଷ୍ଟ ହୋଇଥିଲା। ଆଜି ସମ୍ପୃକ୍ତ ୮ ଜଣଙ୍କ ବିରୋଧରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଅର୍ଜୁନ ଭତରା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 2011 ମସିହାରୁ ଜିଲ୍ଲାର 137 ଜଣଙ୍କ ନାଁରେ ସାର୍ଟିଫିକେଟ ଯାଞ୍ଚ ପାଇଁ ମାମଲା ହୋଇଥିଲା। କିନ୍ତୁ ବର୍ତ୍ତମାନ କେବଳ ୮ ଜଣଙ୍କ ନାଁରେ ଏତଲା ଦିଆଯାଇଛି।

ସେହିପଳି SLSC ତରଫରୁ ଗତ 2024 ନଭେମ୍ବର 21 ତାରିଖରୁ ଆଦେଶ ଆସିଥିଲେ ମଧ୍ୟ ନବରଙ୍ଗପୁର ପ୍ରଶାସନ ପକ୍ଷରୁ ଏତଲା ଦେବାରେ ଏତେ ବିଳମ୍ବ କାହିଁକି କରାଗଲା ବୋଲି ପ୍ରଶ୍ନ ଉଠାଇଛି ସଂଘ।l

Nabarangpur Crimes In Odisha Fake Certificate
Advertisment
Advertisment