• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 17 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 17 December 2024
ପୁଣି ଓଡ଼ିଶା ଆସିବେ ମୋଦି
PM Narendra Modi: ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ହେବେ ସାମିଲ

ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଫିଟୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କ୍ ଗୁମର
Bishnupada Sethi: ଖୋଲୁଛି ବିଷ୍ଣୁପଦ-ଚଞ୍ଚଲ ଲିଙ୍କର ଗୁମର, CBI ରେଡ୍‌ର ଦିନକ ପୂର୍ବରୁ ଭେଟଘାଟକୁ ନେଇ ପ୍ରଶ୍ନ

ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ।

କାଲିଠୁ ରତ୍ନଭଣ୍ଡାର ମରାମତି
Ratna Bhandar: କାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଫୋକସ୍

ଅନ୍ତ ହେବାକୁ ଯାଉଛି ଆଉ ଏକ ବଡ଼ ପ୍ରତୀକ୍ଷା । ୫ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିଲା । ଆଉ ଏହାର ୫ ମାସ ପରେ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଦୀର୍ଘଦିନର ଚିନ୍ତା, ଉଦବେଗକୁ ଆଶ୍ବସ୍ତ କରି କାଲିଠୁ ଆରମ୍ଭ ହେଉଛି ଭଣ୍ଡାର ଘର ମରାମତି ।

କେଉଁ ଭୟରେ ପୀଡ଼ିତ ବିଜେଡି ?
Why does BJD continue supporting BJP: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ

ସତ୍ତାରୁ ଯିବା ପରେ ବି ବିଜେଡିର ସମର୍ଥନ ବିଜେପି ସହ। ଭୟ ନା ଭକ୍ତି ନା ଆଉ କିଛି ? ଦିଲ୍ଲୀରେ ବିଜେଡି ସ୍ବର କମୁଥିବା ବେଳେ ଅନାସ୍ଥାକୁ ବିରୋଧ କାହିଁକି କରୁଛି ବିଜେଡି ?

Severe Cold
Severe Cold: ଶୀତରେ ଥରୁଛି ସାରା ଓଡ଼ିଶା, କାଲିଠୁ ୩ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା !

ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।

Subhadra Yojna
Subhadra Yojna: ଏଯାଏଁ ମିଳିନି 'ସୁଭଦ୍ରା' ସହାୟତା !! ଆପ୍ଲିକେସନ୍ 'ଅଣ୍ଡର୍ ପ୍ରୋସେସ୍' ଦେଖାଉଛି କି?

୫ ଏକର ଜମି ନଥାଇ, ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? 'ଲଗ୍ ଆଉଟ୍' ଭାବି ଭୁଲରେ 'ଅପ୍ଟ ଆଉଟ୍' ଲିଙ୍କରେ କ୍ଲିକ୍ କରିଛନ୍ତି କି ? ଯଦି ହଁ, ତେବେ ଏବେ ବି ଆପଣଙ୍କ ପାଖରେ ଅଛି 'ସୁଭଦ୍ରା' ସୁଯୋଗ ।

Cold Wave In Odisha
Cold Wave In Odisha: ଆଉ ୨୪ ଘଣ୍ଟା ଥରାଇବ!! ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି
Ratnabhandar Repair Work: ରାତି ପାହିଲେ ରତ୍ନଭଣ୍ଡାର ମରାମତି କାମ, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରତ୍ନଭଣ୍ଡାର ମରାମତି ସମୟରେ ଏ ଏସ୍ ଆଇ ପକ୍ଷରୁ କାମ କରୁଥିବା ଶ୍ରମିକ ଓ ଅଧିକାରୀଙ୍କୁ ପରିଚୟ ପତ୍ର ଦିଆଯିବ । ସେମାନେ ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କରି କାମ କରିବେ। ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

ଓଡ଼ିଶାରେ ଧନୁ ସଂକ୍ରାନ୍ତି
Dhanu Sankranti: ଭୋଜନପ୍ରିୟ କାଳିଆ: ପତ୍ନୀଙ୍କ ଅନୁପସ୍ଥିତିରେ ଖାଆନ୍ତି ମାଆ ହାତରନ୍ଧା ୨୪ ପ୍ରକାର ବ୍ୟଞ୍ଜନ

ବିଚିତ୍ର ଆମ ଓଡ଼ିଆ ଧାର୍ମିକ ପରମ୍ପରା। ସାଧାରଣ ମଣିଷ ପରି ଓଡ଼ିଆଙ୍କ ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚଳଣୀ। ୧୧ ମାସ ଧରି ସେ ପତ୍ନୀ ଲକ୍ଷ୍ମୀଙ୍କ ହାତରନ୍ଧା ଖାଆନ୍ତି। କିନ୍ତୁ ଗୋଟିଏ ମାସ ଖାଆନ୍ତି ମାଆଙ୍କ ହାତରନ୍ଧା। ଶ୍ରୀମନ୍ଦିରରେ ଏହାକୁ କୁହାଯାଏ ପହିଲି ଭୋଗ। ଏହି ଭୋଗରେ କଣ ସବୁ ମାଆ ତା ପୁଅ ପାଇଁ ରାନ୍ଧେ ଜାଣନ୍ତୁ।

ମନ୍ତ୍ରୀ ଯିବା ପରେ ମଣ୍ଡି ଅବସ୍ଥା
Procurement Crisis In Odisha: ମନ୍ତ୍ରୀ ଯିବା ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ...ପୁଣି ଆରମ୍ଭ ମିଲର୍ସଙ୍କ ମନମାନୀ

ଗତ ନଭେମ୍ବର ୨୦ ତାରିଖ, ରାଜ୍ୟର ଭାତହାଣ୍ଡି ବରଗଡ ଜିଲ୍ଳା କଳାପାଣି ମଣ୍ଡିରେ ପହଞ୍ଚିଥିଲେ ଖୋଦ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସ୍ଥାନୀୟ ବିଧାୟକ ଓ ବିଭାଗୀୟ ଅଧିକାରୀଙ୍କ ସହିତ ବାଜା ଗାଜା ସହିତ, ମଣ୍ଡି ପହଞ୍ଚିଥିଲେ ମନ୍ତ୍ରୀ । ନଡିଆ ଭାଙ୍ଗି ଆରମ୍ଭ କରିଥିଲେ ଧାନ କିଣାବିକାର କାରବାର । କିନ୍ତୁ ମନ୍ତ୍ରୀ ଗଲା ପରେ ସ୍ଥିତି ‘‘ ଯଥା ପୁର୍ବଂ ତଥା ପରଂ ’’ । ଆରମ୍ଭ ହେଲା ଧାନ କିଣାବିକାରେ ମିଲର୍ସଙ୍କ ମନମାନୀ ।

Bees Attack Congress Workers
Congress Workers Attacked By Bees: ବିକ୍ଷୋଭ ବେଳେ ଆତଙ୍କ, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ମାରିଲା ମହୁମାଛି

IAS ବିଷ୍ଣୁପଦଙ୍କ ଘର ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଷ୍ଣୁପଦଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ।

Bribery Case
Bribery Case: ୧୦ ଲକ୍ଷ ଲାଞ୍ଚ ମାମଲା, ଘାଣ୍ଟୁଛି CBI: ରିମାଣ୍ଡ ବେଳେ ଅସୁସ୍ଥ ହୋଇପଡ଼ିଲେ କଣ୍ଟ୍ରାକ୍ଟର ସନ୍ତୋଷ 

୩୬୦ ଡିଗ୍ରୀ ଆଙ୍ଗେଲରେ ପ୍ରତିଟି ଦିଗକୁ ନେଇ ଏବେ ଚାଲିଛି ଖୋଳତାଡ଼। ଆଜି ମୁଖ୍ୟତଃ ତିନିଟି ଘଟଣା ଘଟିଛି। ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସମ୍ପୂର୍ଣ୍ଣ ମାମଲାକୁ ପ୍ରତକ୍ଷ୍ୟ ତତ୍ତ୍ବବଧାନରେ ସେ ତଦନ୍ତ କରୁଥିବା ଜଣାପଡ଼ିଛି।

Subhadra Yojana
Subhadra Yojana Odisha: ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; କହିଲେ- ‘ଏବେ ମିଳିବନି  ‘ସୁଭଦ୍ରା’ ଟଙ୍କା’

‘ସୁଭଦ୍ରା’ ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ‘ସୁଭଦ୍ରା’ ଚତୁର୍ଥ ପର୍ଯ୍ୟାୟ କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଦେଇ କହିଛନ୍ତି ବର୍ତ୍ତମାନ ପାଇଁ ଚତୁର୍ଥ ପର୍ଯ୍ୟାୟ କିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇଛି। 

Menopause: The New Chapter in Women's Health
Menopause: ଋତୁବିରତି ଏକ ସ୍ୱାଭାବିକ ପ୍ରକ୍ରିୟା: ସଚେତନ ରହିଲେ ଜୀବନ ସହଜ ହୁଏ

ଋତୁବିରତି ନାରୀ ଜୀବନର ଏକ ସ୍ବଭାବିକ ପ୍ରକ୍ରିୟା। ଶରୀରରେ ହରମୋନ୍ ଗୁଡିକର କ୍ଷରଣ କମିବା କାରଣରୁ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟା ଦେଖାଯାଏ। କିନ୍ତୁ ଏହି ଅବସ୍ଥାକୁ ବୁଝି, ପରିବର୍ତ୍ତନକୁ ସ୍ବୀକାର କରିବା ଦ୍ଵାରା ଜୀବନ ସହଜ ହୁଏ। ନିଜ ଜୀବନଶୈଳୀରେ ଓ ଖାଦ୍ୟରେ ସାଧାରଣ ପରିବର୍ତ୍ତନ ମଧ୍ୟ ଏହି ସମୟରେ ଉପଶମ ଦେଇଥାଏ।

Contemporary Art: ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କଳାକାର, ବଖାଣିଲେ ଅନୁଭୂତି

ଥାଇଲାଣ୍ଡର ନାଥାଫୋନ୍ ଚାଲୱୋରୱାଟ, ଆମେରିକାର ସିନ୍ଥିଆ ପୋଷ୍ଟ ହଣ୍ଟ, ଶ୍ରୀଲଙ୍କାର ଗଡୱିନ୍ କନଷ୍ଟାଣ୍ଟିନ, ଜାପାନର ଡାଏସୁକେ ଟେକିଆ, ଭାରତର ଜି ଭିଗ୍ନେଶ୍ ଓ ଆମେରିକାର ହେକ୍ଟର କାନୋଙ୍ଗେ ପ୍ରମୁଖ ଯୋଗଦେଇଥିଲେ ।

Captivating Beauty of Koraput
Captivating Beauty of Koraput:  ଶୀତୁଆ ସକାଳରେ ହସୁଛି ପାହାଡ଼; ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପ୍ରକୃତି ପ୍ରେମୀ

କାଶ୍ମୀରର ଭ୍ରମ ସୃଷ୍ଟି କରୁଛି କୋରାପୁଟ । ପହିଲି ଶୀତର ସ୍ପର୍ଶରେ ପ୍ରକୃତିର ସୌନ୍ଦର୍ଯ୍ୟ ଯେମିତି ଦ୍ୱିଗୁଣିତ କରିଦେଉଛି ।  ସୁନ୍ଦର ପାହାଡ ସାଙ୍ଗକୁ ସକାଳର ଘନ କୁହୁଡିର ଚାଦର କୋରାପୁଟର ସୌନ୍ଦର୍ଯ୍ୟକୁ ଯେମିତି ଆହୁରି ବଢ଼ାଇ ଦେଉଛି । 

IAS Bishnupada Sethi
IAS Bishnupada Sethi: କାହିଁକି ବିଷ୍ଣୁପଦଙ୍କୁ ଭେଟିବାକୁ ଚାହୁଁଥିଲେ ଚଞ୍ଚଲ ମୁଖାର୍ଜୀ ? ହୋଇଥିଲା କି ବଡ଼ ଡିଲ୍‌ ? 

IAS ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ ଚଞ୍ଚଲ ମୁଖାର୍ଜୀ। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ। ଗତ ୪ ତାରିଖରେ ଅନୁମତି ମାଗିଥିଲେ, ୭ରେ ରେଡ୍ କରିଥିଲା ସିବିଆଇ।  

Boost Fishing Exports
Boost Fishing Exports: ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର; ଭାରତରୁ ସାମୁଦ୍ରିକ ଚିଙ୍ଗୁଡ଼ି ରପ୍ତାନୀ କରିବ ଆମେରିକା!

କେମିତି ଲାଭବାନ ହେବେ ଭାରତୀୟ ମତ୍ସ୍ୟଜୀବୀ। ଏଥିପାଇଁ ଆରମ୍ଭ ହୋଇଛି କସରତ। ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିବ କଇଁଛ ନିର୍ଗମନ ଯନ୍ତ୍ର ବା TED।

Animesh Pradhan
IAS Animesh Pradhan Allotted Odisha Cadre: IAS ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର; ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ପାଇଥିଲେ ୨ୟ ରାଙ୍କ୍

୨୦୨୩ ସିଭିଲ୍ ସର୍ଭିସ୍ ପରୀକ୍ଷୀରେ ଦ୍ବିତୀୟ ରାଙ୍କ ପାଇଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ସୋସିଆଲ୍ ମିଡିଆ ଏକ୍ସରେ ନିଜେ ଏନେଇ ପୋଷ୍ଟ କରିଛନ୍ତି ଅନିମେଶ। 

Panchang
Panchang Today 16th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ପୁଷ୍କର ଦୋଷ- ଦିବା ୧୨.୨୭ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 16 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 16 December 2024
Road Accidents
Road Accidents: ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି; ଦୁର୍ଘଟଣାରେ ଦିନକୁ ଯାଉଛି ହାରାହାରି ୧୫ ଜୀବନ

ରାଜ୍ୟରେ ଦିନ୍ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ।

timepass publication
ଟାଇମ୍‍ପାସ୍‍ ସାହିତ୍ୟପର୍ବ: ‘ଉଚ୍ଚାରଣ’ରେ ଭାଗ ନେଲେ ୨୪ କବି, ଲୋକାର୍ପିତ ହେଲା ୧୨ଟି ପୁସ୍ତକ

ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ଅବସରରେ ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମ୍‍ପାସ୍‍ ପକ୍ଷରୁ ଆୟୋଜିତ ହୋଇଯାଇଛି ଏକ ଅଭିନବ ସାହିତ୍ୟପର୍ବ।

  • Sunday, 15 December 2024
Mahaprasad Sales at Srimandir in Puri
Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ।