• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରେଡ୍‌ର ମାତ୍ର ଦିନକ ପୂର୍ବରୁ ୫ ତାରିଖ ଦିନ କାହିଁକି ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ ଚଞ୍ଚଲ ମୁଖାର୍ଜୀ ? କେଉଁ ବିଷୟରେ ଭେଟିଥିଲେ, କ’ଣ ଆଲୋଚନା କରିଥିଲେ ତାକୁ ନେଇ ଏବେ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ ପକ୍ଷରୁ ୪ ତାରିଖରେ ST-SC ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମଗାଯାଇଥିଲା । ଏହା ପରଦିନ କଂପାନୀ କରୁଥିବା କାମର DPR ଏବଂ ଏଷ୍ଟିମେଟ୍ ନେଇ ଆଲୋଚନା ହୋଇଥିବା ସ୍ୱୀକାର କରିଛନ୍ତି ନିଜେ କଂପାନୀର ଜିଏମ୍ । ଅନ୍ୟପଟେ ଏତ ବାଦବିବାଦ ପରେ ବି କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି ସରକାର, ତାକୁ ନେଇ ବି ପ୍ରଶ୍ନ ଉଠିଲାଣି ।

ବିଷ୍ଣୁପଦ-ଚଞ୍ଚଲ ମୁଖାର୍ଜୀ ଲିଙ୍କର ଖୋଲୁଛି ଗୁମର । ୭ରେ ସିବିଆଇ ରେଡ୍ । ତା’ର ଦିନକ ପୂର୍ବରୁ ୫ରେ ବିଷ୍ଣୁପଦଙ୍କୁ ଭେଟିଥିଲେ ବ୍ରିଜ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ । ଯେଉଁ ଭେଟଘାଟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହି ବୈଠକରେ ହୋଇଥିଲା କି ଡିଲ୍ ? କ’ଣ ସବୁ ହୋଇଥିଲା ଆଲୋଚନା ?

ଅଧିକ ପଢ଼ନ୍ତୁ: କାଲିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନକୁ ଫୋକସ୍

୪ ତାରିଖ ଦିନ ST-SC ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ବ୍ରିଜ୍‌ ଆଣ୍ଡ ରୁଫ୍ ପକ୍ଷରୁ ଅନୁମତି ପାଇଁ ହୋଇଥିଲା ଚିଠି। ଆଉ କଂପାନୀ ଜିଏମ୍‌ଙ୍କ ଅନୁସାରେ ୫ରେ ଉଭୟ GGM ଚଞ୍ଚଲ ମୁଖାର୍ଜୀ ଏବଂ ଜିଏମ୍ ବିକେ ସିଂ ବିଷ୍ଣୁପଦଙ୍କୁ ଭେଟିଥିଲେ । ତାଙ୍କ କହିବା କଥା ବୈଠକ ସଂପୂର୍ଣ୍ଣ ଅଫିସିଆଲ୍ ଥିଲା । ସଂସ୍ଥାକୁ ଦିଆଯାଇଥିବା ସ୍କୁଲ କାମର DPR ଏବଂ ଏଷ୍ଟିମେଟ୍ ସଂପର୍କରେ ଆଲୋଚନା ହୋଇଥିଲା। ତେବେ ଚଞ୍ଚଲ ମୁଖାର୍ଜୀଙ୍କ ବିଷ୍ଣୁପଦଙ୍କ ଲିଙ୍କ୍ ସଂପର୍କରେ ସେ ବିଶେଷ କିଛି ଜାଣିନଥିବା କହିଛନ୍ତି । ଏହା ସହ ତଦନ୍ତରେ ସିବିଆଇକୁ ସବୁ ପ୍ରକାର ଡକ୍ୟୁମେଣ୍ଟ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି । ଏପଟେ ଚଞ୍ଚଲ ମୁଖାର୍ଜୀ କହିଛନ୍ତି ମୋର କାହା ସହ କିଛି ସଂପର୍କ ନାହିଁ। ତେବେ ପ୍ରଶ୍ନ ଉଠୁଛି, କ’ଣ କେବଳ ପ୍ଲାନ ଆଉ ଏଷ୍ଟିମେଟ ଦେବାକୁ କଂପାନୀର GGM ଜଣେ ପ୍ରମୁଖ ସଚିବଙ୍କୁ ଭେଟିଥିଲେ। ହୋଇଥିଲା କି ଅନ୍ୟ କୌଣିସ ଡିଲ୍ ? ୭ ତାରିଖ ଦିନ ବିଷ୍ଣୁପଦ ସେଠୀ କେଉଁଠି ଥିଲେ, ରେଡ୍ ଜାଗାରେ ଥିଲେ କି ନାହିଁ ତା’ର ଖୋଳତାଡ଼ ପାଇଁ ତାଙ୍କ ଡ୍ରାଇଭରଙ୍କୁ ଡାକି ପଚାରି ସାରିଛି ସିବିଆଇ ।

ଏଣେ ରିମାଣ୍ଡ ସରିବା ପରେ ୩ ଅଭିଯୁକ୍ତ କଂପାନୀର GGM ଚଞ୍ଚଲ ମୁଖାର୍ଜୀ, ଠିକାଦାର ସନ୍ତୋଷ ମହାରଣା ଓ ଦେବୀଦତ୍ତ ମହାପାତ୍ରଙ୍କୁ ଆଜି କୋର୍ଟରେ ହାଜର କରିଥିଲା ସିବିଆଇ । ଆଉ ରିମାଣ୍ଡ ଆବେଦନ ନକରିବାରୁ ୩ ଜଣଙ୍କୁ ଜେଲ୍ ପଠାଯାଇଛି। ତେବେ ତା ପୂର୍ବରୁ ଆଜି ଜେରା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ସନ୍ତୋଷ ମହାରାଣାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିନ ସାଢ଼େ ଗୋଟାଏ ବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ସେପଟେ ଅଭିଯୁକ୍ତମାନେ କରିଥିବା ଜାମିନ ଆବେଦନର ଶୁଣାଣି ପାଇଁ ୧୮ ତାରିଖ ଧାର୍ଯ୍ୟ ହୋଇଛି। ଏପଟେ କିନ୍ତୁ ଏଯାଏଁ ବି ସିବିଆଇରେ ହାଜର ହେଉନାହାନ୍ତି ବିଷ୍ଣୁପଦ। କୁହାଯାଉଛି ପୁଣି ଥରେ ତାଙ୍କୁ ସମନ ହୋଇଛି। ବିଷ୍ଣୁପଦଙ୍କୁ ଜେରା ପରେ ସିବିଆଇ ଯାହା ବାହାର କରିବ, ପୁଣି ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ମହାଁମୁହିଁ ଜେରା କରିବାର ସମ୍ଭାବନା ରହିଛି। ଏସବୁ ଭିତରେ ସରକାରଙ୍କ ନିରବତାକୁ ନେଇ ବି ପ୍ରଶ୍ନ ଉଠିଛି। ୩ ଦିନ ହେଲା ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ, ମୋହନ ସରକାରକୁ କାଠଗଡାକୁ ଟାଣିଛି। ନିତି ନୂଆ ନୂଆ ଗୁମର ମଧ୍ୟ ଖୋଲୁଛି। ବିଶେଷ କରି ST-SC ବିଭାଗର କାମକୁ କିଭଳି ବ୍ରିଜ ଆଣ୍ଡ ରୁଫ୍ ଭଳି ଜାତୀୟ ଉଦ୍ୟୋଗଗୁଡିକୁ ଦିଆଗଲା ତାକୁ ନେଇ ବିବାଦ ତିଆରି ହୋଇଛି।

ଏପଟେ CBIର ଯୁଗ୍ମ ନିର୍ଦ୍ଦେଶକ ରାଜେଶ ପ୍ରଧାନ ଆଜି ଭୁବନେଶ୍ବର ଅଫିସରେ ପହଞ୍ଚି ମାମଲାର ସମୀକ୍ଷା କରିବା ସହିତ ସରକାରଙ୍କୁ ଭେଟିଥିବା ଜଣାପଡ଼ିଛି। ତେବେ ପୁରା ମାମଲାରେ ଏଯାଏଁ ବିଷ୍ଣୁପଦ ସେଠୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଅଧିକ ପଢ଼ନ୍ତୁ: କେଉଁ ଭୟରେ ପୀଡ଼ିତ ବିଜେଡି ? ସତ୍ତାରୁ ଯିବା ପରେ ବି ତୁଟୁନି କେନ୍ଦ୍ରୀୟ ବିଜେପି ମୋହ

  • Reported by:
  • RASHMIRANJAN DAS , SOUMYA RANJAN SAHOO , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now