• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 25 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 25 December 2024
Governor of Odisha
Governor Of Odisha: ବଦଳିଲେ ରାଜ୍ୟପାଳ; ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତି ନିଯୁକ୍ତ

ଓଡ଼ିଶାର ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି। ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମପତି ।

Congress PCC
Odisha Congress: ନୂଆବର୍ଷରେ ନୂଆ ପିସିସି ସଭାପତି; ବରିଷ୍ଠ ନା ଯୁବ ଚେହେରା, କିଏ ସମ୍ଭାଳିବେ ରାଜ୍ୟ କଂଗ୍ରେସର ମଙ୍ଗ ?

ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ ହେଲେ ଲବି ନୁହେଁ- ବରଂ କୋରାପୁଟରୁ ପୁରୀ ଯାଏଁ ଯେଉଁ ନେତାଙ୍କୁ ଲୋକ ଭଲ ପାଉଥିବେ ତାଙ୍କୁ ହିଁ ଏଆଇସିସି ମୁଖିଆ ଦାୟିତ୍ବ ଦେବ ବୋଲି ଦୃଢତାର ସହ କହିଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍।

Victim of chit fund scams
Victim of chit fund scams: ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ।

Odisha Paddy Production
Odisha Paddy Production: ଧାନର FAQ ମାନ କମ୍ ଥିଲେ ବି କିଣିବେ ସରକାର, କହିଲେ ମନ୍ତ୍ରୀ

FAQ ମାନ କମ ଥିଲେ ବି ଧାନ କିଣିବେ ରାଜ୍ୟ ସରକାର । ବର୍ଷା ପାଇଁ କ୍ୱାଲିଟି ଟିକେ କମ ଥିଲେ ବି କମ୍ପୋମାଇଜ୍ କରିବେ ସରକାର ।

Odisha CM Mohan Majhi
National Consumers Day: ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର - ମୋହନ ମାଝୀ

ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗରିବଙ୍କ ସାହାରା ପାଲଟିଛନ୍ତି ଏହି ସ୍ୱାମୀ-ସ୍ତ୍ରୀ
Food Distribution To Poor: ଦିନେ କି ଦୁଇଦିନ ନୁହେଁ, ୧୦ ବର୍ଷ ହେଲା ଗରିବଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଏହି ସ୍ୱାମୀ-ସ୍ତ୍ରୀ

ଦୀର୍ଘ ୧୦ ବର୍ଷ ହେଲା ଚାଲିଥିବା ଏହି ସେବାରୁ କେବେ ଅବସର ନେବା କଥା ଭାବିନାହାନ୍ତି ମନୋରଞ୍ଜନ। ପ୍ରତ୍ୟେକଦିନ ଦିନ ସକାଳୁ ଉଠି ପରିବା ଆଣିବାକୁ ହାଟକୁ ଯାଆନ୍ତି ଆଉ ହାଟରୁ ତଟକା ତଟକା ପରିବା ଆଣି ସ୍ତ୍ରୀ ଆଗରେ ଗଦେଇ ଦିଅନ୍ତି .... ସେପଟେ ସ୍ତ୍ରୀ ମାଣିକ ରୋଷେଇ କରି ଅତି ଶ୍ରଦ୍ଧାର ସହ ପଠେଇ ଦିଅନ୍ତି ଲୋକଙ୍କ ପାଇଁ...।

Heavy Rainfall
Rainfall Alert In Odisha: ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ ...

ଦୁଇ ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଆଲର୍ଟ କରାଯାଇଛି ।

Amaresh Jena
BJD Corporator Amaresh Jena: ଶଙ୍ଖକୁ ବାଏ ବାଏ !! ପଦ୍ମ ଧରିବେ ବିଜେଡି କର୍ପୋରେଟର ଅମରେଶ !!

ବିଜେପି ଆଡ଼କୁ ଢଳୁଛନ୍ତି କି ବରିଷ୍ଠ ବିଜେଡି କର୍ପୋରେଟର୍ ଅମରେଶ ଜେନା ଓରଫ୍ ବାଇଁଆ ?

Twins born on the edge of the arrow
Mahabhart Story: ତୀର ଧାରରେ ଜନ୍ମିତ ଯାଆଁଳା ଭାଇ ଭଉଣୀ ଓ ପାତ୍ରରୁ ଜନ୍ମିତ ଜଣେ ଧନୁର୍ଦ୍ଧରଙ୍କ କାହାଣୀ

ଘର ସଂସାର ଛାଡି କାହିଁକି ରାଜମାତା ସାନ୍ୟାସିନୀ ହେଲେ? କେମିତି ତୀର ଧାର ଉପରେ ଜନ୍ମିଲେ ଯାଆଁଳା ଭାଇ ଭଉଣୀ? କାହିଁକି ଜଣେ ରାଜା ତାଙ୍କ ପିଲାଦିନର ଗରିବ ସାଙ୍ଗକୁ ଅପମାନିତ କଲେ ଭରା ରାଜ ଦରବାରରେ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।

୨୫ ରେ ସ୍ଥିର ରହିବ ସୁନାଦର
Gold Rate Forecast 2025: WGCର ରିପୋର୍ଟ...୨୦୨୪ ରେ ହୁ ହୁ ହୋଇ ବଢ଼ିଲା ସୁନାଦର, କିନ୍ତୁ ୨୦୨୫ରେ ରହିବ ସ୍ଥିର

ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ବୋଲି ବିଶ୍ବ ସୁନା ପରିଷଦ ବା ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ ବର୍ଷରେ ସୁନା ଦର ଯେପରି ହୁ ହୁ ହୋଇ ବଢ଼ିଲା, ସେପରି ପରିସ୍ଥିତି ସୃଷ୍ଟି ହେବନି ବୋଲି ଆଶା କରାଯାଉଛି। ଡବ୍ଲୁଜିସିଙ୍କ ଅନୁସାରେ ୨୦୨୪ରେ ଏ ପର୍ଯ୍ୟନ୍ତ ବୁଲିୟନରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇସାରିଲାଣି। ତେଣୁ ଦର ଆଉ ନ ବଢ଼ି ସ୍ଥିର ରହିବ।

Panchang
Panchang Today 24th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରୁ ବାହାରନ୍ତୁ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୪ ତାରିଖ ମଙ୍ଗଳବାର । ଚନ୍ଦ୍ର-କନ୍ୟା ରାତ୍ରି ୦୧.୫୦ ଗତେ ତୁଳା। ତିଥି-୯ମୀ ରାତ୍ରି ୦୭.୫୨ ଗତେ ୧୦ ମୀ । ଘାତଚନ୍ଦ୍ର- ବୃଷ ରାଶିର ରାତ୍ରି ୦୧.୫୦ ପର୍ଯ୍ୟନ୍ତ। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ।

ଦୁଲୁକେଇବେ ଦିଲ୍ଲୀ
NCC Parade Preparation:କଠିନ ପରିଶ୍ରମ କରୁଛନ୍ତି ଓଡ଼ିଶା କ୍ୟାଡେଟ୍, ଚମକେଇବେ ରାଜଧାନୀ ଦିଲ୍ଲୀ

ପରେଡ ଗ୍ରାଉଣ୍ଡରେ ଝାଳ ବୁହାଉଛନ୍ତି ବିଭିନ୍ନ ଜିଲ୍ଲାରୁ ବଛା ହୋଇ ଆସିଥିବା କ୍ୟାଡେଟ୍ ମାନେ। ଆସନ୍ତା ଜାନୁଆରୀ ୨୬ରେଦିଲ୍ଲୀରେ ରିପବ୍ଲିକ ଡେ’ ପରେଡରେ ସାମିଲ ହେବେ, ବଛା ଯାଇଥିବା ଏହି ୧୨୭ ଜଣ କ୍ୟାଡେଟ୍। ଏନେଇ ଗଲା ମାସେ ହେଲା ଭୁବନେଶ୍ୱରରେ ଅନ୍ତିମ ପର୍ଯ୍ୟାୟ ପ୍ରସ୍ତୁତିରେ ୧୦ରୁ ୧୨ ଘଣ୍ଟା ଏଇଭଳି ଜି ଜାନ୍ ଲଗାଇ ପ୍ରାକ୍ଟିସ୍ କରୁଛନ୍ତି କ୍ୟାଡେଟ୍।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 24 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 24 December 2024
Crop Loss
Crop Loss: ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ

ଲଘୁଚାପ ବର୍ଷାରେ ଉଜୁଡ଼ିଯାଇଛି ଅଧା ଓଡ଼ିଶାର ଫସଲ । ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ ।

Egg Price
Anganwadi Centers: ଅଙ୍ଗନବାଡିକୁ ଅଣ୍ଡା ଦର ବୃଦ୍ଧି ଚିନ୍ତା, ଡାଏଟ୍ ଚାଟ୍ ହିସାବରେ ଅଣ୍ଡା ପାଉନାହାନ୍ତି ଶିଶୁ-ଗର୍ଭବତୀ

ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା ।

ନାକେଦମ୍‌ କଲାଣି ବାଘୁଣୀ ଜିନତ୍
Tigress Zeenat: ଲୁଚକାଳି ଖେଳୁଛି ଜିନ୍ନତ, ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲୁଛି ମରାଠା ବାଘୁଣୀ

ଲୁଚକାଳି ଖେଳୁଛି ଜିନ୍ନତ୍। ଓଡ଼ିଶା ବନ ବିଭାଗକୁ ବଡ଼ ଝଟକା । ପଶ୍ଚିମବଙ୍ଗରେ ବି ଛନକା । ପ୍ରଥମେ ଝାଡ଼ଖଣ୍ଡ, ଆଉ ଏବେ ପଶ୍ଚିମବଙ୍ଗରେ ଘୁରି ବୁଲୁଛି ମରାଠା ବାଘୁଣୀ ଜିନତ୍।

ସଂଜୀବନୀ ଦେବ କି ପ୍ରତିଷ୍ଠା ଦିବସ ?
Power Struggle in BJD: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି

ଆସନ୍ତା ୨୬ରେ ବିଜେଡି ପାଳୁଛି ପ୍ରତିଷ୍ଠା ଦିବସ । ୫ ପାଳିର ଶାସନ । ୨୪ ବର୍ଷର କ୍ଷମତା । ଏବେ ଆଉ କିଛି ନାହିଁ । ସେଥିରେ ପୁଣି ନିର୍ବାଚନୀ ବିପର୍ଯ୍ୟୟ ପରଠୁ ଗୋଷ୍ଠୀ କନ୍ଦଳରୁ ଦଳର ଫାଳ ଫାଳ ସ୍ଥିତି ।

‘ପାଣ୍ଡିଆନ୍ ପଜଲ୍‌’ ରାଜନୀତି
BJD Defends Pandian: ରୁବେନଙ୍କ 'ପାଣ୍ଡିଆନ୍ ପଜଲ'କୁ ନେଇ ତାତିଲେ ବିଜେଡି, ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ଦଳ

ପୁଣି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି । ନବୀନଙ୍କ ଉପରେ ରୁବେନଙ୍କ ବହିରେ ପାଣ୍ଡିଆନ ପଜଲ୍‌କୁ ନେଇ ଚିହିଁକିଲା ଦଳ । କହିଲା- ରୁବେନଙ୍କ ବହିକୁ ଆମେ ପ୍ରତ୍ୟାଖାନ କରୁଛୁ ।

ରୋ‍ବଟ୍ ଲିଭାଉଛି ନିଆଁ
Fire Mishap In Bhubaneswar: ହୁ ହୁ ହୋଇ ଜଳୁଛି ଇଲେକ୍ଟ୍ରୋନିକ୍ସ ଗୋଦାମ, ନିଆଁ ଲିଭାଉଛି ରୋବଟ୍‌

ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚିଛି । ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରାୟ ୨ ଘଣ୍ଟା ଧରି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରହିଛି । ଏହି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ସହ ଲାଗିଛି ରୋବଟ୍‌ ।

BJD Files Formal Complaint
BJD Files Formal Complaint: ୨୪ ନିର୍ବାଚନରେ ଗଫଲତି!! ବିଜେଡି କହିଲା, ଭୋଟ୍-ଗଣତି ଭୋଟରେ ଅଛି ତାରତମ୍ୟ

ରେଜଲ୍ଟର ୬ ମାସ ପରେ ୨୪' ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା ବିଜେଡି । ଅଭିଯୋଗ ଆଣି ନିର୍ବାଚନ କମିଶନ୍‌ଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ପ୍ରତିନିଧି ମଣ୍ଡଳୀ ।

Odisha to Witness Light Rainfall
Odisha to Witness Light Rainfall: ପୁଣି କାଲିଠୁ ବର୍ଷା ! ହୋଇପାରେ ସ୍ୱଳ୍ପରୁ ମଧ୍ୟମ ଧରଣର

ପୁଣି ଆସୁଛି ବର୍ଷା । ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି ।

Tigress Zeenat
Tigress Zeenat: ବନ ବିଭାଗକୁ ପାଣି ପିଆଇଲା ବାଘୁଣୀ, ଓଡ଼ିଶା ଫେରାଇ ଆଣିବାକୁ କସରତ

ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ କସରତ । ଜିନ୍ନତକୁ ନେଇ ଚିନ୍ତାରେ ବନ ବିଭାଗ ।

Sand Mafia
Mahanadi Falls Prey To Sand Mafia: ମାଫିଆଙ୍କ କବଜାରେ ମହାନଦୀ, ଜେସିବି ଲଗାଇ ଖୋଳା ଚାଲିଛି

ଶୁଖିଲା ପଡିଛି ମହାନଦୀ । ଜୁଆଡେ ଚାହିଁଲେ ବିସ୍ତୀର୍ଣ୍ଣ ବାଲି ଶଯ୍ୟା ।

କଳିକେଶଙ୍କ ଅଭିଯୋଗ କେଭି କାଟିଲେ
Mandi Politics In Balangir: ଧାନ ମଣ୍ଡିରେ ରାଜା....ଜମୁଛି ପ୍ୟାକ୍ସ ପଲିଟିକ୍ସ...

ଧାନ କିଣାବିକାକୁ ନେଇ କିଛି ପ୍ୟାକ୍ସ ସଭାପତି ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ, ଅତିରିକ୍ତ ଜିଲ୍ଳାପାଳ ଓ ଯୋଗାଣ ଅଧିକାରୀଙ୍କୁ ତାଗିଦ କରିଥିଲେ କଳିକେଶ । ଫଟା ଅଖାବସ୍ତା ଦେଖାଇ, ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଅବସ୍ଥା ବଖାଣିଥିଲେ କଳିକେଶ । ଅଖାବସ୍ତାରେ ଧାନ ଲିଫ୍ଟିଂର ସରକାରୀ ନିୟମ ଥିଲେ ବି, ଜରି ବସ୍ତାରେ ଧାନ ଉଠାଇବା ପାଇଁ ସଂପୃକ୍ତ ମିଲର୍ସ ମାନଙ୍କୁ ବୈଠକରୁ ଯୋଗାଣ ଅଧିକାରୀଙ୍କ ଦ୍ବାରା ଫୋନ କରାଇଥିଲେ କଳିକେଶ ।