• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଖସୁଛି ପାରଦ, ବଢୁଛି ଶୀତ । ଅସହ୍ୟ ହେଲାଣି ଜାଡ । କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର, ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ । ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ । କିଛି ସ୍ଥାନରେ ତ ତୁଷାରପାତ ହେଲାଣି । ଆହୁରି ୨୪ ଘଣ୍ଟା ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତାକାଲି ପରଠାରୁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ହେବା ସମ୍ଭାବନା ରହିଛି ।

ତୁଷାର ଚାଦରରେ ଘୋଡାଇ ହୋଇଛି କଳାହାଣ୍ଡିର କାଶ୍ମୀର । ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।

ଖଣି ଅଂଚଳ ସୁନ୍ଦରଗଡର କୋଇଡାରେ ବି କଲବଲ କଲାଣି ଥଣ୍ଡା । ସପ୍ତାହେ ହେଲାଣି ଜାରି ରହିଛି ଶୀତ ଲହରୀ । କୋଇଡାର ଟେନସା, କାଲଟା, ମାଲଦା, କାଶୀରା ଭଳି ସ୍ଥାନରେ ତୁଷାରପାତ ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ସେପଟେ ଜାଡମାଡରେ ଥରଥର ହେଉଛି ସାରା କନ୍ଧମାଳ । ବାଘୁଆ ଶୀତରେ ଡହଳବିକଳ ହେଲେଣି ଲୋକେ । ପାରଦ ୪ଡିଗ୍ରୀ ଛୁଇଁଲାଣି ।

ଅଧିକ ପଢନ୍ତୁ: କେମିତି ସୃଷ୍ଟି ହୋଇଥିଲା ବାଲାଂଦେଶ, କ'ଣ ରହିଛି ଇତିହାସ ....

ପାହାଡିଆ ଅଂଚଳରେ ଶୀତର ପ୍ରକୋପ ସାଙ୍ଗକୁ ଘନ କୁହୁଡି ଲାଗି ରହୁଛି । ଦିନ ୧୦ ଯାଏ କିଛି ଦେଖାଯାଉନି । ଆହୁରି ୨୪ ଘଣ୍ଟା ଥରାଇବ ଜାଡ । କଲବଲ କରିବ ଶୀତ । ଆସନ୍ତାକାଲି ଯାଏଁ ଝାରସୁଗୁଡା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡକୁ କୋଲ୍ଡ ୱେଭ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏଥିସହ ଦୁଇ ଦିନ ଯାଏ ଘନ କୁହୁଡି ନେଇ ମଧ୍ୟ ଚେତାବନୀ ଦିଆଯାଇଛି ।

କୋରାପୁଟ ଓ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ତେବେ ଆସନ୍ତାକାଲି ପରଠାରୁ ତାପମାତ୍ରାରେ ୩ରୁ ୫ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି । ସେପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଯଦିଓ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ନାହିଁ, ତେବେ ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଗଜପତି ଓ ଗଞ୍ଜାମରେ ହାଲୁକା ବର୍ଷା ହୋଇପାରେ। ସେହିପରି ୧୮ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ୧୯ରେ ୯ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ଆଉ ୨୪ ଘଣ୍ଟା ଥରାଇବ!! ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

OTV is now on Whatsapp

Join and get latest news update delivered to you via whatsapp

Join Now