Advertisment

Congress Workers Attacked By Bees: ବିକ୍ଷୋଭ ବେଳେ ଆତଙ୍କ, କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ମାରିଲା ମହୁମାଛି

IAS ବିଷ୍ଣୁପଦଙ୍କ ଘର ଆଗରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ବିଷ୍ଣୁପଦଙ୍କ ସରକାରୀ ବାସଭବନ ଆଗରେ ଯୁବ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Bees Attack Congress Workers During Protest in Bhubaneswar

Bees Attack Congress Workers

କଂଗ୍ରେସର ବିକ୍ଷୋଭ ବେଳେ ମହୁମାଛି ଆକ୍ରମଣ କରିଛନ୍ତି । ବିଚ୍ ରାସ୍ତା ଉପରେ ମହୁମାଛି ଜୋରଦାର ଆକ୍ରମଣ କରିଛନ୍ତି । ମହୁମାଛିଠୁ ବର୍ତ୍ତିବାକୁ ଦୌଡ଼ିଛନ୍ତି କଂଗ୍ରେସ କର୍ମୀ । ସେପଟେ ରାସ୍ତାରେ ଶୋଇ ଖବର ପରିବେଷଣ କଲେ ଗଣମାଧ୍ୟମ ପ୍ରତିନିଧି । ମହୁମାଛି ପାଇଁ ପୋଲିସ୍, ସାମ୍ବାଦିକ, କଂଗ୍ରେସ କର୍ମୀ ନାକେଦମ୍ ହୋଇଛନ୍ତି । ମହୁମାଛିଠୁ ରକ୍ଷା ପାଇବାକୁ ସମସ୍ତେ ଏଣେତେଣେ ଦୌଡ଼ିବାକୁ ଲାଗିଲେ ।

Advertisment

ସୂଚନାଯୋଗ୍ୟ, IAS ବିଷ୍ଣୁପଦଙ୍କ ଘର ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଷ୍ଣୁପଦଙ୍କୁ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସେପଟେ IAS ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ କି B&R ନିର୍ଦ୍ଦେଶକ ? ହୋଇଥିଲା କି ଉଭୟଙ୍କ ମଧ୍ୟରେ କିଛି ଡିଲ୍? ଓଟିଭି ହାତରେ ଲାଗିଛି EXCLUSIVE ଚିଠି ।

ଅଧିକ ପଢନ୍ତୁ: ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା; କହିଲେ- ‘ଏବେ ମିଳିବନି ‘ସୁଭଦ୍ରା’ ଟଙ୍କା’

Advertisment

ଯେଉଁଠି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ଅନୁମତି ମାଗିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ । ୪ ତାରିଖ ଦିନ ଲେଖାଯାଇଥିବା ଏହି ଚିଠିରେ ୫ ତାରିଖ ଦିନ ଭେଟିବାକୁ ଅନୁମତି ମଗାଯାଇଛି । ସବୁଠୁ ବଡ଼ କଥା ହେଲା ଏହାର ଠିକ୍ ତିନି ଦିନ ପରେ ଅର୍ଥାତ ୭ ତାରିଖ ଦିନ ଭୁବନେଶ୍ୱର ମେଫେୟାର୍ ହୋଟେଲ୍ ସମ୍ମୁଖରେ ରେଡ୍ କରିଥିଲା ସିବିଆଇ ।

୧୦ ଲକ୍ଷ ଟଙ୍କା ସେଠୁ ଜବତ କରିଥିଲା । ତେଣୁ ଏବେ ଏକାଧିକ ପ୍ରଶ୍ନ ଓ ଆଶଙ୍କା ପ୍ରକାଶ ପାଇଛି । କେଉଁ ଉଦ୍ଦେଶ୍ୟ ରଖି IAS ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ? ୫ ତାରିଖ ଦିନ ଉଭୟଙ୍କ ଭେଟ ଘାଟ ହୋଇଥିଲା କି? ଯଦି, ସାକ୍ଷାତ ହୋଇଥିଲା ତା ହେଲେ କ’ଣ ସବୁ ଆଲୋଚନା ହୋଇଥିଲା? କିଛି ଅଫିସିଆଲ୍ କିମ୍ବା ଭିତିରିଆ ଡିଲ୍ ହୋଇଛି କି?

କାରଣ ଅକ୍ଟୋବର ୧୯ରେ ବ୍ରିଜ୍ ଆଣ୍ଡ ରୁଫକୁ ହାଇସ୍କୁଲ ରେନୋଭେସନ୍ କାମ ଦେଇଥିଲେ ଖୋଦ୍ ବିଷ୍ଣୁପଦ ସେଠୀ । ତେବେ ଏସବୁକୁ ନେଇ ବିଷ୍ଣୁପଦ କିମ୍ବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ଏପଟେ ବଢ଼ୁଛି ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ । ସିବିଆଇ ସମନ୍ ପରେ ବି ହାଜର ହୋଇନାହନ୍ତି ବିଷ୍ଣୁପଦ । ସମନ ସତ୍ତ୍ୱେ ହାଜର ନହେବାକୁ ନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି ।

ତେବେ ଆଜି ବିଷ୍ଣୁପଦ ସେଠୀ ହାଜର ନହେଲେ କିଛି କଡ଼ା ଆଭିମୁଖ୍ୟ ନେଇପାରେ । ଭୁବନେଶ୍ୱରରୁ ୧୦ ଲକ୍ଷ ଲାଞ୍ଚ ଜବତ ମାମଲାରେ ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିବିଆଇ ବିଷ୍ଣୁପଦଙ୍କ ପାଖରେ ପହଞ୍ଚିଛି । ଗତ ୭ ତାରିଖ ରାତିରେ ମେ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ ।

ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ କରି ଆରମ୍ଭ କରିଥିଲା ଖୋଳତାଡ । ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ । ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା । ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ ।

ଅଧିକ ପଢନ୍ତୁ: କାହିଁକି ବିଷ୍ଣୁପଦଙ୍କୁ ଭେଟିବାକୁ ଚାହୁଁଥିଲେ ଚଞ୍ଚଲ ମୁଖାର୍ଜୀ ? ହୋଇଥିଲା କି ବଡ଼ ଡିଲ୍‌ ?

Congress Attack Protest Workers
Advertisment
Advertisment