ବରକୁ ହତ୍ୟା ପାଇଁ ସୁପାରୀ । ବରକୁ ହତ୍ୟା ଯୋଜନା ବେଳେ ମାଡ଼ି ବସିଲେ ଗାଁ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାବେଜୁରୀ ଗାଁରେ । ସୂଚନା ଅନୁସାରେ ଗାଇବାହାଲ ଗାଁର ରାଜକୁମାର ପ୍ରଧାନ ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ । ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମାରଣାସ୍ତ୍ର ଧରି ପହଂଚିଥିଲେ । ବରକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ସମୟରେ ସେମାନଙ୍କୁ କାବୁ କରିଥିଲେ ଗାଁ ଲୋକେ ।
Also Read
ବରକୁ ହତ୍ୟା ଯୋଜନାରେ ୭ ଜଣଙ୍କୁ କାବୁ କରି ଦେଓଗାଁ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକେ । ଅଟକ ଯୁବକମାନେ ଭୀମଡୁଙ୍ଗୁରି ଏବଂ କୁକୁରଖାଇ ଗାଁର ହୋଇଥିବା ଜଣାପଡିଛି। ସେପଟେ ପୋଲିସ ଯୁବକମାନଙ୍କ ଠାରୁ ମରଣାସ୍ତ୍ର ସହିତ ଏକ ଦେଶୀ ପିସ୍ତଲ ମଧ୍ୟ ଜବତ କରିଛି। ତେବେ କ’ଣ ପାଇଁ ଓ କିଏ ବରକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।