Advertisment

Bribery Case: ୧୦ ଲକ୍ଷ ଲାଞ୍ଚ ମାମଲା, ଘାଣ୍ଟୁଛି CBI: ରିମାଣ୍ଡ ବେଳେ ଅସୁସ୍ଥ ହୋଇପଡ଼ିଲେ କଣ୍ଟ୍ରାକ୍ଟର ସନ୍ତୋଷ

୩୬୦ ଡିଗ୍ରୀ ଆଙ୍ଗେଲରେ ପ୍ରତିଟି ଦିଗକୁ ନେଇ ଏବେ ଚାଲିଛି ଖୋଳତାଡ଼। ଆଜି ମୁଖ୍ୟତଃ ତିନିଟି ଘଟଣା ଘଟିଛି। ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସମ୍ପୂର୍ଣ୍ଣ ମାମଲାକୁ ପ୍ରତକ୍ଷ୍ୟ ତତ୍ତ୍ବବଧାନରେ ସେ ତଦନ୍ତ କରୁଥିବା ଜଣାପଡ଼ିଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Bribery Case

Bribery Case

୧୦ ଲକ୍ଷ ଲାଞ୍ଚ ମାମଲାରେ ଘାଣ୍ଟୁଛି ସିବିଆଇ। ୩୬୦ ଡିଗ୍ରୀ ଆଙ୍ଗେଲରେ ପ୍ରତିଟି ଦିଗକୁ ନେଇ ଏବେ ଚାଲିଛି ଖୋଳତାଡ଼। ଆଜି ମୁଖ୍ୟତଃ ତିନିଟି ଘଟଣା ଘଟିଛି। ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସମ୍ପୂର୍ଣ୍ଣ ମାମଲାକୁ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ସେ ତଦନ୍ତ କରୁଥିବା ଜଣାପଡ଼ିଛି। ଅପରପକ୍ଷେ ରିମାଣ୍ଡରେ ସିବିଆଇର ପଚରାଉଚରା ପରେ ଅସୁସ୍ଥ ହୋଇପଡ଼ିଛନ୍ତି କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା। ତାଙ୍କୁ ଝାଡ଼ାବାନ୍ତି ହେବାରୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବିଷ୍ଣୁପଦ ସେଠୀ ଏଯାଏଁ ହାଜର ହୋଇନାହାନ୍ତି। ତେଣୁ କଳ୍ପନାଜଳ୍ପନା ବଢ଼ିଛି। ତାସହ ବିଷ୍ଣୁପଦଙ୍କ ସରକାରୀ କ୍ବାଟରରେ ସୁରକ୍ଷା ବ୍ୟବସ୍ଥା ବଢ଼ିଛି।

Advertisment

ଏପଟେ IAS ବିଷ୍ଣୁପଦ ସେଠୀଙ୍କୁ ଭେଟିଥିଲେ କି B&R ନିର୍ଦ୍ଦେଶକ ? ହୋଇଥିଲା କି ଉଭୟଙ୍କ ମଧ୍ୟରେ କିଛି ଡିଲ୍? ଓଟିଭି ହାତରେ ଲାଗିଛି EXCLUSIVE ଚିଠି। ଯେଉଁଠି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ସଚିବ IAS ବିଷ୍ଣୁପଦ ସେଠୀଙ୍କୁ ଭେଟିବାକୁ ଅନୁମତି ମାଗିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ। ୪ ତାରିଖ ଦିନ ଲେଖାଯାଇଥିବା ଏହି ଚିଠିରେ ୫ ତାରିଖ ଦିନ ଭେଟିବାକୁ ଅନୁମତି ମଗାଯାଇଛି। 

ଅଧିକ ପଢନ୍ତୁ: ସନ୍ଦେହରେ ବିଷ୍ଣୁପଦ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ; ହେଉଥିଲା କି କେଳେଙ୍କାରୀ?

Advertisment

ସବୁଠୁ ବଡ଼ କଥା ହେଲା ଏହାର ଠିକ୍ ତିନି ଦିନ ପରେ ଅର୍ଥାତ ୭ ତାରିଖ ଦିନ ଭୁବନେଶ୍ବର ମେଫେୟାର୍ ହୋଟେଲ୍ ସମ୍ମୁଖରେ ରେଡ୍ କରିଥିଲା ସିବିଆଇ। ୧୦ ଲକ୍ଷ ଟଙ୍କା ସେଠୁ ଜବତ କରିଥିଲା। ତେଣୁ ଏବେ ଏକାଧିକ ପ୍ରଶ୍ନ ଓ ଆଶଙ୍କା ପ୍ରକାଶ ପାଇଛି। କେଉଁ ଉଦ୍ଦେଶ୍ୟ ରଖି IAS ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ? ୫ ତାରିଖ ଦିନ ଉଭୟଙ୍କ ଭେଟ ଘାଟ ହୋଇଥିଲା କି? ଯଦି, ସାକ୍ଷାତ ହୋଇଥିଲା ତା ହେଲେ କ’ଣ ସବୁ ଆଲୋଚନା ହୋଇଥିଲା? କିଛି ଅଫିସିଆଲ୍ କିମ୍ବା ଭିତିରିଆ ଡିଲ୍ ହୋଇଛି କି? କାରଣ ଅକ୍ଟୋବର ୧୯ରେ ବ୍ରିଜ୍ ଆଣ୍ଡ ରୁଫକୁ ହାଇସ୍କୁଲ ରେନୋଭେସନ୍ କାମ ଦେଇଥିଲେ .ଖୋଦ୍ ବିଷ୍ଣୁପଦ ସେଠୀ। ତେବେ ଏସବୁକୁ ନେଇ ବିଷ୍ଣୁପଦ କିମ୍ବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। 

ଏପଟେ ବଢ଼ୁଛି ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କ ପାଇଁ ବିପଦ। ସିବିଆଇ ସମନ୍ ପରେ ବି ହାଜର ହୋଇନାହନ୍ତି ବିଷ୍ଣୁପଦ। ସମନ ସତ୍ତ୍ବେ ହାଜର ନହେବାକୁ ନେଇ ଏବେ କଳ୍ପନାଜଳ୍ପନା ଲାଗି ରହିଛି। ତେବେ ଆଜି ବିଷ୍ଣୁପଦ ସେଠୀ ହାଜର ନହେଲେ କିଛି କଡ଼ା ଆଭିମୁଖ୍ୟ ନେଇପାରେ।  ଭୁବନେଶ୍ୱରରୁ ୧୦ ଲକ୍ଷ ଲାଞ୍ଚ ଜବତ ମାମଲାରେ ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା-ସିବିଆଇ ବିଷ୍ଣୁପଦଙ୍କ ପାଖରେ ପହଞ୍ଚିଛି।

ଗତ ୭ ତାରିଖ ରାତିରେ ମେ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ। ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ ଆରମ୍ଭ କରିଥିଲା ଖୋଳତାଡ। ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ। ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା। ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ। 

ଅଧିକ ପଢନ୍ତୁ: କାହିଁକି ବିଷ୍ଣୁପଦଙ୍କୁ ଭେଟିବାକୁ ଚାହୁଁଥିଲେ ଚଞ୍ଚଲ ମୁଖାର୍ଜୀ ?

CBI Bribery Case Contractor
Advertisment
Advertisment